ଗରିବ ଛାତ୍ର ଛାତ୍ରୀ ଙ୍କ ସାହାଭରସା କୁଶ ସାର

ଯାଜପୁର,୨୮/୦୬(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ରୋଡ ବ୍ୟାସନଗର ଷ୍ଟାଡ଼ିଅମ ଠାରେ କ୍ରିଷ୍ଣା ଚାରିଟେଵଲ ଟ୍ରଷ୍ଟ ପକ୍ଷରୁ କ୍ରିଷ୍ଣା ଇଣ୍ଟରନେସନାଲ ସ୍କୁଲର ଶୁଭ ଉଦଘାଟନ କରାଯାଇଅଛି । ସ୍କୁଲର ଏମଡି ପ୍ରଫେସର କୁଶ ଚନ୍ଦ୍ର ପ୍ରଧାନ ଏହି ସ୍କୁଲକୁ ଅନୁଷ୍ଠାନିକ ଭାବେ ଅଭିଵାବକ ଓ ଛାତ୍ରଛାତ୍ରୀଙ୍କ ଗହଣରେ ଫିତା କାଟି ଉଦଘାଟନ କରିଥିଲେ । ଚାକିରୀରୁ ଅବସର ନେବା ପରେ ବିନା ପାରିଶ୍ରମିକରେ ପିଲାମାନଙ୍କ ଉଜ୍ବଳ ଭବିଷ୍ୟତକୁ ଗଢି ତୋଳିବାର ଲକ୍ଷ୍ୟ ନେଇ ସେ ଏହି ଅନୁଷ୍ଠାନକୁ ତିଆରି କରିଛନ୍ତି ବୋଲି କହିଥିଲେ । ବ୍ୟାସନଗର ଓ ଏହାର ଆଖ ପାଖ ଅଞ୍ଚଳରେ ଯଦି କୌଣସି ପିଲାଙ୍କୁ ଅର୍ଥ ଅଭାଭରୁ ଅଭିଵାବକ ମାନେ ପାଠ ପଢ଼ାଇବାରୁ ବଞ୍ଚିତ ହେଉଛନ୍ତି ତେବେ ଏହି ସ୍କୁଲରେ ନାମ ଲେଖାଇବା ପାଇଁ ନିବେଦନ କରିଛନ୍ତି । ଆଖପାଖରୁ ପ୍ରାୟ ୫୦ରୁ ଉର୍ଦ୍ଧ ପିଲା ନାମ ଲେଖାଇଛନ୍ତି ବୋଲି ଚେୟାରମ୍ୟାନ କହିଛନ୍ତି । ଜୀବନର ଅବସର ସମୟରେ ପିଲାମାନଙ୍କୁ ଶିକ୍ଷାଦାନ କରିବାରେ ନିଜକୁ ଉତ୍ସର୍ଗୀକୃତ କରିଥିବାରୁ ଏବଂ ଗରିବ ପିଲା ମାନଙ୍କ ସୁଖ ଦୁଃଖର ସାଥି ହୋଇଥିବାରୁ ସାଧାରଣରେ କୁଶ ସାର ପ୍ରଶଂସାର ପାତ୍ର ହୋଇଛନ୍ତି । ଏହି ଉଦ୍ଘାଟନୀ ଉତ୍ସବରେ ଛାତ୍ର ଛାତ୍ରୀ, ଅଭିଵାବକ, ଶିକ୍ଷକ ମାନେ ଉପସ୍ଥିତ ରହିଥିଲେ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close