ସର୍ବପୁରାତନ କ୍ରୋମନଗର ବିଦ୍ୟାମନ୍ଦିର ବିଦ୍ୟାଳୟ ବନ୍ଦ ପ୍ରକ୍ରିୟାକୁ ନେଇ ଅଂଚଳବାସୀଙ୍କ ତରଫରୁ ତୀବ୍ର ବିରୋଧ
.ବ୍ୟାସନଗର, ୦୭/୦୧(ଉ. ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ କ୍ରୋମନଗର ବିଦ୍ୟାମନ୍ଦିର ବିଦ୍ୟାଳୟକୁ ବନ୍ଦ କରିବାକୁ ଓଡ଼ିଶା ଖଣି ନିଗମର ପକ୍ଷରୁ କରାଯାଇଥିବା ବନ୍ଦ ପ୍ରକ୍ରିୟାକୁ ନେଇ ଅଲୋଡନ ସୃଷ୍ଟି ହୋଇଛି । ଅଂଚଳବାସୀ ଏ ଖବର ପାଇ ଗଭୀର ଉଦ୍ବେଗ ପ୍ରକାଶ କରିବା ସହ ଦଳମତ ନିର୍ବିଶେଷରେ ଏକତ୍ର ହୋଇ ଏହାର ବିରୋଧ କରିଥିବାର ଦେଖାଦେଇଛି । ଗତ କାଲି ଏ ସଂକ୍ରାନ୍ତରେ ଓଏମସି କର୍ତୃପକ୍ଷ ଡାକିଥିବା ବୈଠକରେ ସ୍କୁଲ ବନ୍ଦ ଘଟଣାକୁ ପ୍ରାୟ ସମସ୍ତେ ବିରୋଧ କରିବା ସହ ଏହି ଯୋଜନାକୁ ଦୁର୍ଭାଗ୍ୟଜନକ ବୋଲି କହିଥିଲେ । ଆବଶ୍ୟକ ହେଲେ ଦୁର୍ବାର ଆନ୍ଦୋଳନ କରିବେ ବୋଲି ବୈଠକରେ ଧମକ ଦେଇଥିଲେ ।
Live Share Market