ବିଶିଷ୍ଟ ଓଡ଼ିଆ ସିନେ ତାରକା ଅଜିତ୍ ଦାସଙ୍କ ପରଲୋକ

ଭୁବନେଶ୍ୱର, ୧୩/୦୯: ବିଶିଷ୍ଟ ଓଡ଼ିଆ ସିନେ ତାରକା ଅଜିତ୍ ଦାସଙ୍କ ୭୧ ବର୍ଷ ବୟସରେ ଆଜି ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଦେହାନ୍ତ ହୋଇଯାଇଛି । ସେ ଚଳିତ ମାସ ୦୧ ତାରିଖରେ କୋଭିଡ଼୍ ପଜିଟିଭ୍ ଚିହ୍ନଟ ହୋଇ ହସପିଟାଲରେ ଭର୍ତି ହୋଇ ଚିକିତ୍ସିତ ହେଉଥିଲେ । ତାଙ୍କ ମୃତ୍ୟୁର କାରଣକୁ ସ୍ପଷ୍ଟ କରାଯାଇନାହିଁ । ମୟୂରଭଂଜ ଜିଲ୍ଲାରେ ଜନ୍ମିତ ଶ୍ରୀ ଦାସ ୧୯୭୬ରେ ‘ସିନ୍ଦୁର ବିନ୍ଦୁ’ ଚଳଚିତ୍ରରେ ଅଭିନୟ କରି ତାଙ୍କର କ୍ୟାରିୟର ଆରମ୍ଭ କରି ସେ ଆଉ ପଛକୁ ଫେରି ନ ଥିଲେ । ସେ ୬୦ରୁ ଉର୍ଦ୍ଧ ଚଳଚିତ୍ରରେ ସଫଳତାର ସହ ଅଭୀନୟ କରିଛନ୍ତି । ତାଙ୍କର ସ୍ତ୍ରୀ ଓ ୦୩ ଝିଅ ଅଛନ୍ତି । ତାଙ୍କ ମୃତ୍ୟୁରେ ଓଲିଉଡ଼ ସମେତ ଦର୍ଶକଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି । ଏହି ଅଳ୍ପ ଦିନ ମଧ୍ୟରେ ବିଶିଷ୍ଟ ଜନପ୍ରିୟ ଅଭିନେତା ବିଜୟ ମହାନ୍ତି, ଦୀପା ସାହୁ, ଗତ କାଲି ଓଡ଼ିଆ ଚଳଚିତ୍ର ନିର୍ଦ୍ଦେଶକ ଶିଶିର ମୋହନ ପତିଙ୍କ ପରେ ଆଜି ଅଜିତ୍ ଦାସଙ୍କର ମୃତ୍ୟୁ ସମଗ୍ର ଓଲିଉଡ୍‌କୁ ସ୍ତବ୍ଧ କରିଦେଇକ୍ତି । ସେହିପରି ମଧ୍ୟ ଓଡ଼ିଆ ଯାତ୍ରା ଦୁନିଆ(ଜଲିଉଡ୍‌)ର ୩୦ ବର୍ଷର ପ୍ରଖ୍ୟାତ କଳାକାର ଭିକ୍ଷୁ ସେଠ୍ (ମହେନ୍ଦ୍ର ଦାସ)ଙ୍କର ଗତ କାଲି ୫୫ ବର୍ଷ ବୟସରେ ପରଲୋକ ହେବା ଯାତ୍ରା ଦୁନିଆକୁ ଦୋହଲାଇ ଦେଇଛି । ଏପରି ଏକ ଦୁଃସମୟରେ ପ୍ରଖ୍ୟାତ କଳାକାରମାନଙ୍କର ବିୟୋଗ ରାଜ୍ୟ ପାଇଁ ଅପୂରଣୀୟ କ୍ଷତି ଆଣି ଦେଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close