‘ଉଦୟବଟ’ର ପ୍ରସାରଣ ଅଧିକାରୀଙ୍କ ମାତୃ ବିୟୋଗ

ବ୍ୟାସନଗର,୧୯/୨(ଉ.ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ବ୍ୟାସନଗର ପୌର ପରିଷଦ (ଯାଜପୁରରୋଡ଼) ସ୍ଥିତ ୨ ନମ୍ବର ୱାର୍ଡ଼ରେ ବସବାସ କରୁଥିବା ଧର୍ମ ପରାୟଣା ମହିଳା ସୁମତୀ ବାରିକଙ୍କର ଗତକାଲି(ସୋମବାର) ରାତ୍ରି ପ୍ରାୟ ୧୧.୪୫ରେ ହୃଦ୍‌ଘାତରେ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ପ୍ରାୟ ୮୦ ବର୍ଷ ବୟସ ହୋଇଥିଲା । ଗତକାଲି ରାତିରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ଯାଜପୁରରୋଡ଼ ମେଡ଼ିକାଲରେ ଭର୍ତି କରାଯାଇଥିଲା । ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ମୁଖ୍ୟ ଚିକିତ୍ସାଳୟକୁ ଯିବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କ ମୃତ୍ୟୁରେ ତାଙ୍କର ଜ୍ୟେଷ୍ଠ ପୁତ୍ର ତଥା ‘ଉଦୟବଟ’ର ପ୍ରସାରଣ ଅଧିକାରୀ ଭାବେ ଦୀର୍ଘ ବର୍ଷ ହେବ କାର୍ଯ୍ୟ କରୁଥିବା ପ୍ରଫୁଲ୍ଲ ବାରିକ, ଟାଟା ପ୍ଲାଂଟରେ କାର୍ଯ୍ୟ କରୁଥିବା କନିଷ୍ଠ ପୁତ୍ର କାଳନ୍ଦୀ ବାରିକ, କେନ୍ଦୁଝରର ବିଲେଇପଦାରେ ବସବାସ କରୁଥିବା ବିବାହିତା କନ୍ୟା ସରସ୍ୱତୀ ବାରିକ, ପୁତ୍ରବଧୁ ଏବଂ ନାତିନାତୁଣୀମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି । ତାଙ୍କ ମୃତ୍ୟୁ ଖବର ପାଇ ସ୍ଥାନୀୟ ଅଂଚଳରେ ଏକ ଶୋକର ବାତାବରଣ ସୃଷ୍ଟି ହୋଇଥିଲା । ଆଜି ସକାଳ ପ୍ରାୟ ୧୧.୩୦ଟା ସମୟରେ ବ୍ୟାସ ସରୋବର ଶ୍ମଶାସନରେ ତାଙ୍କର ଶେଷକୃତ୍ୟ ସମାପନ କରାଯାଇଛି । ତାଙ୍କର ପରଲୋକ ଖବର ବିଭିନ୍ନ ମହଲରେ ଶୋକର ବାତାବରଣ ସୃଷ୍ଟି କରିଛିି । ତାଙ୍କ ପରିବାରର ଶୁଭେଚ୍ଛୁ ତଥା ରାଜ୍ୟସ୍ତରୀୟ ସାମାଜିକ କର୍ମୀ ଦୁଷ୍ମନ୍ତ କୁମାର ରାଉତ, ବିଦ୍ୟୁତପ୍ରଭା ରାୟ, ସୁମନ ରାୟ, ଅଭିଷେକ ମଲ୍ଲ, ଅଧ୍ୟାପକ ଅକ୍ଷୟ କୁମାର ପଣ୍ଡା, ସମୀର କୁମାର ମିଶ୍ର, ଅରୁଣ କୁମାର ଦାସ, ବସନ୍ତ କୁମାର ପାତ୍ର, ସୁମିତ୍ରା ମିଶ୍ର ଏବଂ ପ୍ରକାଶ ସାହୁ ପ୍ରମୁଖ ତାଙ୍କ ମୃତ୍ୟୁରେ ଗଭୀର ଶୋକବ୍ୟକ୍ତ କରିବା ସହ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close