‘ଉଦୟବଟ’ ତରଫରୁ ପୂର୍ବକୋଟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ରଗଡ଼ି, ୦୭/୦୭(ଉ. ନ୍ୟୁଜ୍ ବ୍ୟୁରୋ): ଚଳିତ ୭୫ତମ ବନ ମହୋତ୍ସବର ଶେଷ ଅର୍ଥାତ ୭ମ ଦିବସରେ ଆଜି ରବିବାର ପୂର୍ବାହ୍ନରେ ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅର୍ନ୍ତଗତ ପୂର୍ବକୋଟ ସ୍ଥିତ ‘ଇଣ୍ଡଟେକ୍ ଏଜୁକେସନ ଆଣ୍ଡ ଟେକ୍ନିକାଲ ଇଷ୍ଟିଚ୍ୟୁଟ୍‌’ ଠାରେ ଏକ ଆଲୋଚନାଚକ୍ର ଏବଂ ବୃକ୍ଷରୋପଣ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯାଜପୁରରୋଡ ବନାଂଚଳ ଅଧିକାରୀ ଜ୍ୟୋତିରଂଜନ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ । ଏହି ଉପଲକ୍ଷେ ବିଶିଷ୍ଟ ପରିବେଶବିତ୍ ତଥା ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଯୋଗ ଦେଇ ଶ୍ରୀ ମହାପାତ୍ର କହିଥିଲେ ଯେ ପ୍ରକୃତିମାତାର ସୁରକ୍ଷା ନିମନ୍ତେ ଜଣେ ବ୍ୟକ୍ତି ନିଶ୍ଚୟ ଗୋଟିଏ ଗଛ ଲଗାଇ ତା’କୁ ବଂଚାଇ ରଖିବାକୁ ଚେଷ୍ଟିତ ରହିବା ଆବଶ୍ୟକ । ଉଦ୍ଭିଦ ଜଗତ ବିନା ପ୍ରାଣୀଜଗତ ପୃଥିବୀପୃଷ୍ଠରେ ତିଷ୍ଠି ରହିବା କଷ୍ଟକର; ତେଣୁ ପର୍ଯ୍ୟାପ୍ତ ପରିମାଣର ଗଛ ଲଗାଇବାକୁ ସେ କହିଥିଲେ । ଏଥିରେ ମୁଖ୍ୟବକ୍ତା ଭାବେ ସାମ୍ବାଦିକ ରଜତ କୁମାର ସାହା ଯୋଗ ଦେଇ ପରିବେଶର ସୁରକ୍ଷା ପାଇଁ ବ୍ୟାପକ ବୃକ୍ଷରୋପଣ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥିରେ ଯୁବ ସମାଜସେବୀ ଉମାକାନ୍ତ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବର୍ତ୍ତମାନର ପ୍ରଦ୍ୟୁଷିତ ସମାଜରୁ ନିସ୍ତାର ପାଇଁ ଓ ଆବଶ୍ୟକୀୟ ଅମ୍ଳଜାନ ପାଇବା ପାଇଁ ବୃକ୍ଷର ଭୂମିକା ଅପରିହାର୍ଯ୍ୟ ବୋଲି କହିଥିଲେ । ରାଜ୍ୟରେ ମୋହନ ମାଝୀଙ୍କ ସରକାର ବୃକ୍ଷରୋପଣକୁ ଅଗ୍ରାଧିକାର ଦେଉଥିବାରୁ ଏବଂ ବିଶେଷକରି ତାଳ ଗଛ କାଟିବା ଉପରେ ଦୃଢ଼ କଟକଣା କରିଥିବାରୁ ସଭାର ସଭାପତି ଶ୍ରୀ ରାଉତ ସାଧୁବାଦ ଜଣାଇଥିଲେ । ଏହାଦ୍ୱାରା ବଜ୍ରପାତ ଭଳି ପ୍ରାକୃତିକ ବିପର୍ଯ୍ୟୟକୁ ଅନେକାଂଶରେ ପ୍ରଶମିତ କରିହେବ ବୋଲି ସେ ଆଶାପୋଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବନ କର୍ମଚାରୀ ନିର୍ମଳ ମଲ୍ଲିକ, ଅମର ପାତ୍ର, ରାକେଶ ମଲ୍ଲିକ, ସ୍ଥାନୀୟ ଅଂଚଳର ବହୁ ବ୍ୟକ୍ତିବିଶେଷ ଯଥା: ଅବସରପ୍ରାପ୍ତ ଶିକ୍ଷକ କୈଳାସ ଚନ୍ଦ୍ର ଖଟୁଆ, ଆଉଲା କଟେଶ ରାଓ, ଗଣେଷ ରାଓ, ସୁର୍‌ୟ ପ୍ରକାଶ ରାଓ, ଅର୍ଜ୍ଜୁନ ପ୍ରଧାନ, ନରସିଂହ ସ୍ୱାଇଁ, ମାନବ ଜେନା, ବେଣୁଧର ବାରିକ, ଟୁକୁ ମିଶ୍ର, ଅଶୋକ ମହାପାତ୍ର, ଶତୃଘନ ସାହୁ, ପ୍ରାକ୍ତନ ଶିକ୍ଷକ ଅଜୟ ମିଶ୍ର, ଅନୀଲ ରାଓଙ୍କ ସମେତ ଅନୁଷ୍ଠାନର ଛାତ୍ରଛାତ୍ରୀ ଆଦି ଯୋଗଦେଇଥିଲେ । ‘ଇଣ୍ଡଟେକ୍ ଏଜୁକେସନ ଆଣ୍ଡ ଟେକ୍ନିକାଲ ଇଷ୍ଟିଚ୍ୟୁଟ୍‌’ର ମୁଖ୍ୟ ଶଶି କୁମାର ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟକ୍ଷ ଦିଲ୍ଲୀପ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close