ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପାଇଁ ସତ୍ୟବ୍ରତ ୨୩୬ ଜଣ ବିଡିଓଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଦାବୀପତ୍ର ଦେଲେଣି
କଳାହାଣ୍ଡି, ୦୩/୦୯: ୪୧୮ ଦିନର ଅବିଶ୍ରାନ୍ତ ଯାତ୍ରା କରି ଓ ୭୨୪୫ କି.ମି ଦୀର୍ଘ ରାସ୍ତା ଅତିକ୍ରମ କରି ଯୁବ ସମାଜସେବୀ ସତ୍ୟବ୍ରତ ଦାସ ଗତ କାଲି ଆସି କଳାହାଣ୍ଡି ଜିଲ୍ଲାର କମଳପୁର ବ୍ଲକ୍ରେ ପହଚିଂ ବି.ଡି.ଓଙ୍କ ଜରିଆରେ ମହାମାନ୍ୟ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଓଡ଼ିଶା ପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ପାଇଁ ଦାବୀପତ୍ର ପ୍ରଦାନ କରିଥିଲେ । ଜଗତ୍ସିଂହପୁର ଜିଲ୍ଲାର ‘ଜନ ସଚେତନତା ମଂଚ’ର ଆବାହକ ତଥା ସମାଜସେବୀ ସତ୍ୟବ୍ରତ ଗତ ବର୍ଷ ଜୁଲାଇ ୧୦ ତାରିଖରୁ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକରୁ ପଦଯାତ୍ରା ଆରମ୍ଭ କରି ଓଡ଼ିଶାର ମୋଟ ୩୧୪ଟି ବ୍ଲକ୍କୁ ଗ୍ରସ୍ତ କରିବାର ଲକ୍ଷ୍ୟ ରଖି ଏଯାବତ୍ ୨୩୬ ନମ୍ବର ବ୍ଲକରେ ଗତ କାଲି ଆସି କମଳପୁର ବ୍ଲକରେ ପହଚିଂଥିଲେ । ଅଭିନଭ ଢ଼ଙ୍ଗରେ ସେ ହାତରେ ତ୍ରିରଙ୍ଗା ଧରି ଓଡ଼ିଶାର ଜନସ୍ୱାର୍ଥ ସମ୍ବଳିତ ଏହି ମୁଖ୍ୟ ଦାବୀ ହାସଲ ଲକ୍ଷ୍ୟରେ ସେ ବିଭିନ୍ନ ଅଂଚଳକୁ ଯାଇ ବିଡିଓଙ୍କ ମାଧ୍ୟମରେ ଦାବୀପତ୍ର ପ୍ରଦାନ କରୁଛନ୍ତି । ତାଙ୍କର ଏହି ପଦଯାତ୍ରାକୁ ବହୁ ନେତୃମଣ୍ଡଳୀ, ମାନ୍ୟଗଣ୍ୟ ଓ ଅନ୍ୟାନ ବ୍ୟକ୍ତିବିଶେଷ ମଧ୍ୟ ସମର୍ଥନ କରୁଥିବାର ପରିଲକ୍ଷିତ ହେଉଛି ।