କେନ୍ଦ୍ର ସରକାର ଓ ରାଜ୍ୟ ସରକାର ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ୧୭ତମ କିସ୍ତି ପ୍ରଦାନ

ଯାଜପୁର,୨୧/୦୬(ଉ. ନ୍ୟୁଜ୍ ବ୍ୟୁରୋ): ଚଳିତ ୧୮ ତାରିଖ ଅପରାହ୍ନରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉତର ପ୍ରଦେଶର ବାରାଣାସୀରେ ପିଏମ୍ କିଷାନ ସମ୍ମାନ ନିଧି ୧୭ତମ କିସ୍ତି ଅଧୀନରେ ଦେଶର ୯ କୋଟି ୨୬ ଲକ୍ଷ ଚାଷୀଙ୍କୁ ୨୦ ହଜାର କୋଟି ଟଙ୍କା ହସ୍ତାନ୍ତର ଓ ପାରା ସଂପ୍ରସାରଣ କର୍ମୀ ରୂପେ କୃଷି ସଖୀଙ୍କୁ ପ୍ରମାଣପତ୍ର ଆଭାସୀରେ ପ୍ରଦାନ କରିଚ୍ଥନ୍ତି । ଅନୁରୂପ ଭାବେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବରଗଡରୁ ଯୋଗଦାନ କରିଥିବା ବେଳେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ନିଖିଲ ପବନ କଲ୍ୟାଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କୃଷକ ସଶକ୍ତୀକରଣ ଯୋଜନାରେ ଓଡିଶାର ମାନ୍ୟବର ମନ୍ତ୍ରୀ ସମବାୟ, ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯାଜପୁର ଜିଲ୍ଲା ପାଇଁ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ୧୭ତମ କିସ୍ତି ବାବଦକୁ ୧ ଲକ୍ଷ ୩୪ ହଜାର ୫୯୧ ଜଣ ହିତାଧିକାରୀଙ୍କୁ ୨୬ କୋଟି ୯୧ ଲକ୍ଷ ୮୨ ହଜାର ଅର୍ଥ ରାଶି ହସ୍ତାନ୍ତର କରି ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ କହିଲେ ଯେ, ଭାରତ ସରକାର ଓ ରାଜ୍ୟ ସରକାର ମିଳିତ ଭାବେ କୃଷକଙ୍କ ବିକାଶ ପାଇଁ ସଂକଳ୍ପବଦ୍ଧ । ପ୍ରତ୍ୟେକ କୃଷକଙ୍କୁ ମୈାଳିକ ସୁବିଧା ଯୋଗାଇବା ସରକାରଙ୍କର ପ୍ରଧାନ ଲକ୍ଷ୍ୟ । ଯାଜପୁର ଜିଲ୍ଲାରେ ଖୁସି ହେଲେ କୃଷକ, ଜିଲ୍ଲା ୧ ନମ୍ୱର ହେବା ସହ ରାଜ୍ୟ ଓ ରାଷ୍ଟ୍ରର ହେବ ସର୍ବାଙ୍ଗୀନ ଉନ୍ନତ ବୋଲି ମନ୍ତ୍ରୀ ତାଙ୍କ ଅଭିଭାଷଣରେ ଆହ୍ୱାନ ଦେଇଥିଲେ । ସଭାରେ ସମ୍ମାନିତ ଅତିଥି ଭାବେ ଯାଜପୁର ମାନ୍ୟବର ବିଧାୟିକା ସୁଜାତା ସାହୁ ଯୋଗ ଦେଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ନବକ୍ରିଷ୍ଣ ଜେନା, ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ଶୁଭେନ୍ଦ୍ର କୁମାର ସାମଲ, ମୁଖ୍ୟ ଊନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁରେନ୍ଦ୍ର ନାଥ ସ୍ୱାଇଁ ମଂଚାସୀନ ଥିବାବେଳେ ଶେଷରେ ବ୍ଲକ କୃଷି ଅଧିକାରୀ ଡଃ ପରେଶ କୁମାର ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଏବଂ ପିଏମ୍ କିଷାନ ହିତାଧିକାରୀମାନେ ଯୋଗ ଦେଇଥିଲେ ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close