ମାର୍ଶାଘାଇ ହଳଦିଆଗଡ଼ା ଠାରେ ସଡ଼କ ଦୁର୍ଘଟଣାରେ ଜଣେ ମୃତ; ଦୁର୍ଘଟଣା ଘଟାଇଥିବା ବସକୁ ଜାଳିଦେଲେ ଲୋକେ

ମାର୍ଶାଘାଇ, ୦୨/୦୯ (ଚକ୍ରଧର ଦାଶଙ୍କ ଠାରୁ): ଆଜି ସକାଳ ୮ଟା ୧୫ ମିନିଟ୍ ସମୟରେ ଚଣ୍ଡିଖୋଲ ପାରାଦୀପ ୫ନଂ ଜାତୀୟ ରାଜପଥର ମାର୍ଶାଘାଇ ନିକଟସ୍ଥ ହଳଦିଆଗଡ଼ା ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସ୍ଥାନୀୟ ହଳଦିଆ ଗ୍ରାମର ଯୁବକ ବିକାଶ ନାୟକ (୨୪ ବର୍ଷ)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ।
ସୂଚନାଯୋଗ୍ୟ, ଡବ୍ଲ୍ୟୁବି-୪୧ଇ-୬୦୧୨ ନମ୍ବର ବିଶିଷ୍ଟ ଶ୍ରୀଲୋକନାଥ ନାମକ ଏକ ଘରୋଇ ଯାତ୍ରୀବାହୀ ବସ ଆଜି ବୁଧବାର ସକାଳେ କଲିକତାରୁ ପାରାଦୀପ ଅଭିମୁଖେ ଆସୁଥିଲା । ୫ନଂ. ଜାତୀୟ ରାଜପଥର ବାମ ପାଶ୍ୱର୍ରେ ଧାଡ଼ି ଧାଡ଼ି ହୋଇ ଅସଂଖ୍ୟ ଲୁହାପଥର ଓ ଅନ୍ୟାନ ଖଣିଜ ପଦାର୍ଥ ପରିବହନ କରୁଥିବା ଟ୍ରକଗୁଡିକ ଦିନ ଦିନ ଧରି ଛିଡ଼ା ହୋଇ ରହିଥିବାରୁ ଏହି ବସଟି ଶୀଘ୍ର ଓ ସୁବିଧାରେ ଗନ୍ତବ୍ୟ ସ୍ଥଳ ପାରାଦୀପରେ ପହଚିଂବା ପାଇଁ ରାସ୍ତାର ଡାହାଣ ପାଶ୍ୱର୍ରେ ଦୃତ ଗତିରେ ଯାଉଥିବା ବେଳେ ସ୍କୁଟିରେ ବିପରୀତ ଦିଗରୁ ଆସୁଥିବା ବିକାଶ ସହ ହଠାତ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ବିକାଶଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଏଥିରେ ଉତେଜିତ ହୋଇ ବହୁ ସ୍ଥାନୀୟ ଅଧିବାସୀ ବସଟିରେ ନିଆଁ ଲଗାଇ ଦେଇଥିଲେ । ଘଟଣାସ୍ଥଳକୁ ଅଗ୍ନିଶମ ବିଭାଗ ପହଚିଂ ନିଆଁକୁ ଆୟତ କରିଥିବା ବେଳେ ସ୍ଥାନୀୟ ମାର୍ଶାଘାଇ ପୋଲିସ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଅବସ୍ଥା ଶାନ୍ତ ପଡିଥିଲା ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close