୪୯୭ ପୁଲିଂ ପାର୍ଟି ଚୁଡାନ୍ତ ପର୍ଯ୍ୟାୟ ପ୍ରଶିକ୍ଷଣ ନେଲେ ଏବଂ ପୋଷ୍ଟାଲ ବାଲାଟରେ ଭୋଟ ଦେଲେ

 


ଯାଜପୁର,୨୫ା୦୫(ଉ. ନ୍ୟୁଜ୍ ବ୍ୟୁରୋ): ଆସନ୍ତା ଜୁନ୍ ୧ ତାରିଖରେ ଯାଜପୁର ଜିଲ୍ଲାରେ ଏକକାଳୀନ ୦୮-ଯାଜପୁର (ସଂରକ୍ଷିତ) ଲୋକସଭା ଆସନ, ୪୮-ବିଂଝାରପୁର (ସଂରକ୍ଷିତ) ବିଧାନସଭା ଆସନ ୪୯-ବରୀ, ୫୦-ବଡଚଣା ୫୧-ଧର୍ମଶାଳା, ୫୨-ଯାଜପୁର, ୫୩-କୋରେଇ ଏବଂ ୫୪-ସୁକିନ୍ଦା ବିଧାନସଭା ଆସନ ନିମନ୍ତେ ମତଦାନ ଅନୁଷ୍ଠିତ ହେବ । ଗତକାଲି ସକାଳ ୭ ଘଟିକା ଠାରୁ ସଂଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଏନ୍‌.ସି. କଲେଜ ଠାରେ ଦୁଇଟି ପର୍ଯ୍ୟାୟରେ ୪୮-ବିଂଝାରପୁର (ସଂରକ୍ଷିତ) ବିଧାନସଭା ଆସନ ନିମନ୍ତେ ୨୬୬ ଗ୍ରୁପ ଅନ୍ତର୍ଭୁକ୍ତ ୧୫୭୮ ପୋଲିଂ କର୍ମଚାରୀ ଚୁଡାନ୍ତ ପ୍ରଶିକ୍ଷଣ ନେଇଥିବା ବେଳେ ୪୯-ବରୀ ବିଧାନସଭା ଆସନ ନିମନ୍ତେ ୨୩୧ ଗ୍ରୁପ୍ ଅନ୍ତର୍ଭୁକ୍ତ ୧୪୮୯ ପୋଲିଂ କର୍ମଚାରୀ ପ୍ରଶିକ୍ଷଣ ନେଇଚ୍ଥନ୍ତି । ନିର୍ବାଚନ କାର୍ଯ୍ୟରେ (ପୋଲିଂ ପାର୍ଟି) ଜିଲ୍ଲାର କର୍ମଚାରୀ ମାନଙ୍କ ନିମନ୍ତେ ପୋଷ୍ଟାଲ ବାଲାଟରେ ମତଦାନ ସାବ୍ୟସ୍ତ କରିବା ପାଇଁ ୭ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୭ ଗୋଟି ମତଦାନ କକ୍ଷ କରାଯାଇ ଲୋକସଭା ଏବଂ ବିଧାନସଭାରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ ମାନଙ୍କ ନିମନ୍ତେ ଭୋଟ ଗ୍ରହଣ ନିଆଯାଇଥିଲା । ପୋଷ୍ଟାଲ ବାଲାଟ ଭୋଟରମାନେ ଭୋଟ ଦେଇ ବନ୍ଦ ଲପାଂପାକୁ ଲୋକସଭା ଓ ବିଧାନସଭା ପାଇଁ ପୃଥକ ବାକ୍ସରେ ପକାଇଥିଲେ । ଏହି ଭୋଟଦାନ ପ୍ରକ୍ରିୟାକୁ ସୁଚାରୁ ରୂପେ ସଂପାଦନ ନିମନ୍ତେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ନିଖିଲ ପବନ କଲ୍ୟାଣଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଭୋଟଦାନ କକ୍ଷରେ ନିଯୁକ୍ତ ସହକାରୀ ରିଟର୍ଣ୍ଣି ଅପିଂସର, ଆଟେଷ୍ଟିଂ ଅପିଂସର, ପୋଲିଂ ଅପିଂସର ଏବଂ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ ମାନଙ୍କ ଏଜେଣ୍ଟ ମାନଙ୍କ ଉପସ୍ଥିତିରେ ପୋଷ୍ଟାଲ ବାଲାଟ ଭୋଟିଂ ସଂପାଦିତ ହୋଇଥିଲା । ନିର୍ବାଚନ କମିଶନଙ୍କ ଦ୍ୱାରା ନିଯୁକ୍ତ ସାଧାରଣ ପର୍ଯ୍ୟବେକ୍ଷକ ଡଃ କରୁଣା କୁମାରୀ, ଆଇଏଏସ୍ ଏବଂ ବିଶ୍ରାମ ମୀନା, ଆଇଏଏସ୍ ଦୁଇଟି ପର୍ଯ୍ୟାୟରେ ପୋଲିଂ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଓ ପୋଷ୍ଟାଲ ଭୋଟିଂ କାର୍ଯ୍ୟକୁ ଅନୁଧ୍ୟାନ କରିଥିଲେ । ଗତକାଲି ପୋଲିଂ କର୍ମଚାରୀ ମାନଙ୍କ ମଧ୍ୟରେ ୧୬୭୨ ଭୋଟର ଲୋକସଭା ଓ ବିଧାନସଭା ନିମନ୍ତେ ନିଜର ମତଦାନ ସାବ୍ୟସ୍ତ କରିଚ୍ଥନ୍ତି । ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ନବକ୍ରିଷ୍ଣ ଜେନା, ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ଶୁଭେନ୍ଦ୍ର କୁମାର ସାମଲ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ, ଯାଜପୁର ଅଶୋକ କୁମାର ବେହୁରିଆ, ଉପ-ଜିଲ୍ଲାପାଳ ଅଂଶୁମାନ ଶତପଥୀ, ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ, ଯାଜପୁର ରଶ୍ମିରେଖା ପ୍ରଧାନ, ଅତିରିକ୍ତ ଉପ-ଜିଲ୍ଲାପାଳ ମନୋରମା ଜାଲି, ଡେପୁଟି କଲେକ୍ଟର, ନିର୍ବାଚନ ରଶ୍ମି ରଂଜନ ମଲ୍ଳ୍‌ିକ, ଡେପୁଟି କଲେକ୍ଟର ଶାଶ୍ୱତୀ ସାଡୁଆଳ, ସୋନମ ଦାସ ଏବଂ ବି.ଡି.ଓ. ଓ ତହସିଲଦାରମାନେ ନିର୍ବାଚନ କାର୍ଯ୍ୟ ସଂଚାଳନ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close