ସୁରଜ ସୂର୍ଯ୍ୟବଂଶୀ ହେବେକି ଆଉ ଓଡ଼ିଶାର ମୁଖ୍ୟମନ୍ତ୍ରୀ ….? ଗିରୀଶ ଚନ୍ଦ୍ର ମୁର୍ମୂ ବି ମୁଖ୍ୟମନ୍ତ୍ରୀ ହୋଇପାରନ୍ତି !
From Childhood & till date I am fond of to do Social Works, Plantation Works, helps others who need especially Labouerers, Poors, trying to keep up Environment good etc……………I am fighting to give Social Justice who depends me & strongly working against Corruptions. I am emphasized on collective works. Patriotism & Honest Labour is my Motto……Jay Bharat
ଯାଜପୁର/ଭଦ୍ରଖ/ଭୁବନେଶ୍ୱର,୦୪/୦୬(ଉ. ନ୍ୟୁଜ୍ ବ୍ୟୁରୋ): ମଣିଷ ଯାହା ଯୋଜନା କରେ ଭଗବାନ ତାହା ଖାରଜ କରିପାରେ ! ଯାହା ଭାଗ୍ୟରେ ଯାହା ଲେଖା ଅଛି ତାହା ଅବଶ୍ୟ ଘଟିବ ! ଓଡ଼ିଶାର ସାମ୍ପ୍ରତିକ ରାଜନୀତି କଥା କୁହନ୍ତୁ ….ଯାହା ଅନୁମାନ କରାଯାଉଥିଲା, ଯାହା ଅନ୍ତଃସ୍ରୋତରେ ବାରି ହେଉ ପଡୁଥିଲା ତା’ଠାରୁ ଢ଼େର ଅଧିକ ଭଲ କରିଛି ଭାଜପା । ରାଜ୍ୟରେ ଭାଜପା ଏକାକୀ ସରକାର ଗଢ଼ିବାର ପଥ ପରିଷ୍କାର ହେବାରେ ଲାଗିଛି । ଆବଶ୍ୟକୀୟ ୭୪ ଆସନ ଠାରୁ ଅଧିକ ଆସନ ପାଇବାର ଜଣାପଡୁଛି । ୮୦ ଆସନ ପାଇବା ଆଡ଼କୁ ଦଳ ଅଗ୍ରସର ହେଉଛି । ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବରେ ଆଗାମୀ ଦିନରେ ଭାଜପା ରାଜ୍ୟରେ ସରକାର ଗଢ଼ିଲେ କିଏ ହେବେ ମୁଖ୍ୟମନ୍ତ୍ରୀ ବୋଲି ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇବାରେ ଲାଗିଛି । ଦଳର ସୁପ୍ରିମୋ କିନ୍ତୁ ଜଣେ ଖାଂଟି ଓଡ଼ିଆ ବିଧାୟକଙ୍କ ଉପରେ ବିଶ୍ୱାସ ରଖିବ ବୋଲି ସୂଚନା ଦେଉଥିବା ବେଳେ ସେ ବୟସ୍କ ହୋଇ ନ ଥିବା ଏବଂ ତାଙ୍କ ବ୍ୟକ୍ତିତ୍ୱ ନିର୍ମଳ, ନିର୍ବିବାଦ ହୋଇଥିବା ମଧ୍ୟ କୁହାଯାଉଛି । ଏପରି ହେଲେ ସୁରଜ ସୂର୍ଯ୍ୟବଂଶୀଙ୍କ ନାମକୁ ବାଦ ଦିଆଯାଇ ନ ପାରେ! ଜଣେ ନିର୍ମଳ ଭାବମୂର୍ତ୍ତିର ରାଜନେତା ଭାବେ ତାଙ୍କର ଆଦର ରହିଛି । କିଛି ଦିନ ତଳେ ଧାମନଗର ଠାରେ ନିର୍ବାଚନୀ ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଭାଷଣରେ କହିଥିଲେ ଯେ, ଜଣେ ଯୁବ, ସୁସ୍ଥ ତଥା ଉନ୍ନତ ମାନସିକତାର ନେତାଙ୍କୁ ଦଳ ଜିତିଲେ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦ ଦିଆଯିବ । ଏହା ସୁରଜଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଥିଲା । ଜଣେ ୱାର୍ଡ଼ ମେମ୍ବର ହେବାକୁ ଆଶା ରଖି ନ ଥିବା ସୂର୍ଯ୍ୟବଂଶୀ ଘଟଣା କ୍ରମରେ ନିଜ ପିତା ବରିଷ୍ଠ ନେତା ତଥା ବିଧାୟକ ବିଷ୍ଣୁଚରଣ ସେଠୀଙ୍କ ଦେହାନ୍ତ ପରେ ରାଜନୀତିକୁ ଆସି ସଫଳତା ପାଇବା ସହ ଜନପ୍ରିୟତା ହାସଲ କରିବାରେ ଲାଗିପଡ଼ିଛନ୍ତି । ସେ ଜଣେ ସରଳ ସ୍ୱଭାବର ହୋଇଥିବା ବେଳେ ତାଙ୍କ ଭାଷଣ ମଧୂର ଓ ପ୍ରାସଙ୍ଗିକତା ବହନ କରିଥାଏ । କେନ୍ଦ୍ରୀୟ ନେତୃତ୍ୱ ଏକ ଟିମ୍ ଗଠନ କରି ମୁଖ୍ୟମନ୍ତ୍ରୀଙ୍କୁ ଚୟନ କରି କମିଟି ହାତରେ ଭବିଷ୍ୟତ ଯୋଜନା ଛାଡିଦେବାର ଆଶାକରାଯାଉଛି ! ଏହାଛଡ଼ା ପ୍ରଶାସନିକ ଅଧିକାରୀ ତଥା ଜାମ୍ମୁ ଓ କାଶ୍ମୀରର ପୂର୍ବତନ ଲେଫ୍ଟନାଂଟ୍ ଗଭର୍ଣ୍ଣର ଗିରୀଶ ଚନ୍ଦ୍ର ମୁର୍ମୂ ମଧ୍ୟ ମୁଖ୍ୟମନ୍ତ୍ରୀ ହେବାର ସମ୍ଭ।ବନା ରହିଛି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଖୁବ୍ ଖାସ ଓ ଅତ୍ୟନ୍ତ ବିଶ୍ୱସ୍ତ ଅଟନ୍ତି । ସେ ଏବେ କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ସିଏଜିରେ କାର୍ଯ୍ୟରତ ଥିବା ବେଳେ ଗୁରୁରାଟ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସିଚିବ ରହି ଦକ୍ଷତାର ସହ କାର୍ଯ୍ୟ କରିଥିଲେ । ଏହାଛଡ଼ା ପଶ୍ଚିମ ଓଡ଼ିଶାର ଭେଟେରାନ ନେତା ସୁରେଶ ପୂଜାରୀ ଏବଂ କନକ ବର୍ଦ୍ଧନ ସିଂହଦେଓଙ୍କ ନାମ ବି ମୁଖ୍ୟମନ୍ତ୍ରୀ ଦୈାଡ଼ରେ ରହିଛି । ଏତଦ୍ବ୍ୟତିତ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ନିର୍ବାଚନ ହାରିଯାଇଥିଲେ ମଧ୍ୟ ତାଙ୍କ ନାମ ବି ମୁଖ୍ୟମନ୍ତ୍ରୀ ଦୈାଡ଼ରେ ଥିବାର କୁହାଯାଉଛି । ଦେଖାଯାଉ ହାତି କାହା ମୁଣ୍ଡରେ ସୂନା କଳସ ଢ଼ାଳୁଛି !