ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍ ତଥା ନିର୍ବାଚନ ଅଧିକାରୀଙ୍କ ରାଜନୈତିକ ଦଳ ମାନଙ୍କ ସହ ବୈଠକ ଅନୁଷ୍ଠିତ
ଯାଜପୁର;୨୪/୦୪(ଉ, ବ୍ୟୁରୋ): ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ନିଖିଲ ପବନ କଲ୍ୟାଣ ଙ୍କ ଅଧ୍ୟକ୍ଷତାରେ ରାଜନୈତିକ ଦଳ ମାନଙ୍କ ସହ ଚଳିତ ଲୋକସଭା ଓ ବିଧାନସଭା ନିର୍ବାଚନ ସମ୍ୱନ୍ଧୀୟ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଚ୍ଥି । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବୈଠକରେ ଯୋଗ ଦେଇଥିବା ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନଙ୍କୁ ନିର୍ବାଚନର ପ୍ରାକ୍ ପ୍ରସ୍ତୁତି କାର୍ଯ୍ୟକ୍ରମ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଅବଗତ କରାଇଥିଲେ । ଜିଲ୍ଲାରେ ଆଗାମୀ ଜୁନ୍ ୧ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ଯାଜପୁର-୮ ଲୋକସଭା ଆସନ, ୪୮-ବିଂଝାରପୁର ବିଧାନସଭା ଆସନ, ୪୯-ବରୀ, ୫୦-ବଡଚଣା,୫୧-ଧର୍ମଶାଳା, ୫୨-ଯାଜପୁର, ୫୩-କୋରାଇ ଏବଂ ୫୪-ସୁକିନ୍ଦା ବିଧାନସଭା ଆସନ ନିମନ୍ତେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ । ଜିଲ୍ଳ୍ାରେ ମୋଟ ୧୬୩୫ ଗୋଟି ବୁଥ୍ ଏବଂ ତନ୍ମଧ୍ୟରୁ ୨ ଗୋଟି ବୁଥ୍ର ଶାଖା ବୁଥ୍କୁ ନେଇ ସର୍ବମୋଟ ୧୬୩୭ ଗୋଟି ବୁଥ୍ରେ ମତଦାନ ଅନୁଷ୍ଠିତ ହେବ । ୮୮ ଗୋଟି ବୁଥ୍ର ସ୍ଥାନ ପରିବର୍ତ୍ତନ ହୋଇଥିବା ବେଳେ ୯୮୧ ଗୋଟି ବୁଥ୍ (ହାରାହାରି ଶତକଡା ୬୦ ଭାଗ ବୁଥ୍) ରେ ଆଦର୍ଶ ଆଚରଣବିଧି ଅନୁଯାୟୀ ୱେବ୍ କାଷ୍ଟିଂ କରାଯିବ । ସେହିପରି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାକୁ ଯାଉଥିବା ପ୍ରାର୍ଥୀମାନେ ହେଲିପ୍ୟାଡ୍, ଷ୍ଟାର ପ୍ରଚାରକ, ପ୍ରଚାର ପତ୍ରରେ ପ୍ରକାଶକ ଏବଂ ମୁଦ୍ରାକଙ୍କ ନାମ ଚ୍ଥାପିବା, ଜର୍ମାନ ହେଙ୍ଗରର ନିର୍ଦ୍ଧାରିତ ମୂଲ୍ୟାଙ୍କ ବ୍ୟବହାର କରିବା, ଚ୍ଥାପା ଏବଂ ବୈଦୁତିକ ଗଣମାଧ୍ୟମରେ ପ୍ରାର୍ଥୀମାନେ ପ୍ରଚାରଜନିତ ଅନୁମତି ଜିଲ୍ଳ୍ା ଏମ୍.ସି.ଏମ୍.ସି. କମିଟିରୁ ନେବା ଆଦି ବିଷୟବସ୍ତୁ ଉପରେ ଜିଲ୍ଳ୍ା ନିର୍ବାଚନ ଅଧିକାରୀ ଅବଗତ କରାଇଥିଲେ ।ବୈଠକରେ ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବକ୍ରିଷ୍ଣ ଜେନା, ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ମନୋରମା ଜାଲି, ଡେପୁଟୀ କଲେକ୍ଟର, ନିର୍ବାଚନ ଶ୍ରୀ ରଶ୍ମି ରଂଜନ ମଲ୍ଲିକ, ଡେପୁଟୀ କଲେକ୍ଟର, ଶାଶ୍ୱତୀ ସାଡୁଆଳ, ତହସିଲଦାର, ସୁକିନ୍ଦା ଦମୟନ୍ତୀ ସାହୁ, ତହସିଲଦାର, ଧର୍ମଶାଳା ଶ୍ରୀ ଶୁଭଙ୍କର ମହାନ୍ତି, ବିଡିଓ, ରସୁଲପୁର ଶ୍ରୀ ଅବନିକାନ୍ତ ସାହୁ, ତହସିଲଦାର, ରସୁଲପୁର ଶ୍ରୀ ନିରଂଜନ ସାହୁ, ବିଡିଓ, ବଡଚଣା ଶ୍ରୀ ରବିନ୍ଦ୍ର କୁମାର ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ବେହେରା, ବିଜୁ ଜନତା ଦଳ ପ୍ରତିନିଧି ଶ୍ରୀ ଅମିତ କୁମାର ଦାସ, ବହୁଜନ ସମାଜବାଦୀ ପାର୍ଟି ପ୍ରତିନିଧି ଶ୍ରୀ ଅକ୍ଷୟ କୁମାର ଜେନା, ଭାରତୀୟ ଜାତୀୟ କଂଗ୍ରେସ ରାଜନୈତିକ ଦଳ ପ୍ରତିନିଧି ଶ୍ରୀ ଦୁର୍ଯ୍ୟୋଧନ ବେହେରା, ଭାରତୀୟ ଜନତା ପାର୍ଟି ରାଜନୈତିକ ଦଳ ପ୍ରତିନିଧି ଶ୍ରୀ ସୁଦୀପ୍ତ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।