‘ଉଦୟବଟ’ ତରଫରୁ ୭୮ତମ ସ୍ୱାଧିନତା ଦିବସ ପାଳିତ; ‘ଉଦୟବଟ ଇ-ନ୍ୟୁଜ୍‌’ର ୫ମ ବାର୍ଷିକୋତ୍ସବ ଅନୁଷ୍ଠିତ

ବ୍ୟାସନଗର, ୧୬/୦୮(ଉ.ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ‘ଦୁର୍ଲ୍ଲଭ କଳା ପରିଷଦ ମଣ୍ଡପ’ ଠାରେ ‘ଉଦୟବଟ’ ପକ୍ଷରୁ ୭୮ତମ ସ୍ୱାଧିନତା ଦିବସ ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯାଜପୁରରୋଡ଼ ବନାଂଚଳ ଅଧିକାରୀ ଜ୍ୟୋତିରଂଜନ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏଠାରେ ତ୍ରିରଂଙ୍ଗାକୁ ଉତୋଳନ କରିଥିଲେ । କାର୍ଯ୍ୟକ୍ରମରେ ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ମୁଖ୍ୟ କିରାଣୀ ନୃସିଂହ ଚରଣ ବଳ, ମହାରାଷ୍ଟ୍ର ନାଗପୁରର ଯୁବ ସମାଜସେବୀ ସନ୍ଦିପ ତାରାଚାନ୍ଦ ଭୋଣ୍ଡେ, ସେଂଟ୍ ଜାଭିର‌୍ୟସ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ବିଦ୍ୟାସାଗରନାଥ ତିୱାରୀ, ବରିଷ୍ଠ ନାଗରିକ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ, ‘ରୀତା ଭିଜନ’ର ସଂପାଦକ ଉମାକାନ୍ତ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ, ଖବର ପ୍ରକାଶନ ସହ ‘ଉଦୟବଟ’ ଦୀର୍ଘ ୦୩ ଦଶନ୍ଧିରୁ ଉର୍ଦ୍ଧ ସମୟ ଧରି ବିଭିନ୍ନ ସାମାଜିକ ତଥା ଜନକଲ୍ୟାଣକାରୀ ଓ ସଚେତନତାଭିତିକ କାର୍ଯ୍ୟକ୍ରମ ଆଦି ଜାରୀ ରଖିଥିବାରୁ ଏହାର ଭୂୟସୀ ପ୍ରଂଶସା କରିଥିଲେ । ‘ଉଦୟବଟ’ର କାର୍ଯ୍ୟନିର୍ବାହୀ ସଂପାଦିକା ବିଦ୍ୟୁତ୍‌ପ୍ରଭା ରାୟ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ‘ଦୁର୍ଲ୍ଲଭ କଳା ପରିଷଦ’ର କଳାକାର ସୁମିତ୍ରା ମିଶ୍ର ଓ ଅନ୍ୟମାନେ ଦେଶାତ୍ମବୋଧକ ସଂଗୀତ ଗାନ କରିଥିଲେ । ଏଥିରେ କେରଳ କୋଲ୍ଲମର ଜି. ସୁରେନ୍ଦ୍ରନ ପିଲାଇ, ଯାଜପୁର ଜିଲ୍ଲା ବଜରଙ୍ଗ ଦଳ ସଭାପତି ବସନ୍ତ କୁମାର ପାତ୍ର, ଶ୍ରମିକ ନେତା ଅରୁଣ କୁମାର ଦାସ, ସାନ୍ତନୁ ମଲ୍ଲିକ, ହରୀଶ ଜେନା, କୈଳାସ ଚନ୍ଦ୍ର ସ୍ୱାଇଁ, ଜଂଗଲ ବିଭାଗର ପାରାସ୍କ୍ୱାର୍ଡ ତ୍ରିଲୋଚନ ଦାଶ, ବୃକ୍ଷପ୍ରେମୀ ଅକ୍ଷୟ କୁମାର ଜେନା, ସୁମନ ରାୟ, ସନାତନ ପାତ୍ର, ପ୍ରଫୁଲ୍ଲ ବାରିକ, ଭାରତୀ ବେହେରା, ଇନ୍ଦୁମତି ନାୟକ, ବିଜୟଲକ୍ଷ୍ମୀ ପଣ୍ଡିତ, ଦମୟନ୍ତୀ ବଳ, ଭାରତୀ ବିଶ୍ୱାଳ, ସଂଯୁକ୍ତା ସ୍ୱାଇଁ, ନରହରି ବେହେରା, ରମେଶ ଦାସ, ଚନ୍ଦ୍ରମଣି ବାରିକ, ସମୀର ମିଶ୍ର, ଗୋଲାପ ମଲ୍ଲିକ, ଆରତୀ ବାରିକ, ମିଟି ମହାରଣା ଆଦିଙ୍କ ସହ ବହୁ ସ୍ଥାନୀୟ ଅଂଚଳର ବ୍ୟକ୍ତିବିଶେଷ, ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏଠାରେ ‘ଉଦୟବଟ ଇ-ନ୍ୟୁଜ୍‌’ର ୫ମ ବାର୍ଷିକୋତ୍ସବ ପାଳିତ ହୋଇଥିଲା । ଶେଷରେ ହରଦୟାଲ ସିଂ ଧନ୍ୟବାଦ ଅର୍ପଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close