ଯାଜପୁର କୋରେଇରେ ମାଆ ପାଇଁ ଗଛଟିଏ ବନୀକରଣ କାର୍ଯ୍ୟରେ ସାମିଲ ହେଲେ ସାଂସଦ

ଯାଜପୁର, ୨୨.୦୮: ଆଜି ପୂର୍ବାହ୍ନରେ ମାଆ ପାଇଁ ଗଛଟିଏ ଲଗାଇବା  ବନୀକରଣ କାର୍ଯ୍ୟରେ ଯାଜପୁର ସାଂସଦ ରବିନ୍ଦ୍ର ନାରାୟଣ ବେହେରା କୋରେଇ ବ୍ଲକ ଅଧିନ ଓଉପଦାଠାରେ  ପାଣିକୋଇଲି ଓ ସୁକିନ୍ଦା ଜାତୀୟ ରାଜପଥରେ ଏକଲକ୍ଷ ବୃକ୍ଷ ରୋପଣ ବନୀକରଣ କାର୍ଯ୍ୟର ଶୁଭାରମ୍ଭ କରି ଜିଲ୍ଲାରେ ବୃକ୍ଷରୋପଣ ବନୀକରଣ କାର୍ଯ୍ୟର ଏକ ସାମାଜିକ ଆନ୍ଦୋଳନ ସୃଷ୍ଟି କରିବାକୁ ଆହ୍ଵାନ ଦେବା ସହ ଏକ ଲକ୍ଷ ବୃକ୍ଷ ତଥା ଆମ୍ବ, ପଣସ, ସାଗୁଆନ ଇତ୍ୟାଦି ପାଣିକୋଇଲିରୁ ସୁକିନ୍ଦା ଜାତୀୟ ରାଜପଥ କଡରେ ରୋପଣ କରିବାକୁ ଧାର୍ଯ୍ୟ କରିଛନ୍ତି । ଆଧୁନିକ ସଭ୍ୟତା ଆପନେଇବା ଦ୍ୱାରା ପରିବେଶ ବ୍ୟାପକ ଭାବେ ପ୍ରଦ୍ୟୁଷଣ ହେବାରେ ଲାଗିଛି । ବାୟୁମଣ୍ଡଳ ଦୂଷିତ ହୋଇ ଅଙ୍ଗାରକାମ୍ଳ ଗ୍ୟାସ ବଢିବା, ତାପମାତ୍ରାରେ ତାରତମ୍ୟ, ବଜ୍ରପାତର ତାରତମ୍ୟ, ବୃଷ୍ଟିପାତର ତାରତମ୍ୟ ଆଦି ଭୁଲ ସମସ୍ୟା ଉପୁଜୁଥିବା ବେଳେ ଏ ସମସ୍ତ ସମସ୍ୟାକୁ ପ୍ରତିହତ କରିବାକୁ ହେଲେ ପିଲାଠାରୁ ବୃଦ୍ଧ ବୃଦ୍ଧା ସମସ୍ତେ ଆମ ଧରିତ୍ରୀ ମା ପାଇଁ ଗଛଟିଏ ଲଗାଇବା ଆବଶ୍ୟକ ବୋଲି  ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ପି ଅନ୍ୱେଷା ରେଡ୍ଡୀ ପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ଭିନୀତ ଅଗ୍ରୱାଲ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଅଶୋକ କୁମାର ବେହୁରିଆ, ଯାଜପୁରରୋଡ଼ ବନାଂଚଳ ଅଧିକାରୀ ଜ୍ୟୋତିରଂଜନ ମହାପାତ୍ର, ବନପାଳ ନିଲୀମା ପ୍ରିୟଦର୍ଶିନୀ, ଅତିରିକ୍ତ ଆୟୁକ୍ତ ଭୂଲେଖ ଓ ବନ୍ଦୋବସ୍ତ ଅକ୍ଷୟ କୁମାର ମଲ୍ଲିକ, କଳିଙ୍ଗନଗର, କୋରେଇ ବି.ଡି.ଓ ଅଶୋକ କୁମାର ମାଝୀ ପ୍ରମୁଖ ଏହି ମାଆ ପାଇଁ ଗଛଟିଏ ପବିତ୍ର କାର୍ଯ୍ୟ କ୍ରମରେ ଯୋଗଦେଇ ଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close