ସ୍ୱାୟତ ଶାସନ ଦିବସରେ ଭାଗ ନେଲେନାହିଁ କୌଣସି କାଉନସିଲର, ବିକାଶ କାମକୁ ନେଇ ଅଧ୍ୟକ୍ଷା ଓ କାଉନସିଲରଙ୍କ ମଧ୍ୟରେ ଛକାପଞ୍ଜା

ଯାଜପୁର / ବ୍ୟାସନଗର;୦୧/୦୯(ବ୍ୟୁରୋ): ବ୍ୟାସନଗର ପୌର ପରିଷଦ ବିବାଦ ଘେରରେ। ଅଞ୍ଚଳର ବିକାଶ ନା ରେ ଭୁଆଁ ବୁଲାଉଛନ୍ତି ଅଧିକାରୀ। ବ୍ୟାସନଗର ପୌରା ଅଧ୍ୟକ୍ଷାଙ୍କ କାର୍ଯ୍ୟକଳାପ ଯୋଗୁଁ ଗୋଟିଏ ପରେ ଗୋଟିଏ ବିବାଦ ଦେଖାଦେଉଛି l । ପୌରାଧ୍ୟକ୍ଷାଙ୍କୁ ବିରୋଧ କରି ପାରିଷଦମାନେ ପୌରପାଳିକା ପକ୍ଷରୁ ପାଳିତ ସ୍ୱାୟତ ଶାସନ ଦିବସରେ ସାମିଲ ନ ହେବା ଘଟଣାକୁ ନେଇ ବ୍ୟାସନଗର ରାଜନୀତି ସରଗରମ ହୋଇଛି । ପୌରାଧ୍ୟକ୍ଷାଙ୍କ ମେରିରାୟ ନୀତିକୁ ବିରୋଧ କରି କାଉନସିଲରମାନେ ଏଭଳି ନିଷ୍ପତି ନେଇଥିବା ଜଣାପଡିଛି । ସ୍ୱାୟତ ଶାସନ ଦିବସ ଅବସରରେ ପୌର କାର୍ଯ୍ୟାଳୟରେ ସକାଳୁ ପତାକା ଉତୋଳନ କରାଯାଇଥିଲା । ଅଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ, ଉପାଧ୍ୟକ୍ଷ ସୁବାସ ବଳ, ନିର୍ବାହୀ ଅଧିକାରୀ ନମ୍ରତା ମୋଦୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ତେବେ ଏହି କାର୍ଯ୍ୟକ୍ରମରେ କୌଣସି କାଉନସିଲର ଉପସ୍ଥିତ ନଥିଲେ । ବିକାଶ କାମକୁ ନେଇ ଅଧ୍ୟକ୍ଷା ଓ କାଉନସିଲରଙ୍କ ମଧ୍ୟରେ ଚାଲିଥିବା ଛକା ପଞ୍ଜା ଯୋଗୁ ପୌର ପରିଷଦ ର ବିକାଶ ଘର ଠପ୍ l ସେହିପରି ସଂଧ୍ୟାରେ ସଂସ୍କୃତି ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନିର୍ବାହୀ ଅଧିକାରୀ, ଅଧ୍ୟକ୍ଷା, ଉପାଧ୍ୟକ୍ଷ, କର୍ମଚାରୀ ଯୋଗଦେଇଥିବାବେଳେ ମାତ୍ର ଦୁଇଜଣ କାଉନସିଲର ଅଶୋକ କୁମାର ରାଉତ, ପାର୍ଥସାରଥୀ ନାୟକ ଭାଗ ନେଇଥିଲେ । ଅନ୍ୟ କୌଣସି କାଉନସିଲର ଏହି କାର୍ଯ୍ୟକ୍ରମକୂ ଆସିବାକୁ ବର୍ଜନ କରିଥିଲେ। ସୂଚନାଯୋଗ୍ୟ, ଏହା ପୂର୍ବରୁ ଗତ ସ୍ୱାଧୀନତା ଦିବସରେ ପରେଡ୍ ବନ୍ଦ ଘଟଣାକୁ ନେଇ ଅସନ୍ତୋଷ ଦେଖାଦେଇଥିଲା । ପୌରାଧ୍ୟକ୍ଷା ଦୀର୍ଘ ବର୍ଷର ପରମ୍ପରାକୁ କ୍ଷୁର୍ଣ୍ଣ କରିଥିବାର ଅଭିଯୋଗ ହୋଇଥିଲା । ସ୍ୱାଧୀନତା ଦିବସରେ ପରେଡ୍ ବନ୍ଦ କୁନି କୁନି ପିଲାମାନଙ୍କ ମାନସିକତା ଉପରେ ଚୋଟ ପହଞ୍ଚାଇଛି।ଏହା ଘୋର ନିନ୍ଦନୀୟ ବୋଲି ସମସ୍ତ ସ୍କୁଲ ଅଧ୍ୟକ୍ଷ ମତ ଦେଇଛନ୍ତି। ଶନିବାର ସ୍ୱାୟତ ଶାସନ ଦିବସରେ ଦଳୀୟ କାଉନସିଲର କିମ୍ବା ବିରୋଧୀ ଦଳର କାଉନସିଲର ଅନୁପସ୍ଥିତ ରହିବା ଘଟଣା ପୁଣି ବିବାଦକୁ ପଦାରେ ପକାଇଛି । ସହରରେ ଉନ୍ନୟନମୂଳକ କାର୍ଯ୍ୟରେ ଅଧ୍ୟକ୍ଷା ବାଧା ଦେଉଥିବାରୁ ସ୍ୱାୟତ ଶାସନ ଦିବସରେ ଭାଗ ନେଲୁନାହିଁ ବୋଲି ବହୁ କାଉନସିଲର ସୂଚନା ଦେଇଛନ୍ତି ପୌର ପରିଷଦର ସ୍ୱlୟତ ଶାସନ ଉତ୍ସବରେ ଚେୟାର ଗୁଡିକ ଖାଲି ପଡ଼ି ଥିଲା ନାନା ଅସୁବିଧା ପରିଲକ୍ଷିତ ହୋଇଥିଲା l ଛତ୍ର ଛାତ୍ରୀ ମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ବିଳମ୍ବରେ କାରାଯାଇ ଥିବାରୁ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇ ଥିବା ସହ ସ୍ୱlୟତ ଶାସନ ଉତ୍ସବ ଫିକା ପଡି ଥିଲା । ଅଧ୍ୟକ୍ଷତାଙ୍କୁ ଏଥି ପାଇଁ ଦାୟୀ କାରାଯାଉଛି । ବ୍ୟାସନଗରରେ ଏଭଳି ଅବ୍ୟବସ୍ଥା କୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଉଛି।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close