ବଜରଙ୍ଗ ଦଳର ବୈଠକ ଅନୁଷ୍ଠିତ
ଦାନଗଦୀ,୦୭/୧୧(ଉ. ନ୍ୟୁଜ୍ ବ୍ୟୁରୋ): ବଜରଙ୍ଗ ଦଳର ଦାନଗଦି ବ୍ଲକ ଅନ୍ତର୍ଗତ ଧୂଳିଗଡ଼ ପଂଚାୟତର ମାନଗୋବିନ୍ଦପୁର ଗାଁ ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି, ପ୍ରାରମ୍ଭରେ ସାମୁହିକ ବ୍ରହ୍ମନାଦ, ଏକାତ୍ମକ ସ୍ରୋତ୍ର, ବିଜୟ ମହାମନ୍ତ୍ର ଗାନ କରାଯାଇ ଥିଲା, ବରିଷ୍ଠ ଆଇନଯିଵୀ ଓ ମାର୍ଗ ଦର୍ଶକ ସୁବାଷ ଚନ୍ଦ୍ର ନନ୍ଦ ଓ ଜିଲ୍ଲା ଅଧିକାରୀ ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା, ବିଶ୍ୱ ହିନ୍ଦୁ ପରିଷଦ ର ଜିଲ୍ଲା ପ୍ରଚାର ପ୍ରସାର ପ୍ରମୁଖ ଶ୍ରୀକାନ୍ତ ମହାପାତ୍ର ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ , ଉକ୍ତ ବୈଠକରେ ହିନ୍ଦୁ ଯୁବକ ମାନେ ଏକତ୍ରିତ ହୋଇ ମାତୃଭୁମି , ଗୋମାତା, ଧର୍ମ ଓ ମଠ ମନ୍ଦିର ର ସୁରକ୍ଷା ଦେବା ପାଇଁ ଆଗେଇ ଆସିବା ପାଇଁ ବଜରଙ୍ଗ ଦଳ ବିଶ୍ୱ ହିନ୍ଦୁ ପରିଷଦର ବରିଷ୍ଠ ମାର୍ଗ ଦର୍ଶକ ସୁବାଷ ଚନ୍ଦ୍ର ନନ୍ଦ କହିଥିଲେ, ବଜରଙ୍ଗ ଦଳ ଯାଜପୁର ଜିଲ୍ଲା ସଂଯୋଜକ ବସନ୍ତ କୁମାର ପାତ୍ର ଆଗାମୀ ଦିନରେ ପ୍ରତି ଗ୍ରାମ ଓ ପଂଚାୟତରେ ହିନ୍ଦୁ ଯୁବକ ମାନେ ନିଜକୁ ସଂସ୍କାରିତ କରି ରାଷ୍ଟ୍ର ଧର୍ମ ସୁରକ୍ଷା ପାଇଁ ବଜ୍ର ଶପଥ ନେଇ ଆଗେଇ ନ ଆସିଲେ ଆଗାମୀ ଭବିଷ୍ୟତରେ ହିନ୍ଦୁ ସମାଜ ବିପଦରେ ନିଶ୍ଚୟ ପଡିବ ବୋଲି ବୁଝାଇ କହିଥିଲେ, ଜିଲ୍ଲା ବଜରଙ୍ଗ ଦଳ ସହ ସଂଯୋଜକ ସାରଦା ପ୍ରସନ୍ନ ବଳ ପଂଚାୟତ ରେ ନୂତନ ଭାବେ ଦାୟିତ୍ୱ ପାଇଥିବା ଯୁବକ ଭାଇ ମାନଙ୍କୁ ନିଜର ଦାୟିତ୍ୱବୋଧ, ରାଷ୍ଟ୍ର ପାଇଁ କର୍ତ୍ତବ୍ୟ କଣ ବୁଝାଇ କହିଥିଲେ, ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସହ ସୁରକ୍ଷା ପ୍ରମୁଖ ଅସିତ ଦାସ, ମାନସ ରଣା ଉପସ୍ଥିତ ଥିଲେ,ଧୂଳିଗଡ଼ ପଂଚାୟତର ସଂଯୋଜକ ଭାବେ ସୁନୀଲ ପୃଷ୍ଟି, ସହ ସଂଯୋଜକ ଭାବେ ସୋମନାଥ ରଣା, ସଞ୍ଜୟ କୁମାର ସାହୁ, ଗୋ -ରକ୍ଷା ପ୍ରମୁଖ ଭାବେ ରୁଦ୍ର ନାରାୟଣ ରଣା, ସୁରକ୍ଷା ପ୍ରମୁଖ ଭାବେ – ବିଜୟ କୁମାର ସାହୁ, ବିଦ୍ୟାଳୟ ପ୍ରମୁଖ ଭାବେ – ସନ୍ତୋଷ କୁମାର ସାହୁ, ଆଖଡ଼ା ପ୍ରମୁଖ ଭାବେ -ପ୍ରଭୁ ସହର, ସାପ୍ତାହିକ ମିଳନ ପ୍ରମୁଖ ଭାବେ ରାକେଶ ରଣା, କୋଷଧକ୍ଷ୍ୟ ଭାବେ ଶୈଳେନ୍ଦ୍ର ରଣା ଓ ଗ୍ରାମ ସଂଯୋଜକ ଭାବେ ପ୍ରକାଶ ପାତ୍ର ଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା, ବୈଠକ ଶେଷରେ ଶାନ୍ତି ପାଠ ଓ ଜୟଘୋଷ ହୋଇଥିଲା ।