ଜାତୀୟ କ୍ରୀଡ଼ା ଦିବସରେ ବିଶ୍ୱ ଓଡ଼ିଆ ମହାସଂଘ ପକ୍ଷରୁ ଅର୍ଜ୍ଜୁନ ପୁରସ୍କାର ବିଜେତା ଦୁତି ଚାନ୍ଦଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର,୨୯/୦୮: ବିଶ୍ୱ ଓଡ଼ିଆ ମହାସଂଘ ପକ୍ଷରୁ ଜାତୀୟ କ୍ରୀଡ଼ା ଦିବସ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଆଜି ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମ ଆରମ୍ଭରେ ବିଶ୍ୱ ଓଡ଼ିଆ ମହାସଂଘର କୋଷାଧ୍ୟକ୍ଷ ମାନସ ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ମହାସଂଘର ସଭାପତି ଡା. ସୁରେନ୍ଦ୍ରନାଥ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ କ୍ରୀଡ଼ା, ଯୁବ ବ୍ୟାପାର ଓ ସୂଚନା ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା, ଅର୍ଜ୍ଜୁନ ପୁରସ୍କାର ବିଜେତା ଅଲମ୍ପିକ ଖେଳାଳୀ ଦୁତି ଚାନ୍ଦ, ବିଶିଷ୍ଟ କ୍ରିକେଟର ରଶ୍ମିରଂଜନ ପରିଡ଼ା, ଓଡ଼ିଶା ମୋ’ ପରିବାର ସଦସ୍ୟା ଡେଜାଲିନ୍ ମହାପାତ୍ର ପ୍ରମୁଖ ଯୋଗଦେଇ ଜାତୀୟ କ୍ରୀଡ଼ା ଦିବସ ଉପରେ ଆଲୋଚନା କରିଥିଲେ । ମନ୍ତ୍ରୀ ଶ୍ରୀ ବେହେରା ଓଡ଼ିଶାର ଦୃତ ଧାବିକା ଦୁତି ଚାନ୍ଦଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ମହାସଂଘ ତରଫରୁ ସଭାପତି ଡ଼ା. ମହାପାତ୍ର କ୍ରିକେଟର ରଶ୍ମିରଂଜନ ପରିଡ଼ା ଓ ଦୁତିଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମରେ ମହାସଂଘର ପ୍ରକାଶ ରଂଜନ ମଲ୍ଲିକ, ସଂଜୟ ମହାକୁଡ, ରାମକୃଷ୍ଣ ପାଢ଼ୀ, ରୁଦ୍ର ନାରାୟଣ ଦାଶ, ଜିତେନ୍ଦ୍ର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ସୋସିଆଲ ମିଡିଆ ସଂଯୋଜକ ସୌମ୍ୟ ସ୍ୱପ୍ନସରିତ ରାଟସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।