ଦୁଃଖର ପାହାଡ ତଳେ ଚାପି ହୋଇ ଯାଇଥିବା ପରିବାର ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପାଇଁ ନିବେଦନ

ଯାଜପୁର,୨୦/୦୨(ଉ. ନ୍ୟୁଜ୍ ବ୍ୟୁରୋ): ବିଜୁ ଜନତା ଦଳ ସରକାର ଦୁଃଖୀ ମଣିଷର ବଳ । ଦଃୁଖୀ ମଣିଷଙ୍କ ନିକଟରେ ଉଭୟ ପ୍ରଶାସନ ଓ ଜନପ୍ରତିନିଧି ପହଂଚି ତାଙ୍କର ସମସ୍ୟା ସମାଧାନ କରନ୍ତୁ । ଏହା ହେଉଛି ଜନପ୍ରୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାଷା । ହେଲେ ଦଃୁଖର ପାହାଡ ତଳେ ଚାପି ହୋଇ ଯାଇଥିବା ପରିବାର ପ୍ରତି ସରକାରଙ୍କ ତରଫରୁ ମିଳି ପାରୁ ନାହିଁ କୌଣସି ସହାୟତା କିମ୍ବା ଆଶା ଓ ଆଶ୍ୱାସନା । ସବୁ ଦଃୁଖ ଯେଉଁଠି ଶେଷ ହୋଇଛି, ସେହିଠାରୁ ଆରମ୍ବ ହେଉଛି ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକ ଅନ୍ତର୍ଗତ ରସୁଲପୁର ପଂଚାୟତ କେଉଁଟନଗୁଆଁ ଗ୍ରାମରେ ଆଲୋକ ମଲିକଙ୍କ ପରିବାରର ଦଃୁଖ । ନାଁ ଟି ସିନା ଆଲୋକ ହେଲେ ଜୀବନର ପ୍ରଥମ ଆଲୋକ ଦେଖିବା ପୂର୍ବରୁ ତାଙ୍କ ଜୀବନର ସବୁ ଆଲୋକ ଲିଭି ଯାଇଥିଲା । ଆଲୋକ ଏବଂ ତାଙ୍କ ପତ୍ନୀ ସଂଯୁକ୍ତା ଉଭୟ ଜନ୍ମରୁ ମୁକ ଏବଂ ବଧୀର । ଉଭୟ ୧୦୦ ଭାଗ ଭିନ୍ନକ୍ଷମ । ଦଃୁଖ ପରେ ଦଃୁଖ ଦାଉ ପରି ଆଲୋକ ଦୂରାରୋଗ୍ୟ କର୍କଟ ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡି ରହି ଜୀବନ ସହ ସଂଗ୍ରାମ କରୁଛନ୍ତି । ତାଙ୍କର ଦେହରେ କେବଳ ଚମ ଘୋଡାଇ ହୋଇ ରହିଛି । ନଚେତ ଦେହରେ କେଉଁଠି ବି ପୁଳାଏ ମାଂସ ନାହିଁ କହିଲେ ଚଳେ । ଏବେ ତାଙ୍କର ଅବସ୍ଥା ମାନବିକତା ଥିବା ଯେ କୌଣସି ବ୍ୟକ୍ତିର ବୁକୁ ଥରାଇ ଦେବ । ଏକ ବେସରକାରୀ ହସ୍ପିଟାଲରେ ଆଲୋକ ଚିକିତ୍ସିତ ହେଉଥିଲେ ମଧ୍ୟ ସେଠାରେ ତାଙ୍କୁ ଅନେକ ଔଷଧ ବଜାରରୁ କିଣିବାକୁ ବାଧ୍ୟ କରାଯାଉଛି । ତାଙ୍କର ଗୋଟିଏ ମାତ୍ର ୫ ବର୍ଷର ପୁଅ ଆୟୁସ ମଲିକଙ୍କ ଭବିଷ୍ୟତ ଏବେ ଅନ୍ଧାରରେ । ଆୟୁସ ସ୍ଥାନୀୟ ଅଙ୍ଗନବାଡିରେ ପାଠ ପଢୁଛି । ହେଲେ ତାକୁ କିଏ ପାଠ ପଢାଇବ? ମୁଖ୍ୟମନ୍ତ୍ରୀଙ୍କ ଗରୀବ କଲ୍ୟାଣ ଯୋଜନାର ସଫଳ ରୂପାୟନ ଅଭିଯାନ ଚଲାଇଥିବା ବି.ଜେ.ଡି ଯୁବନେତା ସତୀଶ ବିଶ୍ୱାଳ ଗାଁ ଲୋକଙ୍କ ଡାକରାରେ ଏହି ପରିବାରକୁ ଏକ ପ୍ରତିନିଧି ଦଳ ସହ ଭେଟିଥିଲେ । ଏଠାରେ ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି ଯେ, କେବଳ ଭତା ଟଙ୍କା ବ୍ୟତୀତ ଉଭୟ ଶହେଭାଗ ଦୂରାରୋଗ୍ୟରେ ପଡିତ ଭିନ୍ନକ୍ଷମଙ୍କୁ ଅନ୍ୟ କୌଣସି ସହାୟତା ନମିଳିବା ଉଦବେଗଜନକ । ଉଭୟ ଜନପ୍ରତିନିଧି ଏବଂ ପ୍ରଶାସନର ସାମାନ୍ୟତମ ମାନବିକତା ରହୁ । ମାନବ ସମ୍ବଳ ହେଉଛି ଦେଶର ସର୍ବଶ୍ରେଷ୍ଠ ସମ୍ବଳ । ଛୋଟ ଶିଶୁ ଆୟୁସ୍ କଣ ଭୁଲ କରିଛି ଯେ, ତାର ଆୟୁସ ଆରମ୍ବ ନହେଉଣୁ ଜୀବନର ସବୁ ସ୍ୱପ୍ନ ଲିଭିଯିବ । ସେଥିପାଇଁ ୧୦୦ ଭାଗ ଭିନ୍ନକ୍ଷମ ଦମ୍ପତିଙ୍କ ପୁଅର ପାଠ ପଢିବା ପାଇଁ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିବାକୁ ନିବେଦନ କରାଯିବ । ସରକାର ବିଭିନ୍ନ ସେବା ମୂଳକ କାର୍ଯ୍ୟରେ ଡି.ଏମ.ଏଫ ଠାରୁ ରେଡକ୍ରସରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଏ କ୍ଷେତ୍ରରେ ସରକାର ଅର୍ଥ ବିନିଯୋଗ କରିବା ଠାରୁ ବଡ ସେବା ଆଉ କିଛି ନଥାଇ ପାରେ । ତାଙ୍କୁ ଉନ୍ନତମାନର ପାଠ ପଢିବା ପାଇଁ ସରକାର ବିଭିନ୍ନ ଯୋଜନାରୁ ପ୍ରତ୍ୟେକ ମାସରେ ଆବଶ୍ୟକ ଆର୍ଥିକ ସହାୟତା ପ୍ରଦାନ କରନ୍ତୁ । ଭିନ୍ନକ୍ଷମ ଆଲୋକଙ୍କ ବାପାଙ୍କୁ ବହୁ ବର୍ଷ ପୂର୍ବରୁ ୨୫ ହଜାର ଟଙ୍କିଆ ଆବାସ ଗୃହ ମିଳିଥିଲା । ଆଲୋକଙ୍କ ଅନ୍ୟ ଭାଇମାନେ ଏହି ଗୃହରେ ରହୁଥିବା ବେଳେ ସେ ଗୋଟିଏ ଭଙ୍ଗା ଆଜେବେଷ୍ଟସ ଘରେ ରହୁଛି । ଏହି ପଂଚାୟତରେ ଅନେକ ଥିଲାବାଲା ଏବଂ କୋଠାଘର ଥିବା ଲୋକଙ୍କ ସମେତ ଗୋଟିଏ ଗୋଟିଏ ପରିବାରକୁ ଏକାଧିକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ପ୍ରଦାନ କରାଯାଇଛି । ଏଭଳି ଶହେ ଭାଗ ଭିନ୍ନକ୍ଷମ ପରିବାରକୁ ଆଜି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନ କରାଯାଇ ନାହିଁ । ଏହାକୁ ଏକ ସ୍ୱତନ୍ତ୍ର ଘଟଣା ଭାବେ ନିଆଯାଇଏହି ପରିବାରକୁ ତୁରନ୍ତ ଏକ ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନ ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ପତ୍ର ପ୍ରଦାନ କରାଯାଉ । ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଏଭଳି ଭିନ୍ନକ୍ଷମ ଦମ୍ପତିଙ୍କ ସଶକ୍ତ ତଥା ସେମାନଙ୍କ ସୁଖ, ସମୃଦ୍ଧି ପାଇଁ କିଛି ବି କରାଯାଇ ନାହିଁ । ଦୀର୍ଘବର୍ଷ ଧରି ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଚେଇଁ ଶୋଇବା ଦଃୁର୍ଭାଗ୍ୟଜନକ ଏବଂ ଏହା ମାନବାଧିକାରର ଉଲଂଘନ । ଆଇନ ଦୃଷ୍ଟିରୁ ମଧ୍ୟ ଏହା ବିଭାଗର କର୍ତବ୍ୟରେ ଅବହେଳା । ଏଥିନେଇ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଅନୁଧ୍ୟାନ କରି ତୁରନ୍ତ ଗୋଟିଏ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ନଚେତ ମୋ ଜନପ୍ରୀୟ ମୁଖ୍ୟମନ୍ତ୍ରୀଙ୍କ ଗରୀବ କଲ୍ୟାଣ ଯୋଜନାର ସଫଳ ରୂପାୟନ ପାଇଁ ବାଧ୍ୟ ହୋଇ ଧାରଣା ଦେବି ଏବଂ କୋର୍ଟର ଆଶ୍ରୟ ନେବି ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close