ଯାଜପୁରରୋଡ଼-ଧାମରା ରୋଳପଥ ସଂଗ୍ରାମ ସମିତି ପକ୍ଷରୁ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ସ୍ମାରକୀପତ୍ର ପ୍ରଦାନ


ଯାଜପୁରରୋଡ଼/ଯାଜପୁର,୨୮/୦୫(ଉ. ନ୍ୟୁଜ୍ ବ୍ୟୁରୋ): ଧାମରା ରେଳପଥ ସଂଗ୍ରାମ ସମିତି ପକ୍ଷରୁ ଯାଜପୁର, କୋରେଇ, ବିଞ୍ଝାରପୁର ଉଭୟ ଲୋକସଭା ଓ ବିଧାନସଭା ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ ଓ ପ୍ରାର୍ଥିନୀମାନଙ୍କୁ ରେଳବାଇ ରୋଡ଼ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହାର ସର୍ଭେ ତଥା ଡିପିଆର୍ ଅନୁଯାୟୀ ଏହାର ମଂଜୁରୀ ତଥା ଆସନ୍ତା ପୁରୁଣା ବଜେଟ୍ ସମୟର ଆବଶ୍ୟକ ବ୍ୟୟବରାଦ କରାଯାଇ କାର୍ଯ୍ୟକ୍ରମକୁ ଚୂଡ଼ାନ୍ତ ରୂପରେଖ ଦେବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଅବଗତ କରାଯାଇଥିଲା । ଏହି ପ୍ରତିନିଧି ଦଳର ସଂଗ୍ରାମ ସମିତିର ଯୁଗ୍ମ ଆବାହକ ପ୍ରଫୁଲ୍ଲ ନାୟକ ଓ ମଳୟ କୁମାର ପଣ୍ଡା, କୋଷାଧ୍ୟକ୍ଷ ଦେବବ୍ରତ ମହାନ୍ତି, ଉପଦେଷ୍ଠା ମଣ୍ଡଳୀ ସଦସ୍ୟ ସୁରେନ୍ଦ୍ର କୁମାର ରାୟ, ଦେବେନ୍ଦ୍ର କୁମାର ପଣ୍ଡା, ସତ୍ୟପ୍ରକାଶ ବେହୁରିଆ, ଡଃ. ନିର୍ମଳ ରଥ, ଗଣେଷ ସାହୁ ପ୍ରମୁଖ ବିଞ୍ଝାରପୁର ପ୍ରାର୍ଥିନୀ ବାଚସ୍ପତି ପ୍ରମିଳା ମଲ୍ଲିକ, ବବିତା ମଲ୍ଲିକ, କନକଲତା ମଲ୍ଲିକ, ଲୋକସଭା ପ୍ରାର୍ଥୀି ଡଃ. ରବୀନ୍ଦ୍ର ନାରାୟଣ ବେହେରା, ଅଂଚଳ ଦାସ, କୋରେଇ ପ୍ରାର୍ଥିନୀ ସନ୍ଧ୍ୟାରାଣୀ ଦାସ, ଯାଜପୁର ପ୍ରାର୍ଥିନୀ ସୁଜାତା ସାହୁ, ସୁଦିପ କୁମାର କର ପ୍ରମୁଖ ଭେଟି ସ୍ମାରକପତ୍ର ଦେବା ସହିତ ବର୍ତମାନର ସ୍ଥିତି ସମ୍ପର୍କରେ ଅବଗତ କରିଥିଲେ । ସମସ୍ତ ପ୍ରାର୍ଥୀ ଓ ପ୍ରାର୍ଥିନୀମାନେ ନିର୍ବାଚନ ପରେ ଉଚିତ୍ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close