ବିରଜା ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ପାଳିତ

ଯାଜପୁର ; ୨୫/୦୯(ବ୍ୟୁରୋ): ସ୍ଥାନୀୟ ବିରଜା ମହିଳା ଡ଼ିଗ୍ରୀ କଲେଜ ପରିସରରେ ଜାତୀୟ ସେବା ଯୋଜନା ତରଫରୁ “ଜାତୀୟ ସେବା ଯୋଜନା ଦିବସ” ୨୪ତାରିଖରେ ପାଳିତ ହୋଇଯାଇଛି । ଏକଶହ ଛାତ୍ରୀ ମାନଙ୍କୁ ନେଇ ଗଠିତ ଜାତୀୟ ସେବା ଯୋଜନା (ବିରଜା ଓମେନ୍ସ ଡ଼ିଗ୍ରୀ ମହାବିଦ୍ୟାଳୟ, ଯାଜପୁର) ଆନୁକୁଲ୍ୟରେ ଏକ ସଭାର ଆୟୋଜନ ହୋଇଥିଲା । ସମ୍ମାନୀୟ ବିଶ୍ୱଜିତ୍ ନାୟକଙ୍କ ତତ୍ୱାବଧାନରେ ଆୟୋଜିତ ସଭାକୁ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼କ୍ଟର ସୁକାନ୍ତିଲତା ସାହୁ ଉଦ୍‌ଘାଟନ କରି ଜାତୀୟ ସେବା ଯୋଜନା ଦିବସର ଉଦ୍ଦେଶ୍ୟ ଓ ଆମର କର୍ତବ୍ୟ ବିଷୟରେ ଆଲୋକପାତ କରିଥିଲେ । ଅଧ୍ୟାପିକା ଡ଼କ୍ଟର ମଧୁଲିତା ମହାନ୍ତି, ଅଧ୍ୟାପିକା ଅନିତା ମହାପାତ୍ର, ଅଧ୍ୟାପକ ବିଶ୍ୱରଂଜନ ମହାନ୍ତି, ତରଣୀସେନ୍ ଜେନା, ପର୍ଶୁରାମ ନାୟକ ସେମାନଙ୍କର ଅଭିଭାଷଣ ପ୍ରଦାନ କରିଥିଲେ । ମହାବିଦ୍ୟାଳୟର ସ୍ୱେଚ୍ଛାସେବୀ ଅର୍ପିତା ପ୍ରିୟଦର୍ଶୀନି ମିଶ୍ର, ବର୍ଷା ପ୍ରିୟଦର୍ଶୀନି ବଳ, ମୁସ୍‌କାନ ଖାତୁନ୍ ଇତ୍ୟାଦି ସେମାନଙ୍କର ଏହି ଦିବସର ମହତ୍ୱ ବିଷୟରେ ନିଜର ମତ ଉପସ୍ଥାପନ କରିଥିଲେ । ଅଧ୍ୟାପିକା ସୁଶ୍ରୀ ଦାସ, ଅମ୍ବିକା କର, ଛନ୍ଦା ରାଏ, ଐଶ୍ୱର୍ଯ୍ୟା ରାଉତ ଉକ୍ତ ସଭାରେ ଯୋଗଦେଇଥିଲେ । ଶେଷରେ ପ୍ରୋଗ୍ରାମ ଅଫିସର ବିଶ୍ୱଜିତ୍ ନାୟକ ଏହି ଦିବସ ପାଳନ କରିବାର ବିଭିନ୍ନ ଦିଗ ଉପରେ ଆଲୋକପାତ କରି ଧନ୍ୟବାଦ ଅର୍ପଣ କରିଥିଲେ ।
ଅଧ୍ୟକ୍ଷା
ବିରଜା ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟ, ଯାଜପୁର

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close