ଶେଷରେ ୰ ଅଶୋକ ଦାସଙ୍କ ଧର୍ମପତ୍ନୀ ସନ୍ଧ୍ୟାରାଣୀ ଦାସଙ୍କୁ ମିଳିଲା କୋରେଇ ବିଜେଡ଼ି ଟିକେଟ, ବଦଳିଲେ ଦେବଗଡ଼ ବିଜେଡି ପ୍ରାର୍ଥନୀ
From Childhood & till date I am fond of to do Social Works, Plantation Works, helps others who need especially Labouerers, Poors, trying to keep up Environment good etc……………I am fighting to give Social Justice who depends me & strongly working against Corruptions. I am emphasized on collective works. Patriotism & Honest Labour is my Motto……Jay Bharat
ବ୍ୟାସନଗର/ଦେବଗଡ଼, ୨/୫(ଦୁଷ୍ମନ୍ତ କୁମାର ରାଉତଙ୍କ ଠାରୁ): ଆଜି ସବୁକଳ୍ପନା ଜଳ୍ପନାର ଅନ୍ତ ଘଟିଛି । ରାଜ୍ୟର ମର୍ଯ୍ୟଦାପୂର୍ଣ୍ଣ କୋରେଇ ଆସନ ଦିନେ ଓଡ଼ିଶାର ବିଶିଷ୍ଟ ଜନନେତା ୰ ଅଶୋକ ଦାସଙ୍କ ପାଇଁ ସମଗ୍ର ରାଜ୍ୟରେ ବେଶ ପରିଚିତ ଥିଲା । ଆଜି ସେହି ସ୍ଥାନରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କର ଧର୍ମପତ୍ନୀ ସନ୍ଧ୍ୟାରାଣୀ ଦାସଙ୍କୁ ସୁଯୋଗ ଦେଇଛନ୍ତି । ୧୪୭ଟି ବିଧାନସଭା ଆସନ ମଧ୍ୟରୁ ୧୪୪ଟିରେ ଶାସକ ବିଜେଡ଼ି ଦଳ ପକ୍ଷରୁ ଟିକେଟ ଦିଆଯାଇଥିବା ବେଳେ କୋରାଇ ବିଧାନସଭା ମଣ୍ଡଳୀ ସହ ଖଣ୍ଡପଡ଼ା ଓ ନୀଳଗିରି ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରିପାରି ନ ଥିବାରୁ ଅହେତୁକ ବିଳମ୍ବ ପାଇଁ କର୍ମୀମାନେ ଦ୍ୱନ୍ଦରେ ଥିଲେ। ଆଜି ବଳକା ୦୩ ଆସନ ପାଇଁ ବିଜେଡ଼ି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଦେବଗଡ଼ରେ ପ୍ରାର୍ଥୀ ବଦଳାଇଛି । ଦେବଗଡ଼ ବିଧାନସଭାରୁ ଦେବଗଡ଼ର ରାଣୀ ତଥା ସମ୍ବଲପୁର ସାଂସଦ ନୀତିଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ ଦେବୀ ଟିକେଟ ପାଇଥିଲେ । ହେଲେ ତାଙ୍କର ସ୍ୱାମୀ ବିଜେପି ପାଇଁ କାମ କରିବେ ବୋଲି କହିବା ପରେ ସମ୍ବଲପୁରରୁ ଲଢ଼ୁଥିବା ସାଂସଦ ପ୍ରାର୍ଥୀ ତଥା ବିଜେଡ଼ିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବାର ଆଶଙ୍କା ଥିଲା । ଏହାଛଡ଼ା ଦେବଗଡ଼ର ରାଜା ଓ ରାଣୀଙ୍କ ଉପରେ ଅଧିକାଂଶ ଭୋଟର ଖପ୍ପା ଥିବାର ଜଣାଯାଇଛି । ସେ ନିର୍ବାଚନ ଜିତିବା ପରେ ବମ୍ବେରେ ଅବସ୍ଥାନ କରୁଥିବା ବେଳେ ଲୋକଙ୍କ ସମସ୍ୟା ପ୍ରତି ଧ୍ୟାନ ଦେଇ ନ ଥାନ୍ତି । ଦେବଗଡ଼ରେ ବିଜେପି ପ୍ରାର୍ଥୀ ସୁବାସ ପାଣି ଏଥର ଭଲ ସ୍ଥିତିରେ ଥିଲେ ଓ ରାଣୀ ଅରୁନ୍ଧତୀ ଦେବୀ ହାରିଯିବାର ଜଣାପଡ଼ୁଥିଲା । ତେଣୁ ଶେଷ ମୂହୂର୍ତରେ ରାଣୀଙ୍କୁ ବଦଳାଯାଇ ବିଜେଡ଼ି ରୋମାଂଚ ରଞ୍ଜନ ବିଶ୍ୱାଳଙ୍କ ଉପରେ ଭରସା କରିଛି ।
ଏଣେ ଖଣ୍ଡପଡା ପାଇଁ ଅନୁଭବ ପଟ୍ଟନାୟକ ଆଶା ରଖିଥିବା ବେଳେ ଦଳ ମହିଳା କାର୍ଡ ଖେଳି ସାବିତ୍ରୀ ପ୍ରଧାନଙ୍କୁ ଟିକେଟ ପ୍ରଦାନ କରିଛି । ବାଲେଶ୍ୱର ଜିଲ୍ଲାର ନୀଳଗିରି ଆସନ ପାଇଁ ଅଙ୍କ ଛିଡୁ ନ ଥିବା ବେଳେ ଶେଷରେ ସୁକାନ୍ତ ନାୟକଙ୍କ ଉପରେ ଦଳ ଭରସା କରିଛି । ସବୁଠାରୁ ଉଲ୍ଲେଖନୀୟ ଘଟାଣାକ୍ରମେ ଯାଜପୁର ଜିଲ୍ଲା କୋରେଇ ଆସନରେ ଓଡ଼ିଶାର ବିଶିଷ୍ଟ ଜନନେତା ତଥା କୋରେଇର ପୂର୍ବତନ ବିଧାୟକ ୰ ଅଶୋକ ଦାସଙ୍କ ଧର୍ମପତ୍ନୀ ଏବଂ ବିଜେଡ଼ିର ରାଜ୍ୟ ସାଂଗଠନିକ ସଂପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ମାଆ ସନ୍ଧ୍ୟାରାଣୀ ଦାସଙ୍କୁ ଟିକେଟ ଦେଇ ଦଳ ମହିଳା କାର୍ଡ ଖେଳିବା ସହ ପ୍ରଣବଙ୍କ ରାଜନୈତିକ ଦବଦବାକୁ ସ୍ପଷ୍ଟ କରିଛି । ବେଶ କିଛି ଦିନ ହେବ ତାଙ୍କ ନାମ ଚର୍ଚ୍ଚାରେ ରହିଆସିଥିଲା । ଗତ ୩୦/୦୪ରେ ପ୍ରଣବ ପ୍ରକାଶ ସମ୍ବଲପୁର ସଂସଦୀୟ କ୍ଷେତ୍ର ପାଇଁ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଜିଂଳି ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ ଓ ଆଜି ମୁଖ୍ୟମନ୍ତ୍ରୀ କଂଟାବାଂଝି ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବାର ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ସମେତ କ୍ଷମତାକେନ୍ଦ୍ର ବ୍ୟସ୍ତ ଥିଲେ । ଆଜି ମୁଖ୍ୟମନ୍ତ୍ରୀ ସେଠାରେ ନାମାଙ୍କନ ପତ୍ର ଦାଖଲ କରିବାର ପରେ ପରେ ବଳକା ୦୩ ଆସନର ପ୍ରାର୍ଥୀ ଘୋଷଣା କରିଛନ୍ତି ।