ବିପର୍ଯ୍ୟୟ ପରିଚାଳନାରେ ଶୂନ୍ୟ ମୃତ୍ୟୁହାର ବଜାୟ ରଖିବା ସମସ୍ତଙ୍କ ଦାୟିତ୍ୱ: ଅତିରିକ୍ତ ଜିଲ୍ଲାପାଳ
ଯାଜପୁର,୨୧/୦୬(ଉ. ନ୍ୟୁଜ୍ ବ୍ୟୁରୋ): ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ଯାଜପୁର ଜିଲ୍ଲା ସଦର ମହକୁମାସ୍ଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଅଭ୍ୟାସଗତ ଯୋଜନା (ଟେବୁଲ ଟପ୍ ଏକ୍ସରସାଇଜ୍) ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ଶୁଭେନ୍ଦ୍ର କୁମାର ସାମଲଙ୍କ ଅଧ୍ୟକ୍ଷତାରେ ୧୮ ତାରିଖ ପୂର୍ବାହ୍ନରେ ଅନୁଷ୍ଠିତ ହେବା ସହ ପ୍ରାକୃତିକ ବିପର୍ଯ୍ୟର ମୁକାବିଲା ମାର୍ଗଦର୍ଶିକା ଊପରେ ଶ୍ରୀ ସାମଲ ଆଲୋକପାତ କରି ଅଭ୍ୟାସଗତ ଯୋଜନା (ଟେବୁଲ ଟପ୍ ଏକ୍ସରସାଇଜ୍) ସମ୍ୱନ୍ଧରେ ସଚେତନତା କରାଇଥିଲେ । ଜିଲ୍ଲାର ବହୁମୁଖୀ ବନ୍ୟା, ବାତ୍ୟା ଆଶ୍ରୟ ସ୍ଥଳ ମାନଙ୍କରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକ ମାନଙ୍କୁ ସ୍ଥାନାନ୍ତରଣ କରି ବନ୍ୟା, ବାତ୍ୟା ଆଶ୍ରୟ ସ୍ଥଳ ମାନଙ୍କରେ ଆଶ୍ରୟ ଦେବା, ସପଂଳ ଭାବେ ତତକ୍ଷଣାତ୍ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ବିଭିନ୍ନ ବିଭାଗୀୟ କାର୍ଯ୍ୟକ୍ରମ, ଅଂଚଳର ଜନସାଧାରଣ, ସ୍ୱେଚ୍ଚ୍ଥାସେବୀ ସଂଗଠନ, ଆରକ୍ଷୀ ବାହିନୀ, ଏନ୍ଡ୍ରାପଂ, ସ୍ଥାନୀୟ ଜନ ପ୍ରତିନିଧି, ଗ୍ରାମ ମୁରବି ସମୁହ ବିପର୍ଯ୍ୟୟ ସମୟରେ କିଭଳି ନିଜର ଧନ ଜୀବନକୁ ସୁରକ୍ଷା ଦେବା ସମ୍ୱନ୍ଧରେ ସମ୍ମିଳିତ ଭାବେ ଅନ୍ୟ ମାନଙ୍କର ଧନ ଜୀବନ ସୁରକ୍ଷା ଦେବା ପାଇଁ ଅଭ୍ୟାସ କୈାଶଳ ପ୍ରଦର୍ଶନ ପୂର୍ବକ ସମସ୍ତ ବିପର୍ଯ୍ୟୟରେ ଶୂନ୍ୟ ଜୀବନହାନୀ ବଜାୟ ରଖିବା ଦିଗରେ ତାଲିମ ଓ ପରାମର୍ଶ ପ୍ରଦାନ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ନବକ୍ରିଷ୍ଣ ଜେନା, ଯାଜପୁର ଜିଲ୍ଲା ପାଇଁ ନିଯୁକ୍ତ ପର୍ଯ୍ୟବେକ୍ଷକ ଭାବେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷର ସାର୍ଥକ ସୈାରଭ ମହାପାତ୍ର ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାର ଦାୟିତ୍ୱବର୍ଦ୍ଧତା ସଂପର୍କରେ ଅବଗତ କରାଇଥିଲେ । ଜିଲ୍ଲା ଜରୁରୀ ଅଧିକାରୀ ଅଶୋକ କୁମାର ବେହେରା ମକ୍ ଡ୍ରିଲ ପ୍ରସ୍ତୁତିର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଏବଂ ବିପର୍ଯ୍ୟୟ ସମୟରେ ଓ ବିପର୍ଯ୍ୟୟ ପରେ ବିଭିନ୍ନ ବିଭାଗର ଭୂମିକା ସମ୍ୱନ୍ଧରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ । ଉକ୍ତ ବୈଠକରେ ସମସ୍ତ ତହସିଲଦାର, ସମସ୍ତ ବିଡିଓ, ଆଂଚଳିକ ପରିବହନ ଅଧିକାରୀ, ଯାଜପୁର ଓ ଚଣ୍ଡିଖୋଲ, ନିର୍ବାହୀ ଅଧିକାରୀ, ପୈାର ପରିଷଦ, ଯାଜପୁର ଓ ବ୍ୟାସନଗର, ଅଗ୍ନିଶମ ସେବା, ଓଡ୍ରାପଂ, ଉଦ୍ୟାନ କୃଷି, ଗ୍ରାମ୍ୟ ନିର୍ମାଣ ବିଭାଗ, ଜନସ୍ୱାସ୍ଥ୍ୟ ବିଭାଗ, ପଶୁ ଚିକିତ୍ସା ବିଭାଗ, ଜରୁରୀ ବିଭାଗ, ଜଳସେଚନ ବିଭାଗ, ଡ୍ରେନେଜ ବିଭାଗ, ବିଦ୍ୟୁତ୍ ବିଭାଗ, ଜିଲ୍ଲା ସ୍ୱାସ୍ଥ୍ୟ ସେବା ବିଭାଗ, ସଂପୃକ୍ତ ଅଂଚଳର ଜନପ୍ରତିନିଧି, ସ୍ୱେଚ୍ଚ୍ଥାସେବୀ ସଂଗଠନ ଏବଂ ଜିଲ୍ଲା ସ୍ତରୀୟ ବରିଷ୍ଠ ଅଧିକାରୀ ପ୍ରମୁଖ ଯୋଗଦେଇ ନିଜ ନିଜ ବିଭାଗର କାର୍ଯ୍ୟଧାରା ସମ୍ୱନ୍ଧରେ ସୂଚନା ପ୍ରଦାନ କରିବା ସହ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟ ପରିଚାଳନାରେ ଜିଲ୍ଲା ଜରୁରୀ ବିଭାଗର କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ ।