ଯାଜପୁରରୋଡ଼ ବନାଂଚଳ ତରଫରୁ କୋରେଇର ଅରଣ୍ୟମଦନାରେ ୧୦ ହଜାର ବୃକ୍ଷରୋପଣ, କୋରେଇ ବିଧାୟକ ଆକାଶଦାସ କଲେ ଶୁଭାରମ୍ଭ

ରଗଡ଼ି, ୦୬/୦୭(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅର୍ନ୍ତଗତ ପାଟରଙ୍ଗା ପଚାଂୟତର ଅରଣ୍ୟମଦନା ଠାରେ “ବ୍ଲକ ପ୍ଲାଟେଂସନ”ର “ସବୁଜ ମହାନଦୀ ମିଶନ” ନାମକ ଯୋଜନାରେ ଆଜି ଶନିବାର କଟକ ବନଖଣ୍ଡ ଅଧିନ ଯାଜପୁରରୋଡ ବନାଂଚଳ ତରଫରୁ ବନାଂଚଳ ଅଧିକାରୀ ଜ୍ୟୋତିରଂଜନ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବ୍ୟାପକ ବୃକ୍ଷରୋପଣ କରାଯାଇଛି । ଏହି କାର୍ଯ୍ୟକ୍ରମକୁ କୋରେଇ ବିଧାୟକ ଆକାଶ ଦାସନାୟକ ପୂଜାପାଠ କରି ଶୁଭାରମ୍ଭ କରିଛନ୍ତି । ଚାରା ଗଛଗୁଡିକର ପୂଜାପାଠ ପରେ ବିଧାୟକ ଶ୍ରୀ ଦାସନାୟକ ଯୋଜନାର ଫଳକକୁ ଉନ୍ମୋଚନ କରି କହିଥିଲେ ଯେ, ୨ୟ ପାଳିରେ ବିଧାୟକ ହେବା ପରେ ଏହା ହେଉଛି ତାଙ୍କର ୧ମ ଫଳକ ଉନ୍ମୋଚନ । ଗତ ବର୍ଷର “ବନ ମହୋତ୍ସବ” ପାଳନ ବେଳରୁ କୋରେଇକୁ ସବୁଜ ବଳୟ ସୃଷ୍ଟି ପାଇଁ ଅଂଟା ଭିଡିଥିବା ବିଧାୟକ ଆକାଶ ବହୁ ବୁଦ୍ଧଜୀବୀଙ୍କ ପ୍ରଶଂସାର ପାତ୍ର ହୋଇପାରିଥିଲେ । ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ଏହାର ପ୍ରଭାବ ପଡିଲା ବୋଲି କେତେକ କହନ୍ତି । ଏତଦ୍‌ବ୍ୟତିତ ରାଜ୍ୟରେ ମୋହନ ମାଝୀଙ୍କ ସରକାର ବୃକ୍ଷରୋପଣକୁ ଅଗ୍ରାଧିକାର ଦେଉଥିବାର ଦେଖାଦେଇଛି । ଏଥିରେ କୋରେଇ ଆଗରେ ରହିଛି ବୋଲି ମତ ପ୍ରକାଶ ପାଇଛି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ବହୁ ସମାଜସେବୀ, ବରିଷ୍ଠ ତଥା ଯୁବ ନେତା, ପରିବେଶପ୍ରେମୀ ପ୍ରମୁଖ ଯୋଗଦେଇଥିଲେ । ବିଜେପି ନେତା ନୀଳମାଧବ ଚକ୍ର, ଦିପ୍ତୀମୟୀ କୁଅଁର, ପ୍ରମୋଦ ବଳ, ପରିବେଶ ପ୍ରେମୀ ପ୍ରିୟରଂଜନ କର, ଦୁଷ୍ମନ୍ତ କୁମାର ରାଉତ, ଅକ୍ଷୟ କୁମାର ଜେନା, ପ୍ରଦୀପ କୁମାର ଦାସ, ବନପାଳ ନିଲୀମା ପ୍ରିୟଦର୍ଶୀନି, ବନ କର୍ମଚାରୀ ସ୍ୱରୂପ ନାୟକ, ତ୍ରିଲୋଚନ ଦାଶ, ନିର୍ମଳ ମଲ୍ଲିକଙ୍କ ସମେତ ବହୁ ସ୍ଥାନୀୟ ବ୍ୟକ୍ତିବିଶେଷ ଓ ବନ କର୍ମଚାରୀ ଭାଗ ନେଇଥିଲେ । ଚଳିତ ୭୫ତମ ବନ ମହୋତ୍ସବର ଷଷ୍ଠ ଦିବସରେ ଆଜି  ଏଠାରେ ବିଭିନ୍ନ କିସମର ୧୦ ହଜାର ଚାରା ରୋପଣ କରାଯାଇଥିଲା । ଏଥିପାଇଁ ବନ କର୍ମଚାରୀଙ୍କ ସହ ବହୁ ଶ୍ରମିକ କଠିନ କାର୍ଯ୍ୟ କରିଛନ୍ତି ।    

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close