ଫେରୋକ୍ରୋମ ପ୍ଲାଂଟ ଓଏମ୍‌ସି ଲିମିଟେଡ୍‌ର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ

ବ୍ୟାସନଗର,୦୧/୧୨(ଉ. ନ୍ୟୁଜ୍ ବ୍ୟୁରୋ): ଫେରୋକ୍ରୋମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଗତ ତା ୨୭.୧୧.୨୪ ରୁ ୨୯.୧୧.୨୪ ମଧ୍ୟରେ ଅନୁଷ୍ଠିତ ହୋଇଯାଇଅଛି। ଏହି କ୍ରୀଡା ପ୍ରତିଯୋଗିତାକୁ ଫେରୋକ୍ରମ୍ କାରଖାନା ୟୁନିଟ୍ ମୁଖ୍ୟ ରଶ୍ମୀ ରଞ୍ଜନ ପରିଡ଼ା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏଜିଆମ୍ ରଶ୍ମୀ ରଞ୍ଜନ ବିଶ୍ଵାଳ, ଡିଜିଏମ୍ ସପନ କୁମାର ଦାସ, ମାନବ ସମ୍ବଳ ମୁଖ୍ୟ ଦେବାଶିଷ ସାମଲ, ବିତ୍ତ ବିଭାଗୀୟ ମୁଖ୍ୟ ଲଲାଟେନ୍ଦୁ ଦାସ, ଶ୍ରମିକ ସଂଗଠନ ସମ୍ପାଦକ ଶ୍ରୀ ଜନ୍ମଜୟ ରାଉତ ଅତିଥି ଭାବେ ଉପସ୍ଥିତ ଥିଲେ। କ୍ରୀଡା ମାଧ୍ୟମ ରେ କର୍ମଚାରୀଙ୍କ ପ୍ରତିଭା ଅନ୍ୱେଷଣ ର ଲକ୍ଷ୍ୟ ରଖି ଏହି ବାର୍ଷିକ କ୍ରୀଡା ପ୍ରତିଯୋଗିତା ହୋଇଥିଲା। ସର୍ବମୋଟ ୧୮ ବର୍ଗ ରେ ତିନି ଦିନ ଧରି ଏହି କ୍ରୀଡା ପ୍ରତିଯୋଗିତାରେ ଫେରୋକ୍ରୋମ୍ ପ୍ଲାଣ୍ଟ ର ସମସ୍ତ କର୍ମଚାରୀ ତଥା ସମସ୍ତ ଠିକା ସଂସ୍ଥା ର କର୍ମଚାରୀ ମାନେ ମଧ୍ୟ ଭାଗ ନେଇଥିଲେ।କ୍ରୀଡା ର ସାମଗ୍ରିକ ବିକାଶ ର ଲକ୍ଷ୍ୟ ନେଇ ୨୦୨୩ ରୁ ଓଡ଼ିଶା ଖଣି ନିଗମ ପ୍ରତି ବର୍ଷ ଏହି ବାର୍ଷିକ କ୍ରୀଡା ପ୍ରତିଯୋଗିତା ଦୁଇ ପର‌୍ୟ୍ୟାୟ ରେ ପାଳନ କରିଆସୁଅଛି। ପ୍ରତ୍ୟେକ ୟୁନିଟ୍/ ଆଞ୍ଚଳିକ ସ୍ତର ରେ କୃତି ପ୍ରତିଯୋଗୀ ମାନେ ପୁଣିଥରେ ଓଡ଼ିଶା ଖଣି ନିଗମ ର ମୁଖ୍ୟ ଶାଖା ଆନୁକୁଲ୍ୟରେ ଆଠ ଗୋଟି ଆଞ୍ଚଳିକ ଦଳ କୁ ନେଇ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ କ୍ରୀଡା ପ୍ରତିଯୋଗିତା ରେ ଭାଗ ନେବେ। ଚଳିତ ବର୍ଷ ଫେରିକ୍ରୋମ ପ୍ଲାଣ୍ଟ ବଙ୍ଗୁର କ୍ରୋମାଇଟ ଖଣି ସହ ମିଶି ଗୋଟିଏ ଦଳ ଭାବେ ଆସନ୍ତା ଡିସେମ୍ବର ମାସରେ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ କ୍ରୀଡା ପ୍ରତିଯୋଗିତା ରେ ଭୁବନେଶ୍ୱର ରେ ଭାଗ ନେବ । ଏହି ତିନି ଦିନ ଧରି ଅନୁଷ୍ଠିତ ହୋଇଥିବା ବାର୍ଷିକ କ୍ରୀଡା ପ୍ରତିଯୋଗିତା ରେ ଫେରୋକ୍ରମ ପ୍ଲାଣ୍ଟ ର ୨୦୦ ଅଧିକ କର୍ମଚାରୀ ଏହି ବାର୍ଷିକ କ୍ରୀଡା ପ୍ରତିଯୋଗିତା ରେ ଭାନେଥିଲେ। ଇଥେଲେତିକ କ୍ରୀଡା ସମେତ କ୍ରିକେଟ୍, ଭଲିବଲ୍, ବ୍ୟାଡମିଣ୍ଟନ, ଚେସ, କ୍ୟରମ୍ ଇତ୍ୟାଦି ଖେଳ ଆୟୋଜନ ହୋଇଥିଲା।

ଏହି ତିନି ଦିନ ଧରି ଅନୁଷ୍ଠିତ ହୋଇଥିବା କ୍ରୀଡା ପ୍ରତିଯୋଗିତା କୁ ସମସ୍ତ କର୍ମଚାରୀ ସୁଚାରୁରୂପେ ପରିଚାଳନା କରିଥିଲେ। ଅଭିଜ୍ଞ ଖେଳ ପରିଚାଳକ ଶ୍ରୀ ବି.ସ୍କେ ସାମଲ, ଖଗେଶ୍ୱର୍ ରଣା, ପବିତ୍ର ମୋହନ ମଲ୍ଲିକ, ପ୍ରଫୁଲ୍ଲ ଚନ୍ଦ୍ର ଦାସ ପ୍ରଭୃତି ଖେଳ ପରିଚାଳନା କରିଥିବା ବେଳେ ଦେବ ରଞ୍ଜନ କର, ବିଭୂଦେନ୍ଦୁ ବଳ, ଅରୁଣ କାନ୍ତି କର, ଅର୍ପିତ ଦାସ, ଅକ୍ଷୟ ଦାସ, ସତ୍ୟ ନାରାୟଣ ସିନ୍ନହା, ପ୍ରଦୀପ ଦାସ, କାହ୍ନୁ ଚରଣ ନାଥ, ଗୌତ୍ତମ୍ ମଲ୍ଲିକ,ସୂର‌୍ୟ୍ୟ ସନଥ ଆୟଚ, ଅଜିତ ମହାରଣା ସମେତ ଅନ୍ୟ ମାନେ ସହଯୋଗ କରିଥିଲେ। ଅନ୍ତିମ ଦିନ ରେ ପ୍ଲାଣ୍ଟ ମୁଖ୍ୟ ଶ୍ରୀ ରଶ୍ମୀ ରଞ୍ଜନ ପରିଡ଼ା ସମସ୍ତ କୃତି ପ୍ରତିଯୋଗୀ ଙ୍କୁ ମେଡାଲ, ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ। ବହୁ ବର୍ଷ ପରେ ଆରମ୍ଭ ହୋଇଥିବା ଏହି ବାର୍ଷିକ କ୍ରୀଡା ପ୍ରତିଯୋଗିତା ପାଇଁ ସମସ୍ତ କର୍ମଚାରୀ ମାନଙ୍କ ମଧ୍ୟ ରେ ଖୁସି ର ଲହରୀ ଖେଳି ଯାଇଥିଲା। ଓଡ଼ିଶା ଖଣି ନିଗମ ର ଏତାଦୃଶ ପଦକ୍ଷେପକୁ ସମସ୍ତେ ପ୍ରଶଂସା କରିଥିଲେ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close