ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ସହାୟତା

ଜାରକା : ଗତକାଲି ବିଳମ୍ବିତ ରାତିରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ  ବେହାଲ ହୋଇଛି ଧର୍ମଶାଳା ବ୍ଲକର ବହୁ ଗାଁ ଗଣ୍ଡା ; ପ୍ରଭାବିତ ହୋଇଛନ୍ତି ବହୁ ଜନସାଧାରଣ ।ଆଜି ସ୍ବାଧିନତା ଦିବସ ହୋଇଥିଲେ ହେଁ ସକାଳୁ ସକାଳୁ ଲୋକଙ୍କ ସମସ୍ୟା ବର୍ଷା ପାଣି ଯୋଗୁଁ ବଢିଯାଇଥିଲା। ଏଥିରେ ଭାସିଯାଇଥିଲା କେତକଙ୍କ ଘରଦ୍ୱାର । ବିପନ୍ନ ଲୋକମାନଙ୍କୁ ସହାୟତା କରିଆସୁଥିବା ଓ ସେମାନଙ୍କ ପାଖରେ ଠିଆ ହେଉଥିବା ଅଂଶୁମାନ ମେମୋରିଆଲ ଟ୍ରଷ୍ଟ  ବିପନ୍ନଙ୍କ ପାଖରେ ପହଞ୍ଚି ଥିବାର ପରିଲକ୍ଷିତ ହୋଇଥିଲା।ଧର୍ମଶାଳା ବ୍ଲକର କଣ୍ଟିଗଡ଼ିଆ, ନେଉଳପୁର ଓ ଜାରକା ପଂଚାୟତର  ବହୁ ଲୋକଙ୍କ ଘରେ ବର୍ଷା ପାଣି ପଶି କେତେକଙ୍କ ଘର ଦ୍ୱାର ଭାଙ୍ଗି ଯାଇଥିବାର ଖବର ପାଇ ଆଜି ଟ୍ରଷ୍ଟର  ସମ୍ପାଦକ ହିମାଂଶୁ ଶେଖର ସାହୁ ଓ ଅନ୍ୟ କେତେକ ସଦସ୍ୟ ଘଟଣା ସ୍ଥଳରେ ପହଞ୍ଚି ପାଲ ଓ ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ। କେତେକ ବିପନ୍ନଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିଥିଲେ। ଲୋକମାନଙ୍କ ବିପଦ ଦୂର କରିବା ସହ ସେମାନଙ୍କ ସ୍ଵାର୍ଥ ପାଇଁ ସଂଗ୍ରାମ କରିଆସୁଥିବା ଅଂଶୁମାନ ମେମୋରିଆଲ ଟ୍ରଷ୍ଟ  ଏହି ଧାରା ଆଗକୁ ମଧ୍ୟ ଜାରି ରଖିବ ବୋଲି ଶ୍ରୀ ସାହୁ କହିଛନ୍ତି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close