ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ପାଇଁ ଚଳ ଚଞ୍ଚଳ ସାରା ଓଡ଼ିଶା
ଭୁବନେଶ୍ୱର ; ୧୬/୯ : ବିଶ୍ୱକର୍ମା ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୂଳଦେବତା ପୌରାଣିକ ମତାନୁସାରେ ସେ ଅଷ୍ଟମ ବସୁଦେବତା ପ୍ରଭାସଙ୍କ ଔରସରେ ଯୋଗସିଦ୍ଧlଙ୍କ ଗର୍ଭରୁ ଜନ୍ମଗ୍ରହଣ କରିଥିଲେ । ପ୍ରଜାପତି ବ୍ରହ୍ମାଙ୍କ ନାଭି କମଳରୁ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ଜନ୍ମ । ଚତୁର୍ଭୁଜ ବିଶ୍ୱକର୍ମାଙ୍କ ବାମ ହସ୍ତରେ ବଟାଳି ଓ ବାମ ତଳ ହସ୍ତରେ ମର୍ତ୍ତୃଲି ,ଦକ୍ଷିଣ ଉପର ହସ୍ତରେ ଚକ୍ର ଓ ତଳ ହସ୍ତରେ ଆଶୀର୍ବାଦ କରୁଥିବାର ଦୃଷ୍ଟି ଗୋଚର ହୋଇଥାନ୍ତି ।
ବିଶ୍ୱ ନିର୍ମାତା ବିଶ୍ୱକର୍ମାଙ୍କ ପୂଜା ପାଇଁ ସାରା ଓଡ଼ିଶାର ଜନସମାଜ ତତ୍ପର ହୋଇଉଠିଛି । ପୂଜା ଯେଉଁଭଳି ହେବାକଥା ତାହା ଏ ବର୍ଷ ଦେଖିବାକୁ ମିଳି ନ ପାରେ କାରଣ କରୋନା ମହାମାରୀ ସବୁକିଛି ଫିକା ପକାଇଦେଇଛି । ପୂଜା ବଜାର ବି ଦରଦାମ ବୃଦ୍ଧି ଯୋଗୁଁ ମାନ୍ଦା ପଡିଥିବାର ସୂଚନା ମିଳିଛି । କିଛି ସ୍ଥାନରେ ଜଗନ୍ନାଥ ପାଞ୍ଜି ଅନୁସାରେ ବୁଧବାର ପୂଜା ହୋଇଯାଇଥିବା ବେଳେ ଆଉ କିଛି ସ୍ଥାନରେ ବିରଜା ପାଞ୍ଜି ଅନୁସାରେ ଗୁରୁବାର ପୂଜାହେବାକୁ ବାକି ରହିଛି । ବୁଧବାର ବହୁ ସ୍ଥାନରେ କୋଭିଡ ନିୟମ ମାନି ପୂଜା ଅନୁଷ୍ଟିତ ହୋଇଯାଇଛି ବାକି ରହିଛି ଗୁରୁବାରର ପୂଜା।