ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ଯାଜପୁର/ବ୍ୟାସନଗର;୩୧/୦୩(ବ୍ୟୁରୋ):ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳ କୋରେଇ ବ୍ଲକ ଅନ୍ତର୍ଗତ ଧବଲଗିରି ସରକାରୀ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ପଣ୍ଡିତ ଶ୍ରୀଯୁକ୍ତ ଅକ୍ଷୟ କୁମାର ଦାଶ ଓ କର୍ମଚାରୀ ଶ୍ରୀଯୁକ୍ତ ନାରାୟଣ ଚରଣ ବେହେରା ଅବସର ଗ୍ରହଣ କରିଛନ୍ତି l ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ତରଫରୁ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ପୂର୍ବାହ୍ନ ୧୦ ଘଟିକା ସମୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିଷ୍ଣୁ ଚରଣ ନାଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ନିବେଦିତା ପାଣି ଓ ଜଗନ୍ନାଥଙ୍କ ସଂସ୍କୃତ ବିଦ୍ୟାଳୟ ପୁରୀ ର ପୂର୍ବତନ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ, ସମ୍ମାନୀତ ଅତିଥି ଭାବେ ପୂର୍ବତନ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ କପିଳେନ୍ଦ୍ର ମିଶ୍ର,ପୂର୍ବତନ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଯୋଗେନ୍ଦ୍ର ନାଥ ପଣ୍ଡା ,ବ୍ଲକ ଶିକ୍ଷା ଅଧିକାରୀ କୋରେଇ ଶ୍ରୀଯୁକ୍ତ ସୁଦର୍ଶନ ମଲ୍ଲିକ ଏବଂ ମୁଖ୍ୟବକ୍ତା ଭାବେ ବିରଜା ସଂସ୍କୃତି ଗବେଷକ ପଣ୍ଡିତ ଭୂପତି ଭୂଷଣ ମିଶ୍ର ପ୍ରମୁଖ ଉପସ୍ଥିତ ରହି ନିଜର ବକ୍ତବ୍ୟ ରଖିଥିଲେ। ବିଦାୟ ଶିକ୍ଷକଙ୍କ ଛାତ୍ରଛାତ୍ରୀ ମାନଙ୍କ ପ୍ରତି ଯେଉଁ ସ୍ନେହଶ୍ରଦ୍ଧା ରହିଥିଲା ତାହା ଅବର୍ଣ୍ଣନୀୟ ବୋଲି ପ୍ରଧାନଶିକ୍ଷକ କହିଥିଲେ l ନିଜ ସନ୍ତାନ ଠାରୁ ଅଧିକ ସ୍ନେହ ସେ ଅନ୍ତେବାସୀ ଛାତ୍ରଛାତ୍ରୀ ମାନଙ୍କୁ ଦେଉଥିଲେ l ସେମାନଙ୍କର ଲକ୍ଷ୍ୟ କ୍ରୀଡା ତଥା ଆଧ୍ୟାତ୍ମିକ ମାର୍ଗ ଦର୍ଶକ ଥିଲେ ବୋଲି ବକ୍ତାମାନେ ନିଜ ବକ୍ତବ୍ୟରେ କହିଥିଲେ l ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ ସଦସ୍ୟା, ଗ୍ରାମବାସୀ, ବୁଦ୍ଧିଜୀବୀ, ଶୁଭେଛୁ ପ୍ରମୁଖଙ୍କ ଉପସ୍ଥିତିରେ ଶ୍ରୀଯୁକ୍ତ ଦାଶ ଓ ବେହେରାଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି ଉତ୍ସବରେ ଉକ୍ତ ପୌରାଞ୍ଚଳ ର ଥିବା ସମସ୍ତ ମାଧ୍ୟାମିକ ଓ ଉଚ୍ଚବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ ଗଣ ଯୋଗ ଦେଇଥିଲେ l ବିଦାୟ କାଳୀନ ସଙ୍ଗୀତ ଛାତ୍ରୀ ମାନେ ପରିବେଷଣ କରିଥିଲେ l ଅତିଥି ଗଣ ଶ୍ରୀଯୁକ୍ତ ଦାଶଙ୍କ କାର୍ଯ୍ୟକାଳ ସମ୍ପର୍କରେ ଅବତାରଣା କରି ତାଙ୍କର କର୍ମପ୍ରବଣତା, ସୌହାର୍ଦ୍ୟ ମନୋଭାବ ଓ ବ୍ୟକ୍ତିତ୍ୱର ପ୍ରଶଂସା କରିବା ସହ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।

 

 

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close