୨୦୨୪-୨୫ ବର୍ଷ ପାଇଁ ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ନବୀକରଣ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶନରେ ବିଳମ୍ବ ଯୋଗୁଁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ଯାଜପୁର,୨୨/୦୮(ଉ. ନ୍ୟୁଜ୍ ବ୍ୟୁରୋ): ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ଉଦ୍ଦିଷ୍ଟ ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନାର ଅବଧି ଆସନ୍ତା ଅଗଷ୍ଟ ୩୧ ତାରିଖରେ ସମାପ୍ତ ହେବାକୁ ଯାଉଛି । ତ୍ତମାତ୍ର ବୀମା ନବୀକରଣ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଅହେତୁକ ବିଳମ୍ବ ହେଉଥିବାକୁ ନେଇ ରାଜ୍ୟରେ କାର୍ଯ୍ୟରତ ଉତ୍କଳ ସାମ୍ବାଦିକ ସଂଘ ତଥା ସମଗ୍ର ସାମ୍ବାଦିକ ମାନଙ୍କ ମଧ୍ୟରେ ନାନାଦି ସନ୍ଦେହ ସୃଷ୍ଟି ହୋଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୨୩-୨୪ ବର୍ଷରେ ଏହି ଯୋଜନାରେ ୬୦୦ରୁ ଉର୍ଦ୍ଧ୍ୱ ସାମ୍ବାଦିକ ୭ କୋଟିରୁ ଟଙ୍କାରୁ ଉର୍ଦ୍ଧ୍ୱ ଚିକିତ୍ସା ସହାୟତା ପାଇ ଉପକୃତ ହୋଇଛନ୍ତି । ଅନ୍ୟପକ୍ଷରେ ଚଳିତ ବର୍ଷ ଫେବୃଆରୀ ମାସ ୭ ତାରିଖରେ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଭୁବନେଶ୍ୱରସ୍ଥିତ ଲୋୟର ପିଏମ୍‌ଜିଠାରେ ଆୟୋଜିତ ବିକ୍ଷୋଭ ସମାବେଶରେ ସେତେବେଳର ଭାଜପାର ବିଧାନସଭାର ମୁଖ୍ୟ ଛାଟିଆ ଆଜିର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଯୋଗଦେଇ ସାମ୍ବାଦିକମାନଙ୍କ ଦାବି ପ୍ରତି ଭାଜପାର ସମର୍ଥନ ଜଣାଇାବ ସହ କ୍ଷମତାକୁ ଆସିଲେ ୬ ଦଫା ସମ୍ବଳିତ ଦାବି ପୂରଣ ଦିଗରେ ବିଚାର କରାଯିବ ବୋଲି କହିଥିଲେ । ଏତାଦୃଶ ଦୃଶ୍ୟପଟରେ ପ୍ରଚଳିତ ସ୍ୱାସ୍ଥ୍ୟବୀମା ଯୋଜନା ନବୀକରଣ ସହ ଏହି ଯୋଜନାରେ ହିତାଧିକାରୀଙ୍କ ପିତାମାତା ଓ ୨୫ ବର୍ଷର ସନ୍ତାନସନ୍ତତିମାନଙ୍କୁ ସାମିଲ, ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ରାଜ୍ୟ ଓ ଜିଲ୍ଲା ଅଧିସ୍ୱୀକୃତି କମିଟି ଗଠନ ଓ ଯୋଗ୍ୟ ବିବେଚିତ ସାମ୍ବାଦିକଙ୍କୁ ଅଧିସ୍ୱୀକୃତି ପ୍ରଦାନ, ଅବସରକାଳୀନ ଭତା ପ୍ରଦାନ ଓ ପ୍ରେସ ଏକାଡେମୀ ଗଠନ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଅଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close