ବ୍ୟାସନଗର ସହରର ‘ରାଜ୍ ଫର୍ଣ୍ଣିଚର’ର ଅତ୍ୟାଧୂନିକ ସୋ’ରୁମ ଉଦ୍‌ଘାଟିତ

ବ୍ୟାସନଗର,୨୫/୦୮(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲାର ବ୍ୟାସନଗର ପୈାର ପରିଷଦର ଚୋରଦା-ଫରେଷ୍ଟ ଅଫିସ ମୁଖ୍ୟ ରାସ୍ତାର ବ୍ୟାଙ୍କ ଅଫ୍ ବରୋଦା ସାମନା ‘ରାଜ୍ ଫର୍ଣ୍ଣିଚର’ରେ ଆଜି ଉଦ୍‌ଘାଟିତ ହୋଇଛି ଅତ୍ୟାଧୂନିକ କାଚର ଝରକା, କବାଟ ଇତ୍ୟାଦିର ସୋ’ରୁମ । ସୁକ୍ଷ୍ମ ଏବଂ ପଲିସିଯୁକ୍ତ ଫ୍ରେମରେ ଭଳିକି ଭଳିକି ଡିଜାଇନର (Fenesta) ‘ଫିନେସ୍ତା’ ବ୍ରାଣ୍ଡର ଘରର ଆବଶ୍ୟକୀୟ ବିଭିନ୍ନ ଉପକରଣ ଯଥା-ଝରକା, କବାଟ ସହ ବହୁ ଆବଶ୍ୟକୀୟ ଗୃହ ଉପକରଣର ଭଣ୍ଡାର ପାଲିଟିଛି ‘ରାଜ୍ ଫର୍ଣ୍ଣିଚର’ । କ୍ରୋମନଗର ବ୍ୟାସନଗରର କ୍ରମବର୍ଦ୍ଧିଷ୍ଣୁ ଜନ ସଂଖ୍ୟା ଏବଂ ହୁ ହୁ ଗଢ଼ି ଉଠୁଥିବା ଅଟ୍ଟାଳିକାମାନଙ୍କର ଅତ୍ୟାଧୂନିକ ଚାହିଦା ମେଂଟାଇବା ଦିଗରେ ଏହି ‘ରାଜ୍ ଫର୍ଣ୍ଣିଚର’ ଅନେଂକାଂଶରେ ସହାୟକ ହେବ ବୋଲି କୁହାଯାଉଛି । ଏହି ଅତ୍ୟାଧୂନିକ ଗୃହ ଉପକରଣ ଥିବା ଭଣ୍ଡାରକୁ ଆଜି ପୂର୍ବାହ୍ନରେ କୋରେଇ ବିଧାୟକ ତଥା ‘ଓଲିଉଡ଼୍‌’ ସିନେ ଷ୍ଟାର ଆକାଶଦାସ ନାୟକ ଫିତା କାଟି ଆନୁଷ୍ଠାନିକ ଭାବେ ଶୁଭ ଉଦ୍‌ଘାଟନ କରିଥିଲେ । ତାଙ୍କ ସହ ପୂର୍ବତନ ପୌରାଧ୍ୟକ୍ଷା ସବିତା ରାଉତ, ବରିଷ୍ଠ ଆଇନଜୀବୀ ବିବେକାନନ୍ଦ ମହାନ୍ତି, ସୋ’ରୁମର ସତ୍ୱାଧିକାରୀ ସମୀର କୁମାର ରାଜ୍‌, ବିଶ୍ୱଭୂଷଣ ଲେଙ୍କା, ବରିଷ୍ଠ ଶିକ୍ଷାବିତ୍ ଇନ୍ଦିରା ଦାସ, ବହୁ ସମାଜସେବୀ, ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close