
ସିକିମର ‘ତିସ୍ତା’ ନଦୀକୁ ଖସି ପଡ଼ିଲା ଟୁରିଷ୍ଟ ବସ୍, ଯାଜପୁରର ୦୪ ଏବେବି ନିଖୋଜ, ବଢ଼ୁଛି ଆଶଙ୍କା
ବ୍ୟାସନଗରର, (ଉ. ନ୍ୟୁଜ୍ ବ୍ୟୁରୋ) ୩୧/୦୫: ଗତ ଗୁରୁବାର ରାତିରେ ଆଗପଛ ହୋଇ ୦୨ଟି ବସ୍ରେ ପର୍ଯ୍ୟଟକମାନେ ଲାଚେନ୍ରୁ ଲାଚୁଙ୍ଗ୍ ଯାଉଥିଲେ । ହେଲେ ତୀଖ ପାହାଡ଼ିଆ ରାସ୍ତାରେ ବସଟି ଯାଉଥିବା ବେଳେ ହଠାତ୍ ଭାରସାମ୍ୟ ହରାଇଥିଲା । ବସ ୦୨ଟିରେ ଡ୍ରାଇଭରକୁ ଛାଡି ୧୦ ଜଣ ବସିବାର ସୁବିଧା ଥିଲା । ହେଲେ ତୀଖ ପାହାଡ଼ିଆ ରାସ୍ତାରେ ବସ ୦୨ଟି ଯାଉଥିବା ବେଳେ ପଛ ବସଟି ହଠାତ୍ ଭାରସାମ୍ୟ ହରାଇ ଅତଡ଼ା ତଳକୁ ଖସି ଯାଇଥିଲା । ଫଳରେ ବସ୍ଟି ହଜାରେ ଫୁଟ୍ରୁ ଅଧିକ ତଳକୁ ଖସି ‘ତିସ୍ତା’ ନଦୀରେ ପଡ଼ିଥିଲା । ଦୁର୍ଘଟଣା ପ୍ରବଳ ଅଂଚଳରେ ବସଟି ନଦୀ ଭିତରକୁ ଖସି ପଡ଼ିବାରୁ ଜଣଙ୍କର ମୃତ୍ୟୁ ହୋଇଛି । ୦୨ ଜଣଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଆଠ ଜଣ ଏବେ ବି ନିଖୋଜ ଅଛନ୍ତି । ସେପଟେ ଗୁରୁବାର ଦୁଇ ଆହତଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ଅପରପକ୍ଷରେ ଏହି ଦୁର୍ଘଟଣା ଖବର ଜାଣିବା ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ତୁରନ୍ତ ସିକିମ୍ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଅନୁରୋଧ କରିଥିଲେ । ବସରେ ଓଡ଼ିଶାର ଅନେକ ଯାତ୍ରୀ ଥିବାର ସେ ଜାଣିବାକୁ ପାଇଥିଲେ । ଓଡ଼ିଶାର ଦୁର୍ଘଟଣାଗ୍ରସ୍ତ ଯାତ୍ରୀମାନଙ୍କର ଉଦ୍ଧାର, ଚିକିତ୍ସା ଓ ସେମାନଙ୍କୁ ଓଡ଼ିଶାକୁ ଆଣିବା ନେଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିବା ସହିତ ଓଡ଼ିଶାରୁ ଅନେକ ଯାତ୍ରୀ ଥିବାର ସେ ଜାଣିବାକୁ ପାଇଥିଲେ । ଓଡ଼ିଶାର ଦୁର୍ଘଟଣାଗ୍ରସ୍ତ ଯାତ୍ରୀମାନଙ୍କର ଉଦ୍ଧାର, ଚିକିତ୍ସା ଓ ଓଡ଼ିଶାକୁ ଆଣିବା ନେଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିବା ସହିତ ଓଡ଼ିଶାରୁ ଅଧିକାରୀମାନଙ୍କ ଏକ ସ୍ୱତନ୍ତ୍ର ଟିମ୍ ଏହାର ସୁପରିଚାଳନା ପାଇଁ ସିକ୍କିମ୍ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପରେ ଏକ ସ୍ୱତନ୍ତ୍ର ଟିମ୍ ସିକ୍କିମ ଅଭିମୁଖେ ଯାତ୍ରା କରିଛନ୍ତି । ତିସ୍ତା ନଦୀରେ ନିଖୋଜଙ୍କୁ ଖୋଜିବା ପାଇଁ ଆର୍ମି, ଏନଡିଆରଏଫ୍, ଆଇଟିବିପି, ସିକିମ୍ ପୁଲିସ୍, ସ୍ଥାନୀୟ ପ୍ରଶାସନ, ସ୍ଥାନୀୟ ଅଧିବାସୀ ଆଦି ଜୋରଦାର୍ ଉଦ୍ୟମ ଚଳାଇଛନ୍ତି । ହେଳେ ଆଜି ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁ ତିସ୍ତା ନଦୀରେ ପ୍ରବଳ ଗୋଳିଆ ପାଣି ଆସିବା ସହ ନଦୀର ସ୍ରୋତ ପ୍ରଖର ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ଦେଖାଦେଇଛି । ଗତ କାଲି ଦିନ ୦୨ଟା ପରଠାରୁ ସେହି ଅଂଚଳରେ ବାଦଲ ଫଟା ବର୍ଷା ହେବା ସହ ଆଜି ପ୍ରବଳ ବର୍ଷା ହେବାରୁ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଦୁର୍ଘଟଣା ସ୍ଥଳରେ ନଦୀରେ ୧୫ ଫୁଟରୁ ଉର୍ଦ୍ଧ ପାଣି ବୋହୁଥିବାରୁ ଆଜି ଉଦ୍ଧାର କାର୍ଯ୍ୟ ପ୍ରଭାବିତ ହୋଇଛି । ଏଭଳି ପରିସ୍ଥିତିରେ ଏହି ଦୁର୍ଗମ ଅଂଚଳରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଧିକାରୀମାନେ ନୟାନ୍ତ ହୋଇଛନ୍ତି । ଦୁର୍ଘଟଣାଗ୍ରସ୍ତ ସ୍ଥାନରୁ ଯଥେଷ୍ଟ ତଳକୁ ସେମାନେ ଭାସି ଯାଇ ଥାଇ ପାରନ୍ତି ବୋଲି କୁହାଯାଉଛି ।
ନିଖୋଜ ଥିବା ପ୍ରମୁଖଙ୍କ ମଧ୍ୟରେ ଅଛନ୍ତି ଯାଜପୁର ଜିଲ୍ଲା ବ୍ୟାସନଗର ପୈାର ପରିଷଦ ଅର୍ନ୍ତଗତ ଉମାପଦା ଗ୍ରାମର ଇତିଶ୍ରୀ ଜେନା । ସେ ବିଜେପି ମହିଳା ମୋର୍ଚ୍ଚାର ରାଜ୍ୟ ସଂପାଦିକା ଦାୟିତ୍ୱରେ ଥିଲେ । ତାଙ୍କ ସହ ତାଙ୍କ ବଡ଼ ପୁଅ ସାହିଲ (୨୨ବର୍ଷ), ଭାଇ ଅଜିତ୍ ନାୟକ, ୪୭ ବର୍ଷ, ଅଜିତ୍ଙ୍କ ପତ୍ନୀ ସୁନିତା, ୪୩ ବର୍ଷଙ୍କ ଖୋଜଖବର ଅଦ୍ୟାବଧି ମିଳିପାରି ନ ଥିବାରୁ ଆଶଙ୍କା ବଢ଼ି ବଢ଼ି ଚାଲିଛି । ହେଲେ ଗାଡିଟି ପଲଟିବା ବେଳେ ଛିଟିକି ଯାଇଥିବା ଈତିଶ୍ରୀଙ୍କ ସାନ ପୁଅ ସାଇରାଜ (୧୮ ବର୍ଷ) ଏବଂ ଅଜିତଙ୍କ ପୁଅ ସ୍ୱୟଂ ସୁପ୍ରତୀମଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଛି । ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ନିଖୋଜଙ୍କୁ ଉଦ୍ଧାର କରିବା ପାଇଁ ବିଭିନ୍ନ ମହଲରେ ଦାବୀ ହୋଇଥିବା ବେଳେ ସେମାନଙ୍କ ପାଇଁ ପୂଜା ପାଠ ମଧ୍ୟ କରାଯାଉଛି । ଏହି ଘଟଣା ପରେ ବ୍ୟାସନଗର ସହର ସହିତ ରାଜ୍ୟରେ ବିଭିନ୍ନ ସ୍ଥାନରେ ଆଲୋଡ଼ନ ସୃଷ୍ଟି ହୋଇଛି । ବହୁ ବ୍ୟକ୍ତିବିଶେଷ, ରାଜନେତା ସେମାନଙ୍କ ପରିବାର ସହ ଠିଆ ହେବା ସହ ସମବେଦନା ଜଣାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୁରୀ ସାଂସଦ ତଥା ସିକିମ ବିଜେପି ପ୍ରଭାରୀ ଡ଼ଃ. ସମ୍ବିତ୍ ପାତ୍ର, ଯାଜପୁର ସାଂସଦ ଡ଼ଃ. ଋବିନାରାୟଣ ବେହେରା, ଯାଜପୁର ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡି ପ୍ରମୁଖ ସିକିମ ସରକାର ଓ ପ୍ରଶାସନ ସହ କଥା ହୋଇ ଉଦ୍ଧାର କାର୍ଯ୍ୟକୁ ଯୋରଦାର କରିବା ପାଇଁ ଅନୁରୋଧ କରିଛନ୍ତି । ହେଲେ ସେମାନଙ୍କୁ ଠାବ କରିବାରେ ଯେତେ ଯେତେ ବିଳମ୍ବ ହେଉଛି ଲୋକଙ୍କ ମଧ୍ୟରେ ସେତେ ସେତେ ଉଦ୍ବେଗ ପ୍ରକାଶ ପାଉଛି ।