ଓ ଏ ଏସ ସ୍ଥରରେ ବଡଧରଣର ଅଦଳବଦଳ

ଭୁବନେଶ୍ୱର ;୨୭/୦୯(ବ୍ୟୁରୋ): ଓଏଏସ ସ୍ଥରରେ ବଡଧରଣର ଅଦଳବଦଳ କରିଛନ୍ତି ରାଜ୍ୟସରକାର । ବୁଧବାର ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ବରିଷ୍ଠ ଓଏଏସ୍ ଅନାମ ଚରଣ ପାତ୍ରଙ୍କୁ କଟକ ମହାନଗର ନିଗମର କମିଶନର ଭାବେ ନିଯୁକ୍ତି ମିଳିଛି। ସେହିପରି ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ ରହିଥିବା କଳ୍ପତରୁ ବେହେରାଙ୍କୁ କଟକ ମହାନଗର ନିଗମର ଅତିରିକ୍ତ କମିଶନର ଭାବେ ବଦଳି କରାଯାଇଛି ।ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ ଥିବା ମଧୁମିତା ରଥଙ୍କୁ ଉତ୍କଳିକାର ପରିଚାଳନା ନିର୍ଦ୍ଦେଶକ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ ପ୍ରଦୀପ କୁମାର ରାଉତଙ୍କୁ ଓକାକ୍ ମୁଖ୍ୟ ନିର୍ବାହୀ ଅଧିକାରୀ, ପୂର୍ବତନ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଗୌରହରି ବେହେରାଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ଓ କେନ୍ଦୁଝରର ପୂର୍ବତନ ଅତିରିକ୍ତ ଜିଲ୍ଲପାଳ ଯଦୁମଣି ମହଲାଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି । ସେହିପରି କନ୍ଧମାଳ ଜିଲ୍ଲା ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ଥିବା ରତ୍ନାକର ସାହୁଙ୍କୁ ବାଲେଶ୍ୱର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ଏଡିଏମ), ଯାଜପୁର ଜିଲ୍ଲା କଳିଙ୍ଗନଗରର ଅତିରିକ୍ତ ଜିଲ୍ଲାପାଳ ଥିବା ଲଙ୍କେଶ୍ୱର ଅମାତଙ୍କୁ ଭଦ୍ରକ ଏଡିଏମ, ସୁନ୍ଦରଗଡ଼ ଜିଲ୍ଲା ବଣାଇ ତହସିଲଦାର ଅଶୋକ କୁମାର ଗଡ଼ତିଆଙ୍କୁ ଅତିରିକ୍ତ ଅବକାରୀ କମିଶନର, ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ (ଏଡିଏମ), ଉଦୟ କୁମାର ମହାପାତ୍ରଙ୍କୁ ଅନୁଗୁଳ ଏଡିଏମ୍ ଭାବେ ବଦଳି କରାଯାଇଛି । ରାଜ୍ୟ କୃଷି ବିଭାଗର ଯୁଗ୍ମସଚିବ ଦରିଦ୍ରଭଞ୍ଜନ ମଦନମୋହନ ପାତ୍ରଙ୍କୁ ବାଲେଶ୍ୱର-ମୟୂରଭଞ୍ଜର ବନ୍ଦୋବସ୍ତ ଅଧିକାରୀ, ଓଏଏସ୍ ଦିପ୍ତି ରଞ୍ଜନ ବେହେରାଙ୍କୁ ପୂର୍ତ୍ତ ବିଭାଗର ଯୁଗ୍ମ ସଚିବ, ବାଲେଶ୍ୱରର ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରାଙ୍କୁ ପାରାଦୀପର ଏଡିଏମ, ପାରାଦୀପର ଏଡିଏମ୍ ଲଳିତ ମୋହନ ବେହେରାଙ୍କୁ ଢେଙ୍କାନାଳ ଜିଲ୍ଲାପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀଭାବେ ବଦଳି କରାଯାଇଛି । ଓସେପାର ଯୁଗ୍ମ ନିର୍ଦ୍ଦେଶକ ସରୋଜ କୁମାର ବେହେରାଙ୍କୁ ଅନୁସୂଚିତ ଜାତି, ଜନଜାତି ବିଭାଗର ଯୁଗ୍ମ ସଚିବ, ଅନୁଗୁଳର ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ମହାପାତ୍ରଙ୍କୁ ଗୃହ ବିଭାଗର ଯୁଗ୍ମ ସଚିବ, ରାଇରଙ୍ଗପୁରର ପୂର୍ବତନ ଉପଜିଲ୍ଲାପାଳ ସରୋଜ କୁମାର ଦାଶଙ୍କୁ ଗୃହ ଓ ନଗର ଉନ୍ନୟନ ବିଭାଗର ଯୁଗ୍ମ ସଚିବ, ବାଲେଶ୍ୱରର ଅତିରିକ୍ତ ଉପଜିଲ୍ଲାପାଳ ଶୁଭଶ୍ରୀ ରଥଙ୍କୁ ନୀଳଗିରି ଉପଜିଲ୍ଲାପାଳ, ତାଳଚେରର ପୂର୍ବତନ ଉପଜିଲ୍ଲାପାଳ ମନୋଜ କୁମାର ତ୍ରିପାଠୀଙ୍କୁ ପାରଳାଖେମୁଣ୍ଡି ସମନ୍ୱିତ ଜନଜାତି ବିକାଶ ସଂସ୍ଥା (ଆଇଟିଡିଏ)ର ପିଏ, ପାରଳାଖେମୁଣ୍ଡି ସମନ୍ୱିତ ଜନଜାତି ବିକାଶ ସଂସ୍ଥା (ଆଇଟିଡିଏ)ର ପିଏ ଭାବେ ବର୍ତ୍ତମାନ କାର୍ଯ୍ୟରତ ଦିଲ୍ଲୀପ କୁମାର ବେହେରାଙ୍କୁ ଆଠମଲ୍ଲିକ ଉପଜିଲ୍ଲାପାଳ ଓ ପଦ୍ମପୁରର ପୂର୍ବ ଉପଜିଲ୍ଲାପାଳ ଆଲୋକ କୁମାର ପଟେଲଙ୍କୁ ବଲାଙ୍ଗିର ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ମିଳିଛି । ଆଠଗଡ଼ର ପୂର୍ବ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇଙ୍କୁ ଜଗତସିଂହପୁର ଉପଜିଲ୍ଲାପାଳ, ଜୟପୁରର ପୂର୍ବ ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡ଼ାଙ୍କୁ ଭବାନୀପାଟଣା ଉପଜିଲ୍ଲାପାଳ, ସମ୍ବଲପୁର ମ୍ୟୁନିସିପାଲ କର୍ପୋରେସନର ଡେପୁଟୀ କମିଶନର ପ୍ରସନ୍ନ କୁମାର ପାଣ୍ଡେଙ୍କୁ ବରଗଡ଼ ଉପଜିଲ୍ଲାପାଳ, କେନ୍ଦୁଝର ପୌରାଞ୍ଚଳ ନିର୍ବାହୀ ଅଧିକାରୀ ବସନ୍ତ କୁମାର ସେଠୀଙ୍କୁ ରାଜସ୍ୱ ବୋର୍ଡର ଯୁଗ୍ମ ସଚିବ, ବଣାଇର ପୂର୍ବ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁଙ୍କୁ ସୁନ୍ଦରଗଡ଼ର ଜିଲ୍ଲାପରିଷଦ ସିଡିଓ, ଶ୍ରମ ମନ୍ତ୍ରୀଙ୍କ ପୂର୍ବ ବ୍ୟକ୍ତିଗତ ସଚିବ ଶମ୍ଭୁନାଥ ନନ୍ଦିଙ୍କୁ କନ୍ଧମାଳ ଜିଲ୍ଲାପରିଷଦ ସିଡିଓ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଯୁଗ୍ମ ସଚିବ ମୌସୁମୀ ନାୟକଙ୍କୁ ଯୋଗାଣ ନିଗମର ଜେନେରାଲ ମ୍ୟାନେଜର,ଚମ୍ପୁଆର ପୂର୍ବ ଉପଜିଲ୍ଲାପାଳ ସୁକାନ୍ତ ନାୟକଙ୍କୁ ରାୟଗଡ଼ାର ଅତିରିକ୍ତ ଜିଲ୍ଲାପାଳ, କେନ୍ଦୁଝରର ପୂର୍ବ ଏଡିଏମ୍ ଲଳିତ ସୋରେଙ୍ଗଙ୍କୁ ଝାରସୁଗୁଡ଼ା ଆର ଆଣ୍ଡ ଆରର ପିଡି ଭାବେ ଦାୟିତ୍ୱ ମିଳିଛି । ଏଥିସହ ଢେଙ୍କାନାଳର ଉପଜିଲ୍ଲାପାଳ ସପନ ନନ୍ଦଙ୍କୁ କଳିଙ୍ଗନଗର ଏଡିଏମ, ଓଡ଼ିଶା ଅର୍ବାନ ଇନଫ୍ରାଷ୍ଟ୍ରକଚର ଡେଭେଲପମେଣ୍ଟ ଫଣ୍ଡର ଏଓ ସଞ୍ଜୟ କୁମାର ରାଉତଙ୍କୁ ରାଜ୍ୟ ପାନୀୟ ନିଗମର ଜେନେରାଲ ମ୍ୟାନେଜର, ଜଗତସିଂହପୁରର ଅତିରିକ୍ତ ଉପଜିଲ୍ଲାପାଳ ବିବୁଦ୍ଧ ଗଡ଼ନାୟକଙ୍କୁ ଢେଙ୍କାନାଳ ଉପଜିଲ୍ଲାପାଳ, ବ୍ରହ୍ମପୁରର ଅତିରିକ୍ତ ଉପଜିଲ୍ଲାପାଳ ଗୌରବମୟ ପ୍ରଧାନଙ୍କୁ କୁଚିଣ୍ଡା ଉପଜିଲ୍ଲାପାଳ ଏବଂ ବାରିପଦା ଆଇଟିଡିଏର ପିଏ ପ୍ରଣୟ ରଞ୍ଜନ ବେହେରାଙ୍କୁ କେନ୍ଦୁଝର ପୌରପାଳିକା ନିର୍ବାହୀ ଅଧିକାରୀଭାବେ ବଦଳି କରାଯାଇଛି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close