ଯାଜପୁରରେ ବନ୍ୟା ପରିସ୍ଥିତି ଗମ୍ଭୀର; ୩ ଦିନ ପାଇଁ ରିଲିପଂ ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଯାଜପୁର, ୨୭ା୮: ଜିଲ୍ଲାରେ ବନ୍ୟା ପରିସ୍ଥିତି ଗମ୍ଭୀର ଥିବାବେଳେ ଉଦ୍ଧାର ଓ ରିଲିପଂ କାର୍ଯ୍ୟକୁ ପ୍ରଶାସନ ତ୍ୱରାନ୍ୱିତ କରିଚ୍ଥି । ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ବୈତରଣୀ ନଦୀରେ ବଡ ବନ୍ୟାର ଆଶଙ୍କା ରହିଥିବା ବେଳେ ରେଙ୍ଗାଲି ଡ୍ୟାମରୁ ପାଣି ଚ୍ଥଡାଯାଇଥିବାରୁ ବ୍ରାହ୍ମଣୀ ନଦୀରେ ମଧ୍ୟ ବନ୍ୟା ଆଶଙ୍କା ସୃଷ୍ଟି ହୋଇଚ୍ଥି । ଏଥିପାଇଁ କେବଳ ଦାନଗଦୀ ଓ ସୁକିନ୍ଦା ବ୍ଳ୍‌କ ବ୍ୟତୀତ ଅନ୍ୟ ୮ ଗୋଟି ବ୍ଳକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଚ୍ଥି ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ସୂଚନା ଦେଇଚ୍ଥନ୍ତି । ବୁଧବାର ବୈତରଣୀ ନଦୀର ଜଳ ସ୍ତର ବୃଦ୍ଧି ପାଇଥିଲା ଓ ରାଜ୍ୟ ସରକାର ମଧ୍ୟ ଜିଲ୍ଲା ପ୍ରଶାସନକୁ ଏ ସଂପର୍କରେ ସତର୍କ କରାଇଥିଲେ । ଜିଲ୍ଲାପାଳ ତତ୍‌କ୍ଷଣାତ୍ ସମସ୍ତ ବିଭାଗର ଅଧିକାରୀମାନଙ୍କ ବୈଠକ ଆହ୍ୱାନ କରାଇବା ସହ ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କୁ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଥିବା ବ୍ଳ୍‌କମାନଙ୍କ ଦାୟିତ୍ୱ ଦେଇଥିଲେ । ସେହିପରି ତାଲିମ ନେଉଥିବା ଓ.ଏ.ଏସ୍ ଓ ଓ.ଆର.ଏସ୍ ଅଧିକାରୀ ମାନଙ୍କୁ ମଧ୍ୟ ସେହି ବ୍ଳକରେ ସହଯୋଗ ପାଇଁ ଦାୟିତ୍ୱ ଦେଇଥିଲେ । ଅପରାହ୍ନରେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରି ସ୍ଥିତିର ଅନୁଧ୍ୟାନ କରି ଆବଶ୍ୟକୀୟ ପଦକ୍ଷେପ ନେଇଥିଲେ । ଆଜି ଗୁରୁବାର ପ୍ରତ୍ୟୁଷରୁ ଜିଲ୍ଲାପାଳ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ବନ୍ୟାଂଚଳ ପରିଦର୍ଶନ କରିଥିଲେ । ଜିଲ୍ଲାପାଳ କୋରେଇ ଓ ଯାଜପୁର ବ୍ଳ୍‌କର ବିଭିନ୍ନ ଅଂଚଳ ବୁଲି ଦେଖିବା ପରେ ସମସ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକର ଆୟୋଜନ କରିଥିଲେ । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାର ୩୧୧ ଗୋଟି ପଂଚାୟତ ମଧ୍ୟରୁ ପ୍ରାୟ ୨୬୦ ରୁ ଊର୍ଦ୍ଧ୍ୱ ପଂଚାୟତର ୧୦୯୩ ଗୋଟି ଗ୍ରାମ ଜଳ ପ୍ଳାବିତ ହୋଇଥିବା ସଂପର୍କରେ ଜିଲ୍ଲାପାଳ ପ୍ରାରମ୍ଭିକ ତଥ୍ୟରୁ ପ୍ରକାଶ କରିଥିଲେ । ପ୍ରାୟ ୫୦୦ ଲୋକଙ୍କୁ ବୁଧବାର ରାତିରେ ବନ୍ୟାଂଚଳ ଘେରା ବନ୍ଦିରୁ ଉଦ୍ଧାର କରାଯାଇ ବିଭିନ୍ନ ବନ୍ୟା, ବାତ୍ୟା ଆଶ୍ରୟ ସ୍ଥଳୀରେ ଥଇଥାନ କରାଯାଇଚ୍ଥି । ଦଶରଥପୁର ବ୍ଳ୍‌କର କମଳପୁରର କସ୍ପା ଓ ଦତପୁର ଏବଂ ଯାଜପୁର ବ୍ଳ୍‌କର ସିମିଳିଆ ଠାରେ ୩ଟି ଘାଇ ସୃଷ୍ଟି ହୋଇଚ୍ଥି । ଓଡ୍ରାପଂ ଓ ଏନ୍‌.ଡି.ଆର.ଏପଂର ଦୁଇଟି ଲେଖାଏଁ ଟିମ୍ ଉଦ୍ଧାର କାର୍ଯ୍ୟରେ ସାମିଲ ଅଚ୍ଥନ୍ତି । ବୈତରଣୀରେ ଜଳ ସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ବ୍ରାହ୍ମଣୀ ନଦୀର ଜଳ ସ୍ତର ମଧ୍ୟ ବୃଦ୍ଧି ପାଇବାରେ ଲାଗିଚ୍ଥି ବୋଲି ସେ କହିଥିଲେ । ଯେଉଁ ବ୍ୟକ୍ତିମାନେ ବିଭିନ୍ନ ଆଶ୍ରୟ ସ୍ଥଳରେ ଥଇଥାନ ହୋଇଚ୍ଥନ୍ତି ସେମାନଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ ପାଇଁ ଜିଲ୍ଲାପାଳ ସଂପୃକ୍ତ ବି.ଡି.ଓ ମାନଙ୍କୁ ନିର୍ଦ୍ଦେଶ ଦେଇଚ୍ଥନ୍ତି । ଅପର ପକ୍ଷରେ ଜଳମଗ୍ନ ଅଂଚଳରେ ୩ ଦିନ ପାଇଁ ରିଲିପଂ ପ୍ରଦାନ ପାଇଁ ଜିଲ୍ଲାପାଳ ଘୋଷଣା କରିଚ୍ଥନ୍ତି । ତେବେ ଏହି ରିଲିଫ୍‌, ରନ୍ଧା ଖାଦ୍ୟ ଇତ୍ୟାଦି ସରକାରୀ ଅଧିକାରୀ ଓ କର୍ମଚାରୀମାନଙ୍କ ଦ୍ୱାରା ବଣ୍ଟନ ପାଇଁ ଜିଲ୍ଲାପାଳ କଡା ନିର୍ଦ୍ଦେଶ ଦେଇଚ୍ଥନ୍ତି । ବନ୍ୟା ଯୋଗୁ ବ୍ୟାପକ କୃଷି କ୍ଷେତ୍ର ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଚ୍ଥି । ତେଣୁ କୃଷି ଓ ରାଜସ୍ୱ ଅଧିକାରୀମାନେ ପ୍ରାଥମିକ ଭାବେ କ୍ଷୟକ୍ଷତିର ଅନୁଧ୍ୟାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଚ୍ଥନ୍ତି । ଊଦ୍ଧାର କାର୍ଯ୍ୟରେ ସରକାରୀ କର୍ମଚାରୀଙ୍କ ସହ ଲୋକ ପ୍ରତିନିଧି, ସ୍ୱେଚ୍ଚ୍ଥାସେବୀ, ବିଭିନ୍ନ ସାମାଜିକ କର୍ମୀମାନେ ନିରନ୍ତର ଉଦ୍ୟମ କରିଥିବାରୁ ଜିଲ୍ଲାପାଳ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି ପ୍ରକ୍ରିୟା ନିରବଚ୍ଚ୍ଥିନ୍ନ ଭାବେ ଜାରି ରଖିବାକୁ ଅନୁରୋଧ କରିଚ୍ଥନ୍ତି । ଜିଲ୍ଲାର ଲୋକମାନେ ବେଶ ଶୃଙ୍ଖଳିତ ଓ ବନ୍ୟା ପରିସ୍ଥିତି ସହ ବେଶ୍ ପରିଚିତ ଥିବାରୁ ସତର୍କ ଓ ସଚେତନ ରହିବାକୁ ଜିଲ୍ଲାପାଳ ନିବେଦନ କରିଚ୍ଥନ୍ତି । ଆଜି ଅପରାହ୍ନ ୪ ଘଟିକା ସୁଦ୍ଧା ଆନନ୍ଦପୁର ଠାରେ ଜଳ ପତନ ୩୯.୬୪ ମି. ଥିବା ବେଳେ ସେଠାରେ ବିପଦ ସଂକେତ ସ୍ତର ୩୮.୩୬ ମି. ରହିଚ୍ଥି । ଆଖୁଆପଦା ଠାରେ ଜଳ ପତନ ୨୦.୦୦ ମି. ଥିବା ବେଳେ ସେଠାରେ ବିପଦ ସଂକେତ ସ୍ତର ୧୭.୮୩ ମି. ରହିଚ୍ଥି । ଦଶରଥପୁର ଠାରେ ଜଳ ପତନ ୧୨.୦୫ ମି. ଥିବା ବେଳେ ସେଠାରେ ବିପଦ ସଂକେତ ସ୍ତର ୯.୫୨ ମି. ରହିଚ୍ଥି । ବଲ୍ଳଭୀ ଘାଟ ଠାରେ ଜଳ ପତନ ୧୪.୩୬ ମି. ଥିବାବେଳେ ସେଠାରେ ବିପଦ ସଂକେତ ସ୍ତର ୧୩.୩୪ ମି. ରହିଚ୍ଥି । ସେହିପରି ବ୍ରାହ୍ମଣୀ ନଦୀର ଜେନାପୁର ଠାରେ ବିପଦ ସଙ୍କେତ ୬୭.୦୦ ପୁଂଟ ଥିବା ବେଳେ ଜଳ ସ୍ତର ୬୭.୩୦ ପୁଂଟ ଅଚ୍ଥି । ଗତ ୨୪ ଘଣ୍ଟା ମଧ୍ୟରେ ଯାଜପୁର ବ୍ଳ୍‌କରେ ୧୧ ମି.ମି. ବର୍ଷା ହୋଇଥିବା ବେଳେ ରସୁଲପୁର ବ୍ଳ୍‌କରେ ୭.୪ ମି.ମି. ବର୍ଷା ହୋଇଥିବାର ରେକର୍ଡ ହୋଇଚ୍ଥି । ସମୀକ୍ଷା ବୈଠକରେ ଆଇ.ଏ.ଏସ୍‌. ପ୍ରୋବେସନର ସଚିନ ପାୱାର, ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଊପ-ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଜରୁରୀ ବିଭାଗ ଅଧିକାରୀ ଉମେଶ ଚନ୍ଦ୍ର ଲେଙ୍କା ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close