ଶ୍ରୀ ଜଗନ୍ନାଥ ଜୀଉଙ୍କ ପବିତ୍ର ରଥଯାତ୍ରା-୨୦୨୪ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଯାଜପୁର,୨୯/୦୬(ଉ. ନ୍ୟୁଜ୍ ବ୍ୟୁରୋ): ୨୭ ତାରିଖ ଅପରାହ୍ନରେ ଯାଜପୁର ତହସିଲଦାରଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଶ୍ରୀ ଜଗନ୍ନାଥ ଜୀଉଙ୍କ ପବିତ୍ର ରଥଯାତ୍ରା ୨୦୨୪ କୁ ଶାନ୍ତି, ଶୃଙ୍ଖଳା, ଭାଇଚାରା ସହ ଆନନ୍ଦ ଉଲ୍ଳ୍‌ାସ ମଧ୍ୟରେ ପାଳନ କରିବା ନିମନ୍ତେ ତହସିଲଦାର ତଥା ମାନେଜିଂ ଟ୍ରଷ୍ଟି ଶ୍ରୀ ଜଗନ୍ନାଥ ଜୀଉ ଟ୍ରଷ୍ଟ ବୋର୍ଡ, ଯାଜପୁର ଶ୍ରୀ ଅରବିନ୍ଦ ବେହେରାଙ୍କ ଅଧ୍ୟକ୍ଷତାରେ ବିଭିନ୍ନ କାର୍ଯ୍ୟକ୍ରମକୁ ଚୁଡାନ୍ତ ରୂପରେଖ ଦେବା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଚ୍ଥି । ବୈଠକରେ ଯାଜପୁର ପୈାର ପରିଷଦ ଅଧ୍ୟକ୍ଷା ରଂଜୁଲତା ହୋତା, ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଳ୍‌ିକ, ଜିଲ୍ଲା ସଂସ୍କୃତି ଅଧିକାରୀ ସୋନାଲି ବେହେରା, ଅନନ୍ୟା ସାହିତ୍ୟ ସଂସଦ ସଭାପତି ସନ୍ତୋଷ କୁମାର ନନ୍ଦ, ଭାଷ୍କର ମହାନ୍ତି, କ୍ଷୀରୋଦ ଚନ୍ଦ୍ର ପାଠୀ, ଶ୍ରୀ ଜଗନ୍ନାଥ ସେବା ସମିତି, ନାଗରିକ ପରିଷଦ, ଗୀତା ଜାଗରଣ ପରିଷଦ, ଯାଜପୁର ବିକାଶ ମଂଚ, ବିରଜା ମଣ୍ଡଳ ବିଦ୍ୟୁତ୍ ପରିଷଦ, ସଭାପତି ରାଧା ଗୋବିନ୍ଦ, ଭେଲଙ୍କ କୀର୍ତନ ମଣ୍ଡଳୀ, ବୈଦ୍ୟରାଜପୁର ଘଣ୍ଟବାଦ୍ୟ କମିଟି, ହର ପାର୍ବତୀ ପୂଜା କମିଟି, ବଡ ବଜାର ପୂଜା କମିଟି, ସଦାବର୍ତ ମଠ ପୂଜା କମିଟି, ମା’ ଟିଭି ଅନୁଷ୍ଠାନ, ଶ୍ରୀ ଜୀଉଙ୍କ ପୁରୋହିତ, ପୂଜକ, ଗୁମାସ୍ତା, ସେବକ, ସେବିକା ଏବଂ ଅନ୍ୟାନ୍ୟ ଅନୁଷ୍ଠାନର ସଭାପତି/ସଂପାଦକ, ସଦସ୍ୟ/ସଦସ୍ୟା ଯୋଗଦେଇ ଜୁଲାଇ ୭ ତାରିଖ ଶ୍ରୀ ଗୁଣ୍ଡିଚା ଯାତ୍ରା ଠାରୁ ଜୁଲାଇ ୧୫ ତାରିଖ ବାହୁଡା ଯାତ୍ରା ପର୍ଯ୍ୟନ୍ତ ୯ ଦିବସୀୟ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମର ଚୁଡାନ୍ତ ରୂପରେଖ ସମ୍ୱନ୍ଧରେ ବିସ୍ତୃତ ଆଲୋଚନା ପୂର୍ବକ ସିଦ୍ଧାନ୍ତ ନିଆଯାଇଥିଲା । ଗତ ୨୨ା୦୬ା୨୦୨୪ ରିଖରେ ଅନୁଷ୍ଠିତ ବୈଠକର ବିବରଣୀକୁ ଚୁଡାନ୍ତ ରୂପରେଖ ଦେବା ନିମନ୍ତେ ବିଭାଗୀୟ ଅଧିକାରୀ ଶଶି ଭୂଷଣ ମିଶ୍ର ପଠନ କଲାପରେ ସର୍ବସମ୍ମତି କ୍ରମେ ବିଭିନ୍ନ କାର୍ଯ୍ୟକ୍ରମକୁ ଚୂଡାନ୍ତ ରୂପରେଖ ଦେବା ନିମନ୍ତେ ଆଲୋଚନା, ପର୍ଯ୍ୟାଲୋଚନା କରାଯାଇ ବିଭିନ୍ନ ପ୍ରସ୍ତାବକୁ ଅନୁଧ୍ୟାନ କରି ଚଳିତ ବର୍ଷର ରଥଯାତ୍ରାକୁ ଆଧ୍ୟାତ୍ମିକ ବାତାବରଣରେ ଉଚ୍ଚ କୋଟୀର ପାଳନ ସହ ରଥାରୁଢ ଶ୍ରୀ ଜଗନ୍ନାଥ, ମା’ ସୁଭଦ୍ରା ଏବଂ ଅଗ୍ରଜ ବଳଭଦ୍ରଙ୍କ ରଥରେ ଆଲୋକୀକରଣ ବ୍ୟବସ୍ଥା କରିବାକୁ ଉପାଧ୍ୟକ୍ଷ, ଯାଜପୁର ପୈାର ସଂସ୍ଥା ସନ୍ତୋଷ କୁମାର ମଲ୍ଳିକଙ୍କ ପ୍ରସ୍ତାବକୁ ଗ୍ରହଣ କରାଯାଇ ନିଷ୍ପତି ନିଆଯାଇଥିଲା । ଶ୍ରୀ ଜୀଉଙ୍କ ପବିତ୍ର ରଥାଯାତ୍ରା ପାଇଁ ପାରମ୍ପରିକ ରୀତି ଅନୁଯାଇ ଜୁଲାଇ ୫ ତାରିଖରେ ବିଜୟ ଅମାବାସ୍ୟା, ୬ ତାରିଖରେ ନବ ଯୈାବନ ଦର୍ଶନ, ୭ ତାରିଖରେ ନେତ୍ରୋତ୍ସବ, ଶ୍ରୀ ଗୁଣ୍ଡିଚା, ୮ ତାରିଖରେ ରଥ ଟଣା, ୧୧ ତାରିଖରେ ହେରା ପଂଚମୀ, ୧୫ ତାରିଖରେ ବାହୁଡା ଓ ଜୁଲାଇ ୧୬ ତାରିଖରେ ଶ୍ରୀ ଜୀଉଙ୍କ ମନ୍ଦିର ବିଜେ ସହ ସମସ୍ତ ଦିବସରେ ଭଜନ, ପାଲା, ନାଟକ ଆଦି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ, ଧାରା ବିବରଣୀ, ପରିମଳ ବ୍ୟବସ୍ଥା, ବିଦ୍ୟୁତ୍ ଯୋଗାଣ, ଅଗ୍ନିଶମ ସେବା, ସ୍ୱାସ୍ଥ୍ୟ ଓ ଆମ୍ୱୁଲାନ୍ସ ସେବା, ପାନୀୟ ଜଳ, ମଂଚ ପ୍ରସ୍ତୁତି ଆଦି ସମସ୍ତ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା । ଚଳିତ ବର୍ଷ ରଥଯାତ୍ରାକୁ ସମସ୍ତ ଅନୁଷ୍ଠାନ ପୂର୍ଣ୍ଣମାତ୍ରାରେ ସହଯୋଗ କରିବାକୁ ତହସିଲଦାର ଅରବିନ୍ଦ ବେହେରା, ପୈାର ପରିଷଦ ଅଧ୍ୟକ୍ଷା ରଂଜୁଲତା ହୋତା, ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଳ୍‌ିକ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରାଙ୍କ ସମେତ ସଂପୃକ୍ତ ବିଭାଗୀୟ ଅଧିକାରୀ, ଅନୁଷ୍ଠାନର କର୍ମକର୍ତା, ଅନ୍ୱେଷଣ ଥିଏଟର ଗ୍ରୁପର ସଭାପତି ବୃନ୍ଦାବନ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close