କୋରେଇ ବିଧାନସଭା ମଣ୍ଡଳୀ ପାଇଁ ମେ’ ୦୧ରେ ପ୍ରାର୍ଥୀ ଘୋଷଣା କରିପାରେ ବିଜେଡ଼ି

ବ୍ୟାସନଗର, ୧୪ା୪(ଦୁଷ୍ମନ୍ତ କୁମାର ରାଉତଙ୍କ ଠାରୁ): ରାଜ୍ୟର ୧୪୭ଟି ବିଧାନସଭା ଆସନ ମଧ୍ୟରୁ ୧୪୪ଟିରେ ରାଜ୍ୟର ପ୍ରମୁଖ ତଥା ଶାସକ ବିଜେଡ଼ି ଦଳ ପକ୍ଷରୁ ଟିକେଟ ଦିଆଯାଇଥିବା ବେଳେ ଯାଜପୁର ଜିଲ୍ଲାର ମର୍ଯ୍ୟଦାଜନକ କୋରାଇ ବିଧାନସଭା କ୍ଷେତ୍ର ପାଇଁ ଅଦ୍ୟାବଧି ପ୍ରାର୍ଥୀ ଘୋଷଣା ହୋଇପାରି ନାହିଁ । ଚଳିତଥର ଏହି ସିଟ୍‌ରୁ ଲଢ଼ିବା ପାଇଁ ଅନେକ ଦାବୀଦାର ଥିଲେ । ଟିକେଟ ନ ମିଳିବା ଆଶଙ୍କା କରି ପୂର୍ବତନ ବିଧାୟକ ଆକାଶଦାସ ନାୟକ ଦଳଛାଡି ବିଜେପିକୁ ଯିବା ପରେ ତାଙ୍କୁ ବିଜେପି ଟିକେଟ ଦେଇଛି । ବିଧାୟକ ଅଶୋକ ବଳ ମଧ୍ୟ ଟିକେଟ ପାଇବା ନେଇ ତାଙ୍କ ଗୋଷ୍ଠୀ ହାୱା କରୁଛନ୍ତି । ଏପରିସ୍ଥଳେ ଜଣେ ନୂତନ ତଥା ମହିଳାକୁ ବିଜେଡ଼ି ଟିକେଟ ଦେଇ ମହିଳା କାର୍ଡ଼ ଖେଳିପାରେ ବୋଲି ଜଣାପଡୁଛି । ତେଣୁ ଓଡ଼ିଶାର ବିଶିଷ୍ଟ ଜନନେତା ତଥା କୋରେଇର ପୂର୍ବତନ ବିଧାୟକ ୰ ଅଶୋକ ଦାସଙ୍କ ଧର୍ମପତ୍ନୀ ଏବଂ ବିଜେଡ଼ିର ରାଜ୍ୟ ସାଂଗଠନିକ ସଂପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ମାଆ ସନ୍ଧ୍ୟାରାଣୀ ଦାସ ଦାସଙ୍କ ନାମ କିଛି ଦିନ ହେବ ବେଶ ଚର୍ଚ୍ଚାରେ ରହିଆସିଛି । ଏହାଛଡା ବିଜେଡ଼ିର ସାଂଗଠନିକ ସଂପାଦକ ପ୍ରଣବଙ୍କ ଦାଦା ପୁଅ ଭାଇ ଭବ ପ୍ରସାଦ ଦାସ (ଲଲ) ବା ଅନ୍ୟ କେହି ନୂଆ ନେତାଙ୍କୁ ଚୟନ କରାଯାଇପାରେ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଆସୁଛି । ହେଲେ ଚୂଡାନ୍ତ ନିଷ୍ପତି ପ୍ରଣବ ପ୍ରକାଶଙ୍କ ଉପରେ ନିର୍ଭର କରୁଛି ବୋଲି ମତ ପ୍ରକାଶ ପାଉଛି । ଆସନ୍ତା କାଲି ପ୍ରଣବ ପ୍ରକାଶ ସମ୍ବଲପୁର ସଂସଦୀୟ କ୍ଷେତ୍ର ପାଇଁ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଜିଂଳି ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରୁଥିବାରୁ ତା ୦୧/୦୫ ବୁଧବାର କୋରେଇ ସମେତ ଅବଶିଷ୍ଟ ୦୩ଟି ବିଧାନସଭା ଆସନ ପାଇଁ ବିଜେଡ଼ି ଟିକେଟ ଘୋଷଣା କରିବାର ରହିଛି ବୋଲି ଶୁଣାଯାଉଛି । ଏହା ସ୍ପଷ୍ଟ ହେବା ପରେ କୋରେଇରେ ରାଜନୈତିକ ଚଳଚଚଂଳତା ବଢ଼ିବା ସହ କର୍ମୀମାନେ ସକ୍ରିୟ ହେବେ ବୋଲି ଚର୍ଚ୍ଚା ଯୋର ଧରିଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close