ଯାଜପୁରରୋଡ଼ ଧବଳଗିରିସ୍ଥିତ ଅତିରିକ୍ତ ଜିଏସ୍‌ଟି ଆୟୁକ୍ତଙ୍କ କାର୍ଯ୍ୟାଳୟ ପରିସରରେ ବ୍ୟାପକ ବୃକ୍ଷରୋପଣ

ଯାଜପୁରରୋଡ଼,୩୦/୦୭(ଉ. ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ଯାଜପୁରରୋଡ଼ର ଧବଳଗିରିସ୍ଥିତ ଷ୍ଟେଟ୍ ଜିଏସ୍‌ଟି ଅତିରିକ୍ତ କମିଶନରଙ୍କ କାର୍ଯ୍ୟାଳୟ ପରିସରରେ ଆଜି ମଙ୍ଗଳବାର ପୂର୍ବାହ୍ନରେ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଆୟୁକ୍ତ ସନ୍ତୋଷ କୁମାର ଦାସଙ୍କ ପରାମର୍ଶ କ୍ରମେ କଲୋନି ପରିସରରେ ସବୁଜିମା ବୃଦ୍ଧି ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଯୁଗ୍ମ ଜିଏସ୍‌ଟି କମିଶନର(ଅପିଲ) ଦିଲେଶ୍ୱର ମାଝି, ବରିଷ୍ଠ ପଦାଧିକାରୀ ପ୍ରିୟରଂଜନ ଦାଶ, ସୈାମ୍ୟପ୍ରକାଶ ସ୍ୱାଇଁ, ସଂଜୀବ କୁମାର ନାୟକ, ସତ୍ୟଶାନ୍ତି ମାଝୀ, ବିବେକାନନ୍ଦ ଦାସ, ଶେଖର ଚନ୍ଦ୍ର ସାହୁ, ଅସିତ୍ କୁମାର ମହାନ୍ତି, ଯାଜପୁରରୋଡ଼ ବନାଂଚଳ ଅଧିକାରୀ ଜ୍ୟୋତିରଞ୍ଜନ ମହାପାତ୍ର, ଅତିରିକ୍ତ କମିଶନରଙ୍କ କାର୍ଯ୍ୟାଳୟର ସେକ୍‌ସନ ଅଫିସର ସତ୍ୟରଂଜନ ପରିଡ଼ା (ପିଂଟୁ ବାବୁ), ଜିଏସ୍‌ଟି ନିରୀକ୍ଷକ ଗଣେଷ କୁମାର ଜେନା, ଇନ୍ଦ୍ରମଣି ପାଲ, ଭାନୁପ୍ରିୟା ବାରିକ, ମୋନାଲିସା ବାରିକ, ସୁଚିସ୍ମିତା ନାୟକ, ସୁଶ୍ରୀସଂଗିତା ସେଠୀ, ମାନସ କୁମାର ସାହୁ, କ୍ଷଣପ୍ରଭା ଧଳ, ପୁଷ୍ପମଂଜରୀ ଆଇଚ, ଅନ୍ନଦା ପ୍ରସାଦ ମହାନ୍ତି, ଶେଖ ଆଲମ, ‘ଉଦୟବଟ’ର ସମ୍ପାଦକ ତଥା ବିଶିଷ୍ଠ ପରିବେଶବିତ୍ ଦୁଷ୍ମନ୍ତ କୁମାର ରାଉତ, ଲାୟନ୍‌ସ କ୍ଲବର ବରିଷ୍ଠ କାର୍ଯ୍ୟକର୍ତା ପ୍ରଲୁବ୍ଧ ଜେନା, ପ୍ରଦ୍ୟୁମ୍ନ ନାୟକ, ସମାଜସେବୀ ବିନୋଦ ବିହାରୀ ଜେନା ଓ ସନାତନ ପାତ୍ର ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ । ଏଠାରେ ବହୁ ସଂଖ୍ୟକ ଗୁଆଗଛ ରୋପଣ କରାଯାଇଥିଲା । ଚଳିତ ବର୍ଷା ଋତୁରେ ଅନ୍ୟାନ୍ୟ ମୂଲ୍ୟବାନ ଗଛ ଓ ଫୁଲ ଗଛ ରୋପଣ ରୋପଣ କରାଯିବାକୁ ଯୋଜନା ରହିଛି । ଏହି କଲୋନୀ ଏବଂ କାର୍ଯ୍ୟାଳୟଟି ଏକ ପଥରଛଇ ଉପରେ ଅବସ୍ଥିତ ହୋଇଥିବାରୁ ଏଠାରେ ଗ୍ରୀଷ୍ମଋତୁରେ ପ୍ରବଳ ଗରମ ଅନୁଭୂତ ହୋଇଥାଏ । ତେଣୁ ଏହାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ବହୁ ପରିମାଣରେ ବୃକ୍ଷରୋପଣ କରାଯିବାକୁ ଲକ୍ଷ୍ୟ ରଖାଯାଇ ଏଭଳି କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥାଏ । ପୂର୍ବତନ ବରିଷ୍ଠ ଅଧିକାରୀ ବଟକୃଷ୍ଣ ସାମଲ, ପ୍ରଶାନ୍ତ କୁମାର ପାତ୍ର, ବିଜୟ ବସନ୍ତ ଖାଲକୋ, ଅଖିଳ କୁମାର ନାୟକ, ବିଜୟ କୁମାର ଦାଶ, ବି.କେ. ପଣ୍ଡା ପ୍ରମୁଖ ସେମାନଙ୍କ ସମୟରେ ଏହି ଟାଙ୍ଗରା ଭୂଇଁରେ ବୃକ୍ଷରୋପଣ କରି  ପରିବେଶକୁ ସବୁଜିମାରେ ପରିପୂର୍ଣ୍ଣ କରିବାରେ ସେମାନଙ୍କ ଗୁରୁଭୂମିକା ନିଭାଇଛନ୍ତି । ବର୍ତମାନର ଅତିରିକ୍ତ କମିଶନର ଶ୍ରୀଯୁକ୍ତ ଦାସ ମହୋଦୟ ମଧ୍ୟ ଏହି ଧାରାକୁ ତ୍ୱରାନ୍ୱିତ କରି ଅଧିକ ଚାରାରୋପଣ ପାଇଁ ପରାମର୍ଶ ଦେଇଛନ୍ତି । ପୂର୍ବରୁ ଏଠାରେ ଥିବା ବୃକ୍ଷଗୁଡିକର ନିୟମିତ ଦେଖାଶୁଣା କରିବା ସହ ନୂତନ ବୃକ୍ଷରୋପଣ ପାଇଁ ବୃକ୍ଷପ୍ରେମୀ ତଥା କାର୍ଯ୍ୟାଳୟର ସେକ୍‌ସନ ଅଫିସର ସତ୍ୟରଂଜନ ପରିଡ଼ାଙ୍କ ଭୂମିକା ଉଲ୍ଲେଖନୀୟ ଅଟେ । କାର୍ଯ୍ୟାଳୟର ପରିସରରେ ଥିବା ତ୍ରିନାଥ ମନ୍ଦିରର ଉନ୍ନତୀକରଣ ସାଙ୍ଗକୁ ସେଠାରେ ବୃକ୍ଷରୋପଣ କରାଯାଇ ସୁନ୍ଦର ପରିବେଶ ତିଆରି କରାଯାଉଛି । ସମ୍ମୁଖ ପଡ଼ିଆର ଚତୁଃ ପାଶ୍ୱର୍ରେ ବୃକ୍ଷରୋପଣ କରାଯାଉଛି । ଆଜି ପଡିଆର ପୂର୍ବ ଓ ଦକ୍ଷିଣ ପାଶ୍ୱର୍ରେ ଅନେକ ସଂଖ୍ୟାରେ ଗୁଆ ଗଛ ଲଗାଯାଇଛି । ଏଠାକାର ଅଧିକାରୀ ଓ କର୍ମଚାରୀମାନେ ବିପୁଳ ଟିକସ ଆଦାୟ କରି ସରକାରୀ ତହବିଲକୁ ମଜଭୂତ କରିବା ସଂଗେ ସଂଗେ ପରିବେଶର ସୁରକ୍ଷା, ସୁସ୍ଥ ଓ ଧାର୍ମିକ ପରିବେଶ ସହ ଭାଇଚାରା ବୃଦ୍ଧିରେ ନିଜ ନିଜର ଦାୟିତ୍ୱ ନିର୍ବାହ କରି ବେଶ ପ୍ରଂଶସିତ ହେଉଥିବାର କୁହାଯାଉଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close