ଆନ୍ତର୍ଜାତିକ ନିଶା ନିବାରଣ ଦିବସ-୨୦୨୪ ପାଳିତ

ଯାଜପୁର,୨୯/୦୬(ଉ. ନ୍ୟୁଜ୍ ବ୍ୟୁରୋ): ନିଶା ଦ୍ରବ୍ୟ ସେବନ ବ୍ୟକ୍ତି, ପରିବାର, ସମାଜ ଓ ରାଷ୍ଟ୍ର ପାଇଁ ଅହିତକର ଅଟେ । ମଦ ଓ ମାଦକ ଦ୍ରବ୍ୟ ଯଥା-ଜର୍ଦ୍ଦା, ଗୁଟକା, ଖଇନି, ଅପିଂମ, ଗଂଜେଇ, ବ୍ରାଉନ୍‌ସୁଗାର, କୁକିନ୍ ଆଦି ନିଶାର ଭୟଙ୍କର ଓ କରାଳ ରୂପ ମନୁଷ୍ୟର ଭଗବତ ଅମୂଲ୍ୟ ଜୀବନକୁ ଦୁର୍ବିସହ କରାଇ ପରିବାର ଚ୍ଥାରଖାର କରିବା ସହ ରାଷ୍ଟ୍ରର ଅତୁଳନୀୟ କ୍ଷତି ଘଟାଇଥାଏ । ଏଣୁ ଶୃଙ୍ଖଳିତ ଜୀବନଚର୍ଯ୍ୟାକୁ ଆପଣେଇ ନିଶା ଦ୍ରବ୍ୟ ବ୍ୟବହାର ବର୍ଜନ କରି ଗଠନମୂଳକ ନିଶା ଓ ପେଶାରେ ବ୍ରତୀ ହୋଇ ସମାଜରେ ମଣିଷ ପରି ମଣିଷ ହୋଇ ନିଜର ବ୍ୟକ୍ତିତ୍ୱର ପରିପ୍ରକାଶ ଘଟାଇ ସୁସ୍ଥ, ନିରାମୟ, ରୋଗମୁକ୍ତ ପ୍ରଗତିଶୀଳ ପରିବାର, ସମାଜ ଗଠନରେ ନିଜକୁ ଉତ୍ସର୍ଗୀକୃତ କରିବାକୁ ଚ୍ଥାତ୍ର ଚ୍ଥାତ୍ରୀ, ଅଭିଭାବକ, ସରକରାରୀ କର୍ମଚାରୀ ଏବଂ ସମାଜର ସବୁ ବର୍ଗର ଜନସାଧାରଣ ଶପଥ ନେବାକୁ ୨୬ ତାରିଖ ପୂର୍ବାହ୍ନରେ ସ୍ଥାନୀୟ ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ନିଶା ଦ୍ରବ୍ୟ ଅପବ୍ୟବହାର ଓ ଅନୈତିକ ଚୋରା ଚାଲାଣ ବିରୁଦ୍ଧରେ ଆନ୍ତର୍ଜାତୀୟ ନିଶା ନିବାରଣ ଦିବସ ପାଳନ-୨୦୨୪ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଳ୍‌ାପାଳ, ପ୍ରଶାସନ ନବକ୍ରିଷ୍ଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପରୋକ୍ତ ବିଷୟ ପ୍ରକାଶ କରିଚ୍ଥନ୍ତି । ସମ୍ମାନିତ ଅତିଥି ଭାବେ ମୁଖ୍ୟ ଊନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଯାଜପୁର ଅଶୋକ କୁମାର ବେହୁରିଆ ଯୋଗଦେଇ କହିଲେ ଯେ, ନିଶା ଦ୍ରବ୍ୟ ସେବନର କୁପରିଣାମ ହେତୁ ଆନ୍ତର୍ଜାତିକ ନିଶା ନିବାରଣ ଦିବସ ପାଳନ ପାଇଁ ମିଳିତ ଜାତି ସଂଘ(ୟୁଏନ୍‌ଓ) ଦ୍ୱାରା ସ୍ଥିରିକୃତ ହୋଇ ସମଗ୍ର ବିଶ୍ୱରେ ସଚେତନତା ଜାଗ୍ରତ ପାଇଁ ପାଳନ କରାଯାଉଅଚ୍ଥି । ଏଣୁ ସମସ୍ତ ଚ୍ଥାତ୍ର ଚ୍ଥାତ୍ରୀ ମାନଙ୍କୁ ସମ୍ୱୋଧନ କରି ନିଜେ କେବେ ନିଶା ଦ୍ରବ୍ୟର ଶିକାର ହେବାନାହିଁ ଏବଂ ପାରିପାଶ୍ୱିର୍କ ଜନସାଧାରଣଙ୍କୁ ଏପରି କୁଅଭ୍ୟାସରେ ପଡିବାକୁ ଦେବାନାହିଁ ବୋଲି ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ ଅଂଶୁମାନ ଶତପଥୀ ଯୋଗଦେଇ କହିଲେ ଯେ, ନିଶା ଦ୍ରବ୍ୟ ସାମାଜିକ ଚଳଣିରେ ଏକ ବଡ ବ୍ୟାଧି । ଏହାର କୁପରିଣାମ ପରିବାରକୁ ଧ୍ୱସ୍ତ ବିଧ୍ୱସ୍ତ କରିଦିଏ । ଏଣୁ ଚ୍ଥାତ୍ର ଚ୍ଥାତ୍ରୀମାନେ ନିଶାଦ୍ରବ୍ୟ ବ୍ୟବହାର ନ କରି ନିଜର ମଙ୍ଗଳମୟ ଭବିଷ୍ୟତ ଗଠନ ସହ ପିତା ମାତାଙ୍କର ଲକ୍ଷ୍ୟ ପଂଳପ୍ରଦ କରନ୍ତୁ ବୋଲି ସ୍ପଷ୍ଟୋକ୍ତି ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ଅବକାରୀ ଅଧିକ୍ଷକ ଅମରେନ୍ଦ୍ର ଜେନା ଯୋଗଦେଇ କହିଲେ ଯେ, ନିଶା ଦ୍ରବ୍ୟ ମାନସିକ, ଶାରିରୀକ ପ୍ରତିକ୍ରିୟା ଓ ଉତେଜନା ପ୍ରକାଶ କରେ ।  ନିଶା ଦ୍ରବ୍ୟ ତିନି ପ୍ରକାରର ଅଟେ । ନାଚୁରାଲ, ସିନ୍ଥେଟିକ ଓ ସେମି-ସିନ୍ଥେଟିକ । ଗଂଜେଇ, ଅପିଂମ ନାଚୁରାଲ ନିଶାଦ୍ରବ୍ୟ ହୋଇଥିବା ବେଳେ ବିଭିନ୍ନ ରାସାୟନିକ ପଦାର୍ଥରେ ତିଆରି ମାଦକ ଦ୍ରବ୍ୟ ସିନ୍ଥେଟିକ ନିଶା ଓ ବ୍ରାଉନସୁଗାର, ହିରୋଇନ, କୁକିନ୍ ସେମି ସିନ୍ଥେଟିକ ନିଶା ଦ୍ରବ୍ୟ ଅଟେ । ସେମି ସିନ୍ଥେଟିକ ମିଶା ଦ୍ରବ୍ୟ ଅତ୍ୟନ୍ତ ମାରାତ୍ମକ ଏବଂ ଜୀବନ ହାନୀ ଘଟାଇଥାଏ । ଚ୍ଥାତ୍ରଚ୍ଥାତ୍ରୀମାନେ ଏ ସମସ୍ତ ନିଶା ଦ୍ରବ୍ୟରୁ ବିରତି ରହି ଜୀବନରେ କୁସଙ୍ଗରେ ନ ପଡି ସତ୍‌ସଙ୍ଗରେ ଯାଇ ଜୀବନକୁ ଗଢି ତୋଳିଲେ ଆନନ୍ଦମୟ ହେବ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଶିବାଶିଷ ମହାରଣା ଯୋଗଦେଇ କହିଲେ ଯେ, ସାରା ବିଶ୍ୱରେ ୭୦୦ ରୁ ଅଧିକ ସଂସ୍ଥା ନିଶା ନିବାରଣ ଦିଗରେ କାର୍ଯ୍ୟ କରୁଚ୍ଥନ୍ତି । ୯ ବର୍ଷରୁ ୨୫ ବର୍ଷ ମଧ୍ୟରେ ଚ୍ଥାତ୍ରଚ୍ଥାତ୍ରୀ ଓ ଯୁବକ ଯୁବତୀ ମାନଙ୍କର ବୟସର ପରିବର୍ତନ ହେବା ସହ ହରମୋନର ପରିବର୍ତନ ହୋଇଥାଏ । ଏହି ବୟସରେକୁ ସଙ୍ଗରେ ପଡି ନିଶା ଦ୍ରବ୍ୟ ବ୍ୟବହାର ପାଇଁ ମନ ବଳାଇ ଥାନ୍ତି । ଏଣୁ ଚ୍ଥାତ୍ରଚ୍ଥାତ୍ରୀ ଓ ଯୁବକ ଯୁବତୀମାନେ ଏହି ବୟସ ସମୟରେ ନିଜର ଭବିଷ୍ୟତ ତିଆରି ପାଇଁ କୁସଙ୍ଗରେ ନ ପଡିବାକୁ ପରାମର୍ଶ ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଏଡିପିଏଚ୍‌ଓ (ଡିସି) ଡା. ରମେଶ ଚନ୍ଦ୍ର ମଲ୍ଳ୍‌ିକ, ଅତିରିକ୍ତ ଜିଲ୍ଲା ଅଧିକାରୀ ରାଜେଶ କୁମାର ସ୍ୱାଇଁ, ବ୍ରହ୍ମା କୁମାରୀ ବି.କେ. ଲକ୍ଷ୍ମୀ, ମାନସିକ ରୋଗ ବିଶେଷଜ୍ଞ ପ୍ରପେଂସର ଡା. ସୀମା ପରିଜା ଯୋଗଦେଇ ନିଶା ସେବନର ଭୟାଭୟତା, ପ୍ରତିରୋଧ, ବର୍ଜନ ଓ ଅନୈତିକ ଚୋରା ଚାଲାଣ ରୋକିବାର ବିଭିନ୍ନ ଦିଗ ସମ୍ୱନ୍ଧରେ ବକ୍ତବ୍ୟ ରଖିଥିଲେ । ଶେଷରେ ମୁଖ୍ୟ ଅତିଥି ଚ୍ଥାତ୍ର ଚ୍ଥାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ଚିତ୍ରାଙ୍କନ, ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଟ୍ରପିଂ ଓ ସାର୍ଟିପିଂକେଟ ପ୍ରଦାନ କରିଥିଲେ । ଦିବସ ଉପଲକ୍ଷେ ଅତିଥି ମାନଙ୍କୁ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍‌ଘାଟନ ପରେ ଉତରୀୟ ଓ ପୁଷ୍ପଗୁଚ୍ଚ୍ଥ ଦେଇ ସମ୍ୱର୍ଦ୍ଧିିତ କରିବା ସହ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ଯାଜପୁର ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଅନ୍ୱେଷଣ ଥିଏଟର ଗ୍ରୁପର କଳାକାର ମାନଙ୍କ ଦ୍ୱାରା ନିର୍ଦ୍ଦେଶକ ଅଭିମନ୍ୟୁ ମିଶ୍ର, ବୃନ୍ଦାବନ ମିଶ୍ର ଓ ଉପେନ୍ଦ୍ର କୁମାର ଜେନାଙ୍କ ନିର୍ଦ୍ଦେଶିତ ସାମାଜିକ ନାଟକ ମଦ, ଗଂଜେଇ, ଅପିଂମ, ବ୍ରାଉନସୁଗାର ନିବାରଣ ବିରୋଧୀ ଚ୍ଥାତ୍ରଚ୍ଥାତ୍ରୀ ମାନଙ୍କ ଶିକ୍ଷଣୀୟ ଉପଯୋଗୀ ଚିତାକର୍ଷକ ନାଟକ ପରିବେଷଣ କରିଥିଲେ । ସକାଳ ଘ. ୮.୩୦ ମିନିଟ୍ ସମୟରେ ରାମ ମନ୍ଦିର ନିକଟରୁ ଗୈାତମ ବୁଦ୍ଧ ସଂସ୍କୃତି ଭବନକୁ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା । ଏହି ରାଲିକୁ ଦିବସର ମୁଖ୍ୟ ଅତିଥି ଶ୍ରୀ ଜେନା ଉଦ୍‌ଘାଟନ କରିଥିଲେ । ଦିବସର ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରବିନ୍ଦ୍ର କୁମାର ବେହେରା ସଂଚାଳନ କରିଥିବା ବେଳେ ପରିଶେଷରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ ବେହୁରିଆ ଧନ୍ୟବାଦ ପ୍ରଦାନ କରିଥିଲେ । ଦିବସରେ ବିଭିନ୍ନ ସ୍କୁଲ, କଲେଜର ଚ୍ଥାତ୍ର ଚ୍ଥାତ୍ରୀ, ସମସ୍ତ ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ, ବୁଦ୍ଧିଜିବୀ, ଗଣମାଧ୍ୟମ ପ୍ରତିନିଧି, ଜିଲ୍ଲା ଅବକାରୀ ବିଭାଗର ନିରୀକ୍ଷକ, କନଷ୍ଟେବଳ, ସ୍ୱେଚ୍ଚ୍ଥାସେବୀ ସଂଗଠନର କର୍ମକର୍ତା ଯୋଗ ଦେଇଥିଲେ ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close