ଯାଜପୁରରୋଡରେ ଚୋରୀ ଚରମ ସୀମାରେ, ଫରେଷ୍ଟ ବଂଗଳା ଆଗରୁ ମହିଳାଙ୍କ ବେକରୁ ସୂନା ଚେନ ଝାମ୍ପିନେବାର କେଇ ଘଂଟା ପରେ ରମ୍ପାସରୁ ମୋଟର ସାଇକେଲ ଚୋରୀ

ବ୍ୟାସନଗର, ୨୨/୦୮(ଉ.ନ୍ୟୁଜ୍ ବ୍ୟୁରୋ): ଦିନକୁ ଦିନ କ୍ରୋମନଗରୀ ବ୍ୟାସନଗର ପୈାର ପରିଷଦ ଅଂଚଳରେ ରାହାଜାନୀ ବଢ଼ି ବଢ଼ି ଚରମ ସୀମାରେ ପହଚିଂଛି । ସୁଯୋଗ ଉଣ୍ଡି ଦୁବୃର୍ତମାନେ ସୂନା ଅଳଙ୍କାର, ମୋବାଇଲ ଫୋନ, ମନିପର୍ସ ଝାମ୍ପିନେବା ସହ ମୋଟର ସାଇକେଲ ବି ଚୋରୀ କରି ନେଇଯାଉଛନ୍ତି । ୨୦ ତାରିଖ ସନ୍ଧ୍ୟା ୮ଟାରେ ସ୍ଥାନୀୟ ଫରେଷ୍ଟ ଅଫିସ-ଷ୍ଟାଡିୟମ ବ୍ୟସ୍ତବହୁଳ ମୁଖ୍ୟ ରାସ୍ତାର ଫରେଷ୍ଟ ବଂଗଳାର ଠିକ୍ ସାମନାରେ ସାଗରିକା ନାମ୍ନୀ ଜନୈକ ସ୍ୱଳ୍ପ ବୟସ୍କା ମହିଳା ତାଙ୍କ ଛୋଟ ପୁଅକୁ ଧରି ସ୍କୁଟି ଯୋଗେ ଯାଉଥିବା ବେଳେ ମୁଖ୍ୟ ରାସ୍ତାରେ ତାଙ୍କୁ ପିଛା କରି ଦୁର୍ବୃତ ଝାମ୍ପମାରି ମହିଳାଙ୍କ ବେକରୁ ସୂନା ଚେନ୍ ଟାଣିନେଇଥିଲେ । ଏହାର କେଇ ଘଂଟା ପରେ ସେହି ରାତ୍ରୀର ବିଳମ୍ବିତ ପ୍ରହରରେ ନିକଟସ୍ଥ କଳିଙ୍ଗନଗର ଶିଳ୍ପାଂଚଳର ଟାଟା ଷ୍ଟିଲ କାରଖାନାରେ ଚାକିରୀ କରି ଯାଜପୁରରୋଡ ସହରର ରମ୍ପାସରେ ଭଡାରେ ରହୁଥିବା ବିବେକାନନ୍ଦ ଦାସଙ୍କ ‘ପଲସର’ ମୋଟର ସାଇକେଲଟିକୁ ଗ୍ରୀଲ ତାଲା ଭାଙ୍ଗି ଚୋରୀ କରିନେଇଛନ୍ତି । ସେ ଏସଂପର୍କରେ ଯାଜପୁରରୋଡ ଥାନାରେ ତା. ୨୧/୦୮ରେ ଅଭିଯୋଗ କରିଥିବାର ଜଣାଯାଇଛି । ଆଗକୁ ପାର୍ବଣ ସମୟ ଆସୁଥିବାରୁ ଚୋରୀ ଆହୁରି ବଢ଼ିବାର ଆଶଙ୍କା ରହିଛି । ପୋଲିସ ସମୟୋଚିତ କଡ଼ା ଆଭିମୁଖ୍ୟ ଗ୍ରହଣ ନ କଲେ ଆଗକୁ ପରିସ୍ଥିତି ଆହୁରି ବିଷମ ହେବାର ଆଶଙ୍କା ରହିଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close