ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଆଭାସୀ ମାଧ୍ୟମରେ କ୍ରିଡା ଭିତିଭୂମି ସମୂହ ଉଦ୍‌ଘାଟନ ଓ ଶିଳାନ୍ୟାସ

ଯାଜପୁର,୨୮/୦୨(ଉ. ନ୍ୟୁଜ୍ ବ୍ୟୁରୋ): ଓଡିଶା ରାଜ୍ୟ ଏକ କ୍ରୀଡା ହବ୍ ରାଜ୍ୟରେ ପରିଣତ ହେବାପାଇଁ ରାଜ୍ୟ ସରକାର ଅହରହ ଊଦ୍ୟମ ଜାରି ରଖିଚ୍ଥନ୍ତି । ରାଜ୍ୟରେ ୨ ଥର ବିଶ୍ୱ ଅଲମ୍ପିକ୍ କ୍ରୀଡାର ଆୟୋଜନ କରି ରାଜ୍ୟ ସରକାର ଆନ୍ତର୍ଜାତୀୟ ସ୍ତରରେ ସୁଖ୍ୟାତି ଅର୍ଜନ କରିଚ୍ଥନ୍ତି । କ୍ରୀଡା ଦ୍ୱାରା ବ୍ୟକ୍ତିତ୍ୱର ବିକାଶ ଘଟିବା ସହ ନିଯୁକ୍ତିରେ ସହାୟତା କରିଥାଏ । ରାଜ୍ୟ ସରକାର ଚଳିତ ବର୍ଷରେ ଓଡିଶାକୁ କ୍ରୀଡାରେ ବିଶେଷ ଉନ୍ନତି ଆଣି କ୍ରୀଡାବିତ୍‌ଙ୍କୁ ବିଶ୍ୱ ସ୍ତରୀୟ ତାଲିମ ପ୍ରଦାନ କରିବା ପାଇଁ ଅଧିକରୁ ଅଧିକ ପୁଂଜି ନିବେଶ କରିଚ୍ଥନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଯାଜପୁର ଜିଲ୍ଳ୍‌ାକୁ ଇନ୍‌ଡୋର ଷ୍ଟାଡିୟମ୍ ପ୍ରକଳ୍ପ ପାଇଁ ୨୧ କୋଟି, ହକି ଷ୍ଟାଡିୟମ୍ ପାଇଁ ୨୭ କୋଟି, ମହିଳା ରଗ୍‌ବାଏ ଏବଂ ମହିଳା କ୍ରିକେଟ୍ ଏକାଡେମୀ ପାଇଁ ୬୦ କୋଟି, କୁସୁମା ସୁଇମିଂ ପୁଲ ପାଇଁ ୩ କୋଟି ୫୦ ଲକ୍ଷ ଏବଂ ସ୍ପୋର୍ଟସ୍ କମ୍ପେ୍ଳକ୍ସ ପାଇଁ ୨୩ କୋଟି କୁ ନେଇ ମୋଟ ୧୩୪ କୋଟି ୫୦ ଲକ୍ଷ କ୍ରୀଡା ଭିତିଭୂମିର ଉଦ୍‌ଘାଟନ ଓ ଶିଳାନ୍ୟାସ କରି କ୍ରୀଡା ଇତିହାସରେ ରାଜ୍ୟ ସରକାର ଏକ ମାଇଲ ଷ୍ଟୋନ୍ ପଦକ୍ଷେପ ନେଇଚ୍ଥନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ପଟ୍ଟନାୟକ ପ୍ରକାଶ କରିଚ୍ଥନ୍ତି । ୫-ଟି ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନଙ୍କ ପୈାରହିତ୍ୟରେ ଆଭାସୀରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ କ୍ରୀଡା ଏବଂ ଯୁବ ବ୍ୟାପାର ଶାସନ ସଚିବ ଶ୍ରୀ ଆର୍‌. ଭିନିଲ୍ କ୍ରିଷ୍ଣା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ସି.ଇ.ଓ. ଶ୍ରୀ ଦିପଙ୍କର ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ । ଆଭାସୀରେ ମାନ୍ୟବର ମନ୍ତ୍ରୀ, କ୍ରୀଡା ଓ ଯୁବ ବ୍ୟାପାର ତୁଷାରକାନ୍ତି ବେହେରା ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ଆଭାସୀରେ ବିଭିନ୍ନ ଜିଲ୍ଳ୍‌ାର ମନ୍ତ୍ରୀଗଣ, ସାଂସଦଗଣ, ପ୍ରଶାସନିକ ଅଧିକାରୀ ଯୋଡି ହୋଇଥିବା ବେଳେ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ, ଭିଲ୍ଳ୍‌ା ପରିଷଦ ସଭାପତି ନଳିନୀ ପ୍ରଭା ଜେନା, ଉପ-ସଭାପତି ଗଣେଶ୍ୱର ବରାଳ, ଭାରପ୍ରାପ୍ତ ଜିଲ୍ଳ୍‌ାପାଳ ଅଶୋକ କୁମାର ବେହୁରିଆ, ଅତିରିକ୍ତ ଜିଲ୍ଳ୍‌ାପାଳ ନବକ୍ରିଷ୍ଣ ଜେନା, ଉପ-ଜିଲ୍ଳ୍‌ାପାଳ ଅଂଶୁମାନ ଶତପଥୀ, ଯାଜପୁର ପୈାର ପରିଷଦ ଅଧ୍ୟକ୍ଷା ରଂଜୁଲତା ହୋତା, ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଳିକ, ଜିଲ୍ଳା କ୍ରୀଡା ଅଧିକାରୀ ପଂକୀର ମୋହନ ଟୁଡୁ, ଇ-ଗଭର୍ଣ୍ଣାନ୍ସ ମ୍ୟାନେଜର ସାରଦା ପ୍ରସାଦ ଜେନା, ଜିଲ୍ଳ୍‌ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରାଙ୍କ ସମେତ ଜିଲ୍ଳ୍‌ା କ୍ରୀଡା ସଂସଦ କର୍ମକର୍ତା, ବୁଦ୍ଧିଜିବୀ, କ୍ରୀଡାପ୍ରେମୀ, କ୍ରୀଡାବିତ୍ ଓ ଚ୍ଥାତ୍ରଚ୍ଥାତ୍ରୀ, ମାନ୍ୟଗଣ୍ୟ ବ୍ୟକ୍ତି, ଜନ ପ୍ରତିନିଧି ଏବଂ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗ ଦେଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close