ତତ୍‌କ୍ଷଣାତ ଜଳିଗଲା ଯାଜପୁରରୋଡ ‘ଓଏମ୍‌ସି’ର ସ୍କୁଲ ଭ୍ୟାନ

ବ୍ୟାସନଗର,୨୪/୦୮(ଉ. ନ୍ୟୁଜ୍ ବ୍ୟୁରୋ): ଓଏମ୍‌ସିର ଏକ ସ୍କୁଲ ଭ୍ୟାନ୍ ଆଜି ପୂର୍ବାହ୍ନ ୧୦.୩୦ ସମୟରେ ପାଖାପାଖି ହଠାତ ଜଳିଯାଇଛି । ଏହି ସ୍କୁଲ ଭ୍ୟାନର ନମ୍ବର ହେଲା ଓଡି୦୪-୫-ଏଡବ୍ଲ୍ୟୁ-୨୪୭୫ । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁଯାୟୀ ଗାଡ଼ିର ବେଟେରୀ ସମସ୍ୟା ଯୋଗୁଁ ଗାଡ଼ି ଗରମ ହୋଇ ନିଆଁ ଲାଗିଯାଇଥିଲା । ଗାଡିଟି ଧବଳଗିରି ସ୍ଥିତ ସରସ୍ୱତୀ ଶିଶୁମନ୍ଦିରରେ ପିଲାଙ୍କୁ ଛାଡି ‘ଓଏମସି’ର ଓରମିନ୍ କ୍ଲବ ସାମନାରେ ଡ୍ରାଇଭର ଗାଡି ରଖି ପଳାଇଥିଲା । ଗାଡିର ଅବସ୍ଥା ସଂର୍ପକରେ ସେ ଅବଗତ ନ ଥିଲା । ଅଚାନକ ନିଆଁ ଲାଗି ସଙ୍ଗେ ସଙ୍ଗେ ନିଆଁର ପ୍ରକୋପ ବଢ଼ି ଯାଇଥିଲା । ଖବର ପାଇ ଯାଜପୁରରୋଡ଼ ଅଗ୍ନିଶମ ବିଭାଗ ନିଆଁ ଲିଭାଇବା ପାଇଁ ଚେଷ୍ଟା ଜାରି ରଖିଥିଲେ ହେଁ ଗାଡ଼ିଟି ସମ୍ପୂର୍ଣ୍ଣ ଜଳିଯାଇଥିଲା । ସୌଭାଗ୍ୟ ବଶତଃ ଗାଡ଼ିରେ କୌଣସି ଛାତ୍ରଛାତ୍ରୀ ନ ଥିଲେ । ଟାୟାରର ପୋଡ଼ା ଗନ୍ଧ ଓ କଳା ଧୂଆଁରେ ସ୍ଥାନୀୟ ଅଂଚଳ ଧୂଆଁମୟ ହୋଇଯାଇଥିଲା । ଏହି ଘଟଣା ଦେଖିବାକୁ ସେଠାରେ ଜନ ସମୁଦ୍ର ହୋଇଯାଇଥିଲା ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close