ଅବସରପ୍ରାପ୍ତ ପୋଲିସ ଅଧିକାରୀ ଗୋପବନ୍ଧୁ ସାମଲଙ୍କ ଦ୍ୱିତୀୟ ଶ୍ରାଦ୍ଧୋତ୍ସବ ପାଳିତ

ବ୍ୟାସନଗର,(ଉ. ନ୍ୟୁଜ୍ ବ୍ୟୁରୋ): ବରି ନିର୍ବାଚନ ମଣ୍ଡଳୀର ଅଙ୍ଗାଳୋ ଗ୍ରାମର ଜଣେ ଜଣାଶୁଣା ଓ ପରିଚିତ ବ୍ୟକ୍ତି ଭାବେ ଅନେକ ଭଲ ପାଇବା ସାଉଁଟିଥିବା ଅବସରପ୍ରାପ୍ତ ପୋଲିସ ଅଧିକାରୀ ଗୋପବନ୍ଧୁ ସାମଲଙ୍କ ଦ୍ୱିତୀୟ ଶ୍ରାଦ୍ଧୋତ୍ସବ ତାଙ୍କ ପୈତୃକ ବାସଭବନରେ ଅର୍ଥାତ ଅଙ୍ଗାଳୋ ଗ୍ରାମରେ ୨୮ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି । ଯଦିଓ ସେ ଦୀର୍ଘ ବର୍ଷ ହେବ ବ୍ୟାସନଗର ସହରର କୋପଣ୍ଡ ଗ୍ରାମରେ ବସବାସ କରି ଆସୁଥିଲେ, କିନ୍ତୁ ତାଙ୍କର ସୁପୁତ୍ର ବାବୁଲି ସାମଲ ତାଙ୍କ ପିତାଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ଗ୍ରାମରେ ଏହି ଶ୍ରାଦ୍ଧୋତ୍ସବ ପାଳନ କରିଛନ୍ତି । ଅଙ୍ଗାଳ ଗ୍ରାମର ଗ୍ରାମଦେବତୀ ମା’ ଥାନପତିଙ୍କ ମନ୍ଦିର ପ୍ରାଙ୍ଗଣରେ ଏହା ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଆଖପାଖ ଗ୍ରାମର ପାୟ ୪୦ ଜଣ ବିକଳାଙ୍ଗଙ୍କୁ ଉତରୀୟ, ମାନପତ୍ର ସହିତ କିଛି ପରିମାଣରେ ଆର୍ôଥକ ସହାୟତା ଯୋଗାଇ ଦିଆଯାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close