ଯାଜପୁର ଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ତରଫରୁ ସେବା ସପ୍ତାହ ପାଳିତ

ଦାନଗଦୀ,୩୦/୦୬(ବସନ୍ତ କୁମାର ପାତ୍ରଙ୍କ ଠାରୁ): ଗତକାଲି ସକାଳ ଦଶ ଘଟିକା ସମୟରେ ମାନତିରା ଗ୍ରାମ ଜଗନ୍ନାଥ ମନ୍ଦିର ପଡ଼ିଆ ପାଖ ବଜରଙ୍ଗ ଦଳ କାର୍ଯ୍ୟାଳୟ ଠାରେ ବଜରଙ୍ଗ ଦଳ ସଙ୍ଗଠନ ତରଫରୁ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଓ ଜଗନ୍ନାଥ ମନ୍ଦିର ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତଦ୍‌ସହିତ ଧର୍ମଶାଳା ପ୍ରଖଣ୍ଡର ଜାରକାସ୍ଥିତ ହନୁମାନ ମନ୍ଦିର ଠାରେ ସେବା ସପ୍ତାହ ପାଳିତ ହୋଇଯାଇଥିବା ବେଳେ ବଡ଼ଚଣା ପ୍ରଖଣ୍ଡର ଚାରିନଙ୍ଗଳ ଠାରେ ଯୋଗେଶ୍ୱର ମନ୍ଦିର ପ୍ରାଙ୍ଗଣରେ ସଫେଇ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଏହି ସେବା ସପ୍ତାହ କାର୍ଯ୍ୟକ୍ରମରେ ବିଶ୍ୱହିନ୍ଦୁ ପରିଷଦ ଜିଲ୍ଲା ଗୋରକ୍ଷା ପ୍ରମୁଖ ମଦନ ମୋହନ ବିନ୍ଧାଣି, ଜିଳ୍ଲା ପ୍ରସାର ପ୍ରସାର ପ୍ରମୁଖ ଶ୍ରୀକାନ୍ତ ମହାପାତ୍ର, ବଜରଙ୍ଗ ଦଳ ଜିଲ୍ଲା ସଂଯୋଜକ ବସନ୍ତ କୁମାର ପାତ୍ର, ଜିଳ୍ଲା ସହ ସଂଯୋଜକ ଶାରଦା ପ୍ରସନ୍ନ ବଳ, ସଷ୍ଟିପୃଷ୍ଟି ପ୍ରାନ୍ତ ବିସ୍ତାରକ ପ୍ରମୁଖ ସୁବାସ ମହାରଣା,, ଦାନଗଦି ପ୍ରଖଣ୍ଡ ସଂଯୋଜକ ଚିତରଞ୍ଜନ ସିଂ,  ପ୍ରଖଣ୍ଡ ସହ ସଂଯୋଜକ ଶୁଭ ଆଶୀର୍ବାଦ ଓଝା, ଶୁଭ୍ରାଂଶୁ ଶତପଥୀ, ଶାନ୍ତନୁ ସାହୁ, ଶିବପ୍ରସାଦ ପାଲ, ଅରୁଣ ଦାସ, ସୌମ୍ୟରଞ୍ଜନ ଜେନା, ସୂର୍ଯ୍ୟପ୍ରକାଶ ଚୌଧୁରୀ ସମେତ ସତର ଜଣ କାର୍ଯ୍ୟକର୍ତା ସହଯୋଗ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close