ବ୍ୟାସନଗର ସହର ଓ କଳିଙ୍ଗନଗର ଶିଳ୍ପାଚଂଳର ତାପମାତ୍ରା ୪୪ ଛୁଇଁଲା, ଜନଜୀବନ ଅସ୍ତବ୍ୟସ୍ତ

ବ୍ୟାସନଗର,୩୦/୦୪ (ଉ. ନ୍ୟୁଜ୍ ବ୍ୟୁରୋ): ଗତ ପ୍ରାୟ ୧୦-୧୫ ଦିନ ହେଲା ବ୍ୟାସନଗର ସହରରର ତାପମାତ୍ରା ୪୦ଡ଼ିଗ୍ରୀ ସେଲସିୟସ ଉପରେ ରହୁଛି । ତାପମାତ୍ରା ସାଙ୍ଗକୁ ପ୍ରବଳ ଖରା, ଝାଞ୍ଜି ପବନ, ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ସକାଳ ୦୮ଟାରୁ ଖରାର ତାତି ଅସହ୍ୟ ହେଉଛି । ଜନତା ଏଥିରେ ଭାଜି ହେଉଛନ୍ତି । ରାସ୍ତାଘାଟ, ବଜାର ଆଦି ଚାରିଆଡେ ଖାଁ ଖାଁ ଲାଗୁଛି । ଆଜି ବ୍ୟାସନଗର ସହର ଓ କଳିଙ୍ଗନଗର ଶିଳ୍ପାଂଚଳରେ ଦିନ ୨ଟା ବେଳକୁ ତାପମାତ୍ରା ୪୪ ଡିଗ୍ରୀ ସେଲସିୟସ ଉପରେ ରହିଛି । ପ୍ରବଳ ରୈାଦ୍ରତାପ ଓ ଗୁଳୁଗୁଳିକୁ ଅନୂଭବ କରି ସରକାର ଜିଲ୍ଲାରେ ସରକାରୀ ଅଫିସ ୦୮ଟାରୁ ଦିନ ୦୧ଟା ପର୍ଯ୍ୟନ୍ତ ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି; ହେଲେ ଦିନ ୧୧ଟା ପରେ ରାସ୍ତାକୁ ବାହାରିବା ଏକପ୍ରକାରର ଅସମ୍ଭବ ହୋଇପଡ଼ିଛି । ବଡ଼ବଡ଼ିଆ ବାବୁମାନେ ଶୀତତାପ ନିୟନ୍ତ୍ରକ ଗାଡି ଓ ଅଫିସରେ ବସି କାମ କରିବାର ସୁଯୋଗ ଲାଭ କରୁଥିଲେ ହେଁ ତଳିଆ କର୍ମଚାରୀ ଓ ଅନ୍ୟମାନେ ଖାରାରେ ଆଉଟୁପାଉଟୁ ହେଉଛନ୍ତି । ତେଣୁ ସରକାରୀ ଅଫିସକୁ କେବଳ ମେ’ମାସ ପାଇଁ ସକାଳ ୦୬ଟା ୩୦ମି ରୁ ୧୧ଟା ମଧ୍ୟରେ କରିବାକୁ ମତ ପ୍ରକାଶ ପାଉଛି । କାର୍ଯ୍ୟାଳୟ ଆସୁଥିବା ଜନତା ଓ କର୍ମଚାରୀ ସମସ୍ତଙ୍କ ପାଇଁ ଏହା ଉପଯୋଗୀ ସାବ୍ୟସ୍ତ ହୁଅନ୍ତା । ଅବଶ୍ୟ ଉପରବେଳା ପରେ ସନ୍ଧ୍ୟାରେ ଅଧିକାରୀମାନେ କାର୍ଯ୍ୟାଳୟ ଯାଇ ବଳକା କାମ କରିପାରନ୍ତେ । ଜିଲ୍ଲାର କଳିଙ୍ଗନଗର ଶିଳ୍ପାଂଚଳରେ ଥିବା କେତେକ କଳକାରଖାନା ଓ କାଳିଆପାଣି ଖଣି ଅଂଚଳରେ ଦିନ ୧୧ଟା ପରେ ପ୍ରବଳ ତାତି ମଧ୍ୟରେ ଶ୍ରମିକ ଓ କର୍ମଚାରୀମାନେ କାମ କରୁଥିବାର ଅଭିଯୋଗ ହେଉଛି । ଏହା ଉପରେ ଜିଲ୍ଲା ପ୍ରଶାସନ, ରାଜସ୍ୱ ବିଭାଗ, ଶ୍ରମ ବିଭାଗ ଆଦି ଦୃଷ୍ଟି ଦେଇ ସେମାନଙ୍କ ଜୀବନକୁ ସୁରକ୍ଷିତ ରଖିବାକୁ ଦାବୀ ହେଉଛି । ଅଧିକାଂଶ ଲୋକେ ସକାଳ ୫ଟାରେ ଗନ୍ତବ୍ୟ ସ୍ଥଳୀକୁ ଯାଇ ଦିନ ୧୦ଟା ପୂର୍ବରୁ ଘରକୁ ଲେଉଟିବାକୁ ଚେଷ୍ଟା କରୁଛନ୍ତି । ସଚେତନ ନ ହେଲେ ୧୯୯୮ ଭଳି ଓଡ଼ିଶାରେ ଅଂଶୁଘାତ ବିତ୍ପାତ ଯେ ସାଂଘାତିକ ଅବସ୍ଥା ସୃଷ୍ଟି ନ କରିବ କହିହେଉ ନାହିଁ । ଅଧିକ ସଚେତନତା ପାଇଁ ଯେଝା ଯେଝା ସ୍ତରରେ ପରିସ୍ଥିତିକୁ ଟାଳିବାକୁ ୁଦ୍ୟମ ହେଉଛି । କାରଣ ମେ ମାସ ଓ ଜୁନ ୧୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ବେଶି ଗରମ ଓ ଗୁଳୁଗୁଳି ହୋଇଥାଏ । ସବୁଆଡ଼େ କଂକ୍ରିଟକରଣ ପରିସ୍ଥିତିକୁ ଅସମ୍ଭାଳ କରୁଛି । ଫ୍ୟାନ, କୁଲର, ଏ.ସି ଆଦି କାମ କରୁନାହିଁ । ତେଣୁ ତାତିରୁ ନିସ୍ତାର ନାହିଁ । ମୈାସୁମୀ ଆସିବା ପର୍ଯ୍ୟନ୍ତ ଏହି ଅବସ୍ଥା ଲାଗି ରହିବାର ଆଶଙ୍କା ଦେଖାଦେଇଛି । ତେଣୁ ଉପରେ ସମସ୍ତେ ସର୍ତକତା ଅବଲମ୍ବନ କରିବା ଉଚିତ୍ । ଆହୁରି ଦେଢ଼ ମାସ ପର୍ଯ୍ୟନ୍ତ ସିଝିବାରୁ ନିସ୍ତାର ନାହିଁ! ଚଳିତ ବର୍ଷ ରେକର୍ଡ଼ ଧରଣର ଗରମ ଅନୁଭୂତ ହେବାର ଆଶଙ୍କା ଦେଖାଦେଇଛି । ରାଜ୍ୟରେ ସାଧାରଣ ନିର୍ବାଚନ ପାଇଁ ପ୍ରଚାରରେ ସମସ୍ୟା ସୃଷ୍ଟି କରୁଛି । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସବୁ ରାଜନୈତିକ ଦଳମାନେ ପ୍ରଚାର କରିବା ଉଚିତ । କର୍ମୀ ଓ ଜନତାମାନେ ଦିନ ୧୧ଟା ପୂର୍ବରୁ ଘରେ ପହଚିଂବା ଦରକାର ଓ ଦିନ ୦୪ଟା ପରେ ଘରୁ ବାହାରିବା ଆବଶ୍ୟକ । ନିର୍ବାଚନ ତାତି ସାଂଗକୁ ପ୍ରାକୃତିକ ଗରମ ପରିସ୍ଥିତିକୁ ଆହୁରି ବିଷମ କରିବାର ଆଶଙ୍କା ସୃଷ୍ଟି କରିଛି । ପ୍ରବଳ ଗରମ ପାଇଁ ପରିଶ୍ରମ କରି ବଂଚୁଥିବା ବ୍ୟକ୍ତିବିଶେଷଙ୍କ ରୋଜଗାର ବହୁମାତ୍ରାରେ ପ୍ରଭାବିତ ହୋଇଛି । ଜିଲ୍ଲାରେ ବୃକ୍ଷରୋପଣ ସେତେଟା ଫଳପ୍ରଦ ହୋଇପାରିନାହିଁ । ଅଧିକାଂଶ ସ୍ଥାନରେ ମିଥ୍ୟା ବିଲ କରାଯାଇଛି । ଯେତିକି କୁହାଯାଉଛି, କାର୍ଯ୍ୟକ୍ଷେତ୍ରରେ ତାହା ନାହିଁ । ପ୍ରବଳ ଗରମ ଯୋଗୁ ହୃଦ୍‌ଘାତରେ ଅଧିକାଂଶଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳୁଛି । ବୃଦ୍ଧ, ବୃଦ୍ଧା, ଶିଶୁ, ରୋଗୀ ଆଦିମାନେ କିପରି ଖରା ଦାଉରୁ ବଂଚିବେ ତାହା କଷ୍ଟକର ହୋଇଛି । ଏବେ ଯେପରି ସମସ୍ତେ ପ୍ରକୃତି ନିକଟରେ ହାର ମାନିଲା ଭଳି ମନେହେଉଛି ! ତେଣୁ “ପ୍ରକୃତି ବଂଚିଲେ-ଆମେ ବଂଚିବା”ର ନାରା ନେଇ ସମସ୍ତେ ଆଗକୁ କାମ କରିବା ଉଚିତ୍ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close