ଯାଜପୁରରେ କାଳବୈଶାଖିର ତାଣ୍ଡବ; ପ୍ରଚଣ୍ଡ ବଜ୍ରପାତ ଓ ଘଡ଼ଘଡ଼ିରେ ଭୟଭୀତ ହେଲେ ଜନତା

ବ୍ୟାସନଗର,୦୭/୦୬(ଉ. ନ୍ୟୁଜ୍ ବ୍ୟୁରୋ): ନିର୍ବାଚନ ଓ ଫଳାଫଳ ଘୋଷଣା ସରିଛି । ବାଣ ଫୁଟାଇ କର୍ମୀ ଖୁସି ହେଉଥିବା ବେଳେ ଏଣେ ପ୍ରକୃତିର ତାଣ୍ଡବ ଉଗ୍ର ହେବାରେ ଲାଗିଛି । ମୈାସୁମୀ ଆସିବାର ଅବ୍ୟବହିତ ପୂର୍ବରୁ ଜିଲ୍ଲାରେ କାଳବୈଶାଖି ତାଣ୍ଡବ ରଚିବାରେ ଲାଗିଛି । ମଣିଷର ଦୈନନ୍ଦିନ ଜୀବନରେ ଆଣିଦେଇଛି ବିଷାଦ । କେତେବେଳେ ପ୍ରବଳ ଗରମ ଓ ଗୁଳୁଗୁଳି ତ କେତେବେଳେ ଝଡ଼ ତୋଫାନ ସାଙ୍ଗକୁ ଶହ ଶହ ବିଜୁଳି ସାଙ୍ଗକୁ ପ୍ରଚଣ୍ଡ ଶଦ୍ଦର ଘଡ଼ଘଡ଼ିରେ କାନରୁ ଅତରା ଖସି ପଡ଼ୁଛି । ୦୪ ତାରିଖ ପରଠାରୁ ବିଜୁଳି ଓ ଘଡ଼ଘଡ଼ି ବଢ଼ିଛି ! ସତେ ଯେମିତି ରାଜ୍ୟୁ ବିତ୍ପାତ ମାଡିଆସୁଛି ! ଆଜି ଅପରାହ୍ନ ୦୩ଟାରୁ ଆରମ୍ଭ ହୋଇଯାଇଥିଲା ବର୍ଷା ପବନ ସାଙ୍ଗକୁ ଘନ ଘନ ବିଜୁଳି ଓ ପ୍ରଚଣ୍ଡ ଘଡ଼ଘଡ଼ିମାନ । କୁଆଡ଼େ କ’ଣ କ୍ଷତି ହୋଇଛି ଜଣାପଡି ନ ଥିବା ବେଳେ ଅନେକ ଭୟଭୀତ ହୋଇଯାଇଛନ୍ତି । କାନ ଶୁଣିବା ଦିନ ଠାରୁ ଏତେ ସଂଖ୍ୟକ ଘଡ଼ଘଡ଼ି ଶୁଣି ନ ଥିଲା କି ଓ ଏତେ ବିଜୁଳି ଗୋଟିଏ ଦିନର ବର୍ଷା ପବନରେ ଦେଖି ନ ଥିଲା । ୦୩ଠାରୁ ୭ଟା୩୦ମି ପର୍ଯ୍ୟନ୍ତ ଏହା ଚାଲିଥିଲା । ଦୀର୍ଘ ୪ଘଂଟାରୁ ଉର୍ଦ୍ଧ ସମୟର ଏହି ସମୟ ଭିତରେ ବିଜୁଳି ଲାଇନ କଟିଯାଇଥିବା ବେଳେ ନେଟ୍‌, ପାଇପ ଜଳ ଯୋଗାଣ ବିଛିନ୍ନ ହୋଇଛି । ଏବେ ସୁଦ୍ଧା ଏସବୁରେ ସୁଧାର ଆସି ନାହିଁ । ଜିଲ୍ଲାର ବ୍ୟବସାୟିକ ପ୍ରାଣକେନ୍ଦ୍ର ବ୍ୟାସନଗର ସହର, କଳିଙ୍ଗନଗର ଶିଳ୍ପାଂଚଳ, ପାଣିକୋଇଲି, କୁଆଖିଆରେ ନାହିଁ ନ ଥିବା ସମସ୍ୟା ଦେଖାଦେଇଛି । କାରଖାନାକୁ କାମ କରିବାକୁ ଯାଇଥିବା ଶ୍ରମିକ, କର୍ମଚାରୀ ଇତ୍ୟାଦି ଆଶଙ୍କା ଭିତରେ ଘରକୁ ଫେରିବାକୁ ବ୍ୟାକୁଳ ଅଛନ୍ତି । ବିଜୁଳି ଯୋଗାଣ କେତେବେଳେ ଚାଲୁ ହେବ ଓ ନୂଆ ନେତା କିପରି ପରିସ୍ଥିତିର ମୁକାବିଲାରେ ହସ୍ତକ୍ଷେପ କରୁଛନ୍ତି ତାହା ଉପରେ ଅନେକଙ୍କ ନଜର ରହିଛି! ବିଜୁଳି ବିଭାଗର ଉଚ୍ଚ ଯନ୍ତ୍ରୀଙ୍କ ମୋବାଇଲ ଖାଲି ବ୍ୟସ୍ତ ଦେଖାଉଛି! ବ୍ୟାସନଗର ସହରରେ ଜଳ ଯୋଗାଣ ଦିନ ୦୩ଟାରୁ ଅଦ୍ୟାବଧି ବନ୍ଦ ରହିଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close