‘ଉଦୟବଟ’ ପରିସରରେ ପ୍ରଭୂ ଗଜାନନଙ୍କ ପୂଜା ଅନୁଷ୍ଠିତ

ବ୍ୟାସନଗର,୦୭/୦୯(ଉ.ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ‘ଦୁର୍ଲ୍ଲଭ କଳା ପରିଷଦ ମଣ୍ଡପ’ ଠାରେ ଆଜି ଶନିବାର ମଧ୍ୟାହ୍ନରେ ଅଗ୍ରଦେବ ପ୍ରଭୂ ଗଣେଷଙ୍କ ପୂଜା ଯଥାବିଧି ରୀତିମତେ ଅନୁଷ୍ଠିତ ହୋଇଥିଲା । ବ୍ୟାସନଗର ପୈାର ପରିଷଦ ସ୍ଥିତ ‘ଉଦୟବଟ’ ପରିଚାଳିତ ଏହି ପୂଜାକୁ ବିଶିଷ୍ଟ ପୂଜକ ପଣ୍ଡିତ ଦୀପକ ରଂଜନ ପାଣିଗ୍ରାହୀ ସଂପାଦନ କରିଥିବା ବେଳେ ଏଥିରେ କର୍ତା ଭାବେ ‘ଉଦୟବଟ’ର କାର୍ଯ୍ୟକର୍ତା ତଥା ଶ୍ରମିକ ନେତା ଅରୁଣ କୁମାର ଦାସ ବସି ପୂଜାକାର୍ଯ୍ୟ କରିଥିଲେ । ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ କାର୍ଯ୍ୟକ୍ରମକୁ ପ୍ରତ୍ୟକ୍ଷ ଭାବେ ସଂଯୋଜନା କରିଥିଲେ । ପୂଜାରେ ଯାଜପୁର ଜିଲ୍ଲା ବଜରଙ୍ଗ ଦଳ ସଂଯୋଜକ ବସନ୍ତ କୁମାର ପାତ୍ର, ଯୁବ ସମାଜସେବୀ ଅକ୍ଷୟ କୁମାର ଜେନା, ଝାଡ଼େଶ୍ୱର ଜୁନିୟର ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ବିଶିଷ୍ଟ ସାହିତ୍ୟିକ ଡ଼ଃ. ଅକ୍ଷୟ କୁମାର ପଣ୍ଡା, ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ, ବିଦ୍ୟୁତ୍‌ପ୍ରଭା ରାୟ, ବିଶିଷ୍ଟ କବୟତ୍ରୀ ସୁମିତ୍ରା ମିଶ୍ର, ସମାଜସେବୀ ସନାତନ ପାତ୍ର, ସାମ୍ବାଦିକ ଉମାକାନ୍ତ ମହାପାତ୍ର, ନରହରି ବେହେରା, ସୁମନ୍ତ ରାଉତ, ଗୋଲାପ ମଲ୍ଲିକ, ସଂଯୁକ୍ତା ସ୍ୱାଇଁ, ଭାରତୀ ବିଶ୍ୱାଳ, ସସ୍ମିତା ମଲ୍ଲିକ, ଭାରତ ଭୂଷଣ ରାଉତ, କଳିଙ୍ଗ କେଶରୀ ରାଉତ, ଶ୍ୟାମସୁନ୍ଦର ରାଉତ, ଅସିତ୍ ଦାସ, ଆରତୀ ରାୟ, ବିନୋଦ ବିହାରୀ ରାୟ, ଇନ୍ଦୁମତି ସାହୁ ପ୍ରମୁଖ ଯୋଗ ଦେଇଥିଲେ । 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close