ଯୁବ ବ୍ୟବସାୟୀ ସତ୍ୟରଞ୍ଜନ ମହାପାତ୍ରଙ୍କୁ ସମ୍ବର୍ଦ୍ଧନା ଓ ନୂତନ ଦାୟିତ୍ୱ ପ୍ରଦାନ

ଭୁବନେଶ୍ୱର,୧୪/୦୩(ଉମାକାନ୍ତ ମହାପାତ୍ରଙ୍କ ଠାରୁ): ଓଡି଼ଶାର ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ପଂଚାୟତ ହୀରାପୁର ଗାଁରେ ପିତା ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ମହାପାତ୍ର ଏବଂ ମାତା ବିଳାସିନୀ ମହାପାତ୍ରଙ୍କ କୋଳମଣ୍ଡନ କରି ଜନ୍ମିତ ସତ୍ୟରଞ୍ଜନ ମହାପାତ୍ର ଜଣେ ସଫଳ ଯୁବ ଉଦ୍ୟୋଗୀ ଓ ସମାଜସେବୀ ଭାବରେ ଖୋର୍ଦ୍ଧା ଜିଲ୍ଲା ଓ ଭୁବନେଶ୍ୱର ଅଂଚଳ ସମେତ ବିଭିନ୍ନ ସ୍ଥାନରେ ସୁପରିଚିତ । ନୂଆଦିଲ୍ଲୀରେ ଦକ୍ଷତା ଓ ସଫଳତାରର ସହ କାର୍ଯ୍ୟକରି ଓଡ଼ିଶାକୁ ଫେରି ଓଡ଼ିଶାର ବିଭିନ୍ନ ଅଂଚଳ ଓ ଓଡ଼ିଶା ବାହାରେ ନିର୍ମାଣ କ୍ଷେତ୍ରରେ ମଜବୁତ ଓ ସ୍ଥାୟୀତ୍ୱର ଉତ୍କର୍ଷ ମାନଦଣ୍ଡର ବହୁ ପ୍ରତିଷ୍ଠିତ କମ୍ପାନୀ ପିଡିଲାଇଟ୍ କେମିକାଲ ରସାୟନ କମ୍ପାନୀ ସହ ଅନୁବନ୍ଧିତ ହୋଇ ଭୁବନେଶ୍ୱରରେ ଏହାର ଜଣେ ଷ୍ଟକିଷ୍ଟ ଓ ଠିକାଦାର ଭାବେ ନିଜର ପ୍ରତିଷ୍ଠା ଅର୍ଜନ କରିଛନ୍ତି । ନିର୍ମାଣ କ୍ଷେତ୍ରରେ ପେଡିଲାଇଟ୍ ଭଳି ଉତ୍କର୍ଷ ଅଠାଆଦି ବ୍ୟବହାର କରି ସେ ବିଭିନ୍ନ ମହଲରେ ପ୍ରଶଂସିତ ହୋଇଛନ୍ତି । ଗତକାଲି ହୋଟେଲ ‘ଦି ସାଜ୍‌’ରେ ଅନୁଷ୍ଠିତ କମ୍ପାନୀରକର୍ମଶାଳାରେ ତାଙ୍କୁ ସମ୍ବର୍ଦ୍ଧିତ କରାଯିବା ସଙ୍ଗେ ସଙ୍ଗେ ଓ   ଡ଼ିଶାର ସାଧାରଣ ସମ୍ପାଦକ ଦାୟିତ୍ ଦିଆଯାଇଛି । ଶ୍ରୀ ମହାପାତ୍ର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, କମ୍ପାନୀର ଏହି ଉତ୍ସ୍ୱସିତ ସମ୍ବର୍ଦ୍ଧନାରେ ସେ ବେଶ୍ ଖୁସି ହୋଇଛନ୍ତି ଓ ଆଗାମୀ ଦିନରେ କମ୍ପାନୀ ସହ ବିଶ୍ୱସ୍ଥତାର ସହ କାମ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close