ରେଳପଥ ମହାପ୍ରବନ୍ଧକଙ୍କ ପାରାଦୀପ ଗସ୍ତ

ପାରାଦୀପ: କଟକ, ପାରାଦୀପ ଓ ହରିଦାସପୁର ପାରାଦୀପ ରେଳ ମାର୍ଗ ନିରୀକ୍ଷଣ ପାଇଁ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ପାରାଦୀପ ଗସ୍ତ କରିଛନ୍ତି । ଟ୍ରାଫିକ ସୁବିଧା ତଥା ବିନା କୌଣସି ପ୍ରତିବନ୍ଧକରେ ଟ୍ରେନ ଚଳାଚଳ ଏବଂ ରେଳବାଇର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକଳାପକୁ ସେ ବୁଲି ଦେଖିଥିଲେ । ଅସୁବିଧା ମୁକ୍ତ ଟ୍ରେନ ଚଳାଚଳ ପାଇଁ ଉଭୟ ରେଳ ବିଭାଗ ଓ ବନ୍ଦର ଅଞ୍ଚଳରେ ଗତିଶୀଳତାର ଉନ୍ନତି ଉପରେ ସେ ଗୁରୁତ୍ୱ ଆରୋପ କରିଛନ୍ତି । ଏଥିସହ ଟ୍ରେନ ଚଳାଚଳ ଅସୁବିଧାକୁ ହଟାଇବା ପାଇଁ ଚାଲୁଥିବା ପ୍ରକଳ୍ପଗୁଡିକୁ ତ୍ଵରାନିତ କରିବାକୁ ପରାମର୍ଶ ଦେଇଛନ୍ତି । ଶ୍ରୀପରମେଶ୍ଵର ପାରାଦୀପ ବନ୍ଦରରେ ପଣ୍ୟ ବୋଝେଇ ଓ ଅନଲୋଡିଙ୍ଗ ପାଇଁ ଉଦ୍ଧିଷ୍ଟ ବିଭିନ୍ନ ରେଳ ସାଇଡିଙ୍ଗ ପରିଦର୍ଶନ କରିଥିଲେ । ଏଥିସହ ଦେଶର ରାଜସ୍ବ ବୃଦ୍ଧିପାଇଁ ପାରାଦୀପ ବନ୍ଦର ପ୍ରାଧିକରଣ ଓ ଅନ୍ୟାନ୍ୟ ବନ୍ଦର ବ୍ୟବହାରୀ ସଂସ୍ଥାଗୁଡ଼ିକ ସହ ଉପଯୁକ୍ତ ସମନ୍ୱୟ ରକ୍ଷା କରିବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ସୂଚନା ମୁତାବକ ପାରାଦୀପ ଗସ୍ତ ସମୟରେ ପରମେଶ୍ଵର ଫୁଙ୍କୱାଙ୍କ ସହିତ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଏ.ଚ.ଏ.ସ ବଜୱାଙ୍ଗଙ୍କ ସହିତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close