ବ୍ୟାସନଗର ‘କପିଳେଶ୍ୱର କଲୋନି ମା’ଦୁର୍ଗା ପୂଜା’ ପେଣ୍ଡାଲରେ ‘ଦୁର୍ଲ୍ଲଭ କଳା ପରିଷଦ’ ତରଫରୁ ଭଜନ ସଂନ୍ଧ୍ୟା

ବ୍ୟାସନଗର,୧୪/୧୦(ଉ.ନ୍ୟୁଜ୍ ବ୍ୟୁରୋ): ଆଜି ପବିତ୍ର ‘ଦଶହରା’ରେ ବ୍ୟାସନଗର ପ୍ରିୟଦର୍ଶନୀ ରୋଡ ସ୍ଥିିତ କପିଳେଶ୍ୱର କଲୋନି ୦୯ମ ବାର୍ଷିକ ସାର୍ବଜନୀନ ମା’ ଦୁର୍ଗା ପୂଜା ଅବସରରେ ମା’ଙ୍କ ପେଣ୍ଡାଲରେ କମିଟି ଆନୁକୂଲ୍ୟରେ “ଦୁର୍ଲ୍ଲଭ କଳା ପରିଷଦ” ଏକ ଭଜନ ସଂନ୍ଧ୍ୟା କାର୍ଯ୍ୟକ୍ରମ ପରିଷଦର ମୁଖ୍ୟ ଦୁଷ୍ମନ୍ତ କୁମାର ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପଣ୍ଡିତ ଲକ୍ଷ୍ମୀଧର, ହିତାଗ୍ନୀ ମିଶ୍ର, ଗାୟତ୍ରୀ ମଲ୍ଲିକ, ପ୍ରଜ୍ଞା ଖୁଟିଂଆ, ଅନନ୍ୟା ନାୟକ, ଆଦ୍ୟାଶା ନାୟକ, ଦେବାଶିଷ ସାହୁ, ଆଲବମ କଳାକାର ଉପେନ୍ଦ୍ର ପ୍ରସାଦ, ଅକ୍ଷୟ କୁମାର ଜେନା, ଅଜୟ କୁମାର ବ୍ରହ୍ମ, ବାପୁଜୀ ରାଉତରାୟ, ଅଶୋକ ଖିଲାର, ପ୍ରଦୀପ ଖୁଂଟିଆ, ଖଗେଶ୍ୱର ଜେନା, ଡ଼ଃ. ଅକ୍ଷୟ କୁମାର ପଣ୍ଡା, କଳିଙ୍ଗ କେଶରୀ ରାଉତ, ବିଶ୍ୱରଂଜନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ସୁନ୍ଦର ଭଜନ ପରିବେଷଣ କରିଥିଲେ । ‘କପିଳେଶ୍ୱର କଲୋନି ସାର୍ବଜନୀନ ମା’ ଦୁର୍ଗା ପୂଜା କମିଟି’ର ସଭାପତି ତଥା ବରିଷ୍ଠ ସମାଜସେବୀ ଚନ୍ଦ୍ରମଣି ସାମଲ, ସାଧାରଣ ସଂପାଦକ ତଥା ବିଶିଷ୍ଟ ଶିକ୍ଷାବିତ୍ ଗଣନାଥ ମହାରଣା, କୋଷାଧ୍ୟକ୍ଷ ପିତାମ୍ବର ଦାଶ, ମୁଖ୍ୟ ପୁରୋଧା ନିତ୍ୟାନନ୍ଦ ରଣା, କାଯ୍ୟକର୍ତା ସର୍ବଶ୍ରୀ ସୁବଳ ଚନ୍ଦ୍ର ସେନାପତି, କାମଦେବ ନାୟକ, ଯଶୋବନ୍ତ ବିଶୋଇ, ଲମ୍ବୋଦର ମଲ୍ଲିକ, ଚିନ୍ମୟ ସାମଲ, କାର୍ତିକ ଚନ୍ଦ୍ର ନାୟକ, ପ୍ରଦୀପ କୁମାର ସାମଲ, ସମରେନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ । ଏଥିରେ ବହୁ ମହିଳା, ବରିଷ୍ଠ ନାଗରିକଙ୍କ ସମେତ ସ୍ଥାନୀୟ ଫେରୋକ୍ରୋମ କାରଖାନାର ପରିଚାଳକ ଇଂ. ରଶ୍ମିରଂଜନ ବିଶ୍ୱାଳ ପ୍ରମୁଖ ଆଦି ଅଂଶଗ୍ରହଣ କରିଥିଲେ ।
    ସୂଚନାଯୋଗ୍ୟ, ପ୍ରତିବର୍ଷ ପରି ଏଠାରେ ମା’ଙ୍କ ୯ମ ବାର୍ଷିକ ପୂଜା ଯଥା ରୀତି ମତେ ଏବଂ ଯାକଯମକର ସହ ଅନୁଷ୍ଠିତ ହେଉଛି । ମା’ଙ୍କ ପୂଜା ସହ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ମଧ୍ୟ କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ହେଉଛି । ଆସନ୍ତା କାଲି ସୋମବାର ଅପରାହ୍ନରେ ମା’ଙ୍କ ଭଷାଣୀ ଉତ୍ସବ ଅନୁଷ୍ଠିତ ହେବ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close