ବ୍ୟାସନଗରର ୧୭ନଂ. ୱାର୍ଡରେ ବିଜେଡି ପ୍ରାର୍ଥୀନି ସନ୍ଧ୍ୟାରାଣୀ ଦାସଙ୍କ ପାଇଁ ନିର୍ବାଚନୀ ସଭା

ବ୍ୟାସନଗର,୨୩ା୦୫(ଉ. ନ୍ୟୁଜ୍ ବ୍ୟୁରୋ): ଉପକୂଳ ଓଡ଼ିଶାର ଏକ ପ୍ରମୁଖ ନିର୍ବାଚନ ମଣ୍ଡଳୀ କୋରେଇରେ ଓଡ଼ିଶାର ବିଶିଷ୍ଟ ଜନନେତା, ପୂର୍ବତନ ଜନତା ଦଳ ରାଜ୍ୟ ସଭାପତି ତଥା ପୂର୍ବତନ ବିଧାୟକ ୰ ଅଶୋକ ଦାସଙ୍କ ଧର୍ମପତ୍ନୀ ଏବଂ ରାଜ୍ୟ ବିଜେଡ଼ି ସଂଗଠନ ସଂପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ମାଆ ସନ୍ଧ୍ୟାରାଣୀ ଦାସ (ସଞ୍ଜୁ ଦେବୀ) ବିଜେଡି ପ୍ରାର୍ଥୀନି ଭାବେ ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି । ଏହି ଉପଲକ୍ଷେ ଆଜି ଗୁରୁବାର ସନ୍ଧ୍ୟାରେ ସ୍ଥାନୀୟ ସ୍ଥାନୀୟ ୧୭ନଂ. ୱାର୍ଡ଼ରେ ଯୁବ ବି.ଜେ.ଡି ନେତା ଗୈାତମ ସେଠୀଙ୍କ ଆବାହକତ୍ୱରେ ଏବଂ ଯୁବ ବିଜେଡି ନେତା ସରୋଜ ବେହେରାଙ୍କ ଅଧ୍ୟକ୍ଷତାରେ ଏକ ବିରାଟ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବିଧାୟକ ପ୍ରାର୍ଥୀନି ସନ୍ଧ୍ୟାରାଣୀ ଦାସ, ତାଙ୍କ ପୁତୁରା ତଥା ଯାଜପୁର ପୈାର ପରି ପୂର୍ବତନ ନଗରପାଳ ଭବ ପ୍ରସାଦ ଦାସ, ବ୍ୟାସନଗରର ପୂର୍ବତନ ପୌରାଧ୍ୟକ୍ଷ ରସାନନ୍ଦ ମହାନ୍ତି, ବ୍ୟାସନଗର ପୈାର ପରିଷଦର ଅଧ୍ୟକ୍ଷା ସଂଗୀତା ପିଙ୍ଗୁଆ, ଜିଲ୍ଲା ବିଜୁ ମହିଳା ସଭାନେତ୍ରୀ ତଥା ପୂର୍ବତନ ପୌରାଧ୍ୟକ୍ଷା ସବିତା ରାଉତ, ବ୍ୟାସନଗର ବିଜେଡି ସଭାପତି ମହେଶ ଚନ୍ଦ୍ର ଧଳ, ବରିଷ୍ଠ ବିଜେଡ଼ି ନେତା ଦୁଷ୍ମନ୍ତ କୁମାର ରାଉତ, କାଜଲ କିନ୍ନର, ଲଭ୍‌ଲୀ କିନ୍ନରଙ୍କ ପ୍ରମୁଖ ଉଦ୍‌ବୋଧନ ଦେଇ ବିଜେଡି ସରକାରଙ୍କ ବିଭିନ୍ନ କାଉନସିଲର ଅଶୋକ ରାଉତ, କାଉନସିଲର ଶିବାନନ୍ଦ ନାୟକ, ଶ୍ରମିକ ନେତା ଅରୁଣ ଦାସ, ବ୍ୟାସନଗର ବି.ଜେଡ଼ି ମହିଳା ସଭାନେତ୍ରୀ ଇନ୍ଦିରା ଦାସ, ସଂପାଦିକା ମଞ୍ଜୁଶ୍ରୀ ପଣ୍ଡା, ବିଜେଡ଼ି ସଭାପତି ମହେଶ ଧଳ ପ୍ରମୁଖ ଯୋଗ ଦେଇ ନିଜ ନିଜର ବହୁମୂଲ୍ୟ ସାରଗର୍ଭକ ଭାଷଣ ଦେଇ ବିଜେଡ଼ି ଜନ କଲ୍ୟାଣକାରୀ ଯୋଜନାଗୁଡିକ ଉପରେ ଆଲୋଚନା କରିଥିଲେ । ବିଧାୟକ ପ୍ରାର୍ôଥନୀ ସନ୍ଧ୍ୟାରାଣୀ ଦାସଙ୍କୁ ଏଠାରେ ସମ୍ବର୍ଦ୍ଧିତ କରାଯିବା ସହ ବହୁ ସଂଖ୍ୟାରେ ଭୋଟ ଦେଇ ତାଙ୍କୁ ଜିତାଇବା ସହ ସାଂସଦ ପ୍ରାର୍ଥୀନି ଶର୍ମିଷ୍ଠା ସେଠୀଙ୍କୁ ମଧ୍ୟ ଭୋଟ ଦେବାକୁ ନିବେଦନ କରିଥିଲେ । ଏହି ସଭାରେ ବହୁ ସଖ୍ୟାରେ ମହିଳା ଯୋଗ ଦେଇ ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କାଉନସିଲର ମଣିନ୍ଦ୍ର କୁମାର ସାହୁ, ଶିବାନନ୍ଦ ନାୟକ, ବିପ୍ଳବ କୁମାର ଦତ ପ୍ରମୁଖ ଯୋଗ ଦେଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close