କଳିଙ୍ଗନଗର ଟାଟା ଷ୍ଟିଲରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

କଳିଙ୍ଗନଗର,୨୩/୦୬(ଉ. ନ୍ୟୁଜ୍ ବ୍ୟୁରୋ): ଟାଟା ଷ୍ଟିଲ କଳିଙ୍ଗନଗର ପକ୍ଷରୁ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟର ଗୁରୁତ୍ୱକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଶୁକ୍ରବାର ‘ଅନ୍ତର୍ଜାତୀୟ ଯୋଗ ଦିବସ\’ ପାଳିତ ହୋଇଯାଇଛି । ଏହି ଅବସରରେ ଯାଜପୁର ରୋଡ୍ ସ୍ଥିତ ପ୍ଲଟ୍‌-୨ ହାଉସିଂ ଓ ବ୍ରାହ୍ମଣୀପାଳ ହାଉସିଂ କମ୍ପେ୍ଲକ୍ସରେ ଯୋଗ ଅଧିବେଶନର ଆୟୋଜନ କରାଯାଇଥିଲା । ସେହିପରି ଟାଟା ଷ୍ଟିଲ ଫାଉଣ୍ଡେସନର ରିଜିଓନାଲ ଇନିସିଏଟିଭ ଫର ସେଫ ସେକ୍ସୱାଲ ହେଲଥ ଅଭିଯାନ(ରିସ୍ତା) ପ୍ରକଳ୍ପ ପକ୍ଷରୁ କଳିଙ୍ଗନଗର ଓ ବ୍ରାହ୍ମଣୀପାଳ ଅଂଚଳର ବିଭିନ୍ନ ଗ୍ରାମର ୫ଟିସ୍ଥାନରେ ଏହି ଯ୍ଧେଜ୍ଞ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା, ଯେଉଁଥିରେ ସ୍କୁଲ ଛାତ୍ରଛାତ୍ରୀ, କିଶୋର ଓ କମ୍ୟୁନିଟିର ସଦସ୍ୟଙ୍କ ସମେତ ୫୦୦ରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ । ଏଥିସହ‘ୱେଲନେସ୍ କର୍ନର\’ କାର୍ଯ୍ୟକ୍ରମ ଅଧୀନରେ ପ୍ରଶାସନ ବିଭାଗ ଏବଂ ବୃତିଗତ ସ୍ୱାସ୍ଥ୍ୟ ସେବା ବିଭାଗର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଟିଏସକେର ଅନ୍ୟାନ୍ୟ ବିଭାଗ ଯଥା ଇଞ୍ଜିନିୟରିଂ ଆଣ୍ଡ ପ୍ରୋଜେକ୍ଟ, ସୁରକ୍ଷା ବିଭାଗ ମଧ୍ୟ କର୍ମଚାରୀଙ୍କ ପାଇଁ ପ୍ଲାଂଟ ପରିସରରେ ଆୟୋଜନ କରିଥିଲେ । ଏହି ଅବସରରେ ଟାଟା କର୍ମଚାରୀ, ସେମାନଙ୍କ ପରିବାର ସଦସ୍ୟ ଏବଂ ଚୁକ୍ତିଭିତିକ କର୍ମଚାରୀଙ୍କୁ ମିଶାଇ ୪୦୦ରୁ ଅଧିକ ଲୋକ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close