ବଡ଼ବିରୁଆଁ ଗାଁରେ ଜିଲ୍ଲାସ୍ତରୀୟ ପାଲା ବୈଠକ ଅନୁଷ୍ଠିତ
From Childhood & till date I am fond of to do Social Works, Plantation Works, helps others who need especially Labouerers, Poors, trying to keep up Environment good etc……………I am fighting to give Social Justice who depends me & strongly working against Corruptions. I am emphasized on collective works. Patriotism & Honest Labour is my Motto……Jay Bharat
ବଡ଼ବିରୁଆଁ : ଆଜି 19 ତାରିଖ ଦିନ ବଡ଼ବିରୁଆଁପାଲା କମିଟି ଆନୁକୂଲ୍ୟରେ କମିଟିର ସଭାପତି ଭଗବାନ ମହାପାତ୍ରଙ୍କ ଆବାହକରେ ବଡ଼ବିରୁଆଁ ପାଲା ମଣ୍ଡପ ପରିସରରେ ଆଞ୍ଚଳିକ ପାଲା ବିକାଶ ଓ ପରିଚାଳନା ସଂଗଠନ ଯାଜପୁର ମହା ମଞ୍ଚର ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହେଇଯାଇଛି l ଉକ୍ତ ବୈଠକ ରେ ସଂଗଠନର ସଭାପତି ସନାତନ ନାୟକ, ଉପ ସଭାପତି ରଙ୍ଗାଧର ବ୍ରହ୍ମ, କୋଷାଧକ୍ଷ ଜ୍ୟୋତି ରଞ୍ଜନ ମହାନ୍ତିଙ୍କୁ ବଡ଼ବିରୁଆଁ ପାଲା କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା l ଓଡ଼ିଶାର ପ୍ରାଚୀନ ବିଦ୍ୟାକ୍ତ ଲୋକ କଳା ପାଲା ସଂସ୍କୃତିର ବିକାଶ ଓ ସୁପରିଚାଳନା ଦିଗରେ ଆଞ୍ଚଳିକ ପାଲା ପରିଚାଳନା କମିଟିର ଯାଜପୁର ମହାମଞ୍ଚର ଯଥେଷ୍ଠ ଭୂମିକା ରହିଛି ବୋଲି ମୁଖ୍ୟଅତିଥି ଅବସରପ୍ରାପ୍ତ ଅଧ୍ୟାପକ ଡ଼ ଦାମଦର ମହାପାତ୍ର ବିବୃତିରେ ଦର୍ଶାଇ ଥିଲେ l ପାଲା ସଂସ୍କୃତିର ବହୁଳ ପ୍ରଚାର ପ୍ରସାରଣ କ୍ଷେତ୍ରରେ ବଡ଼ବିରୁଆଁ ପାଲାମଞ୍ଚର ବେଶ ଉଲ୍ଲଲଖନୀୟ ଅବଦାନ ରହିଛି ବୋଲି ସଂଗଠନର ସଭାପତି ସନାତନ ନାୟକ ମତବ୍ୟକ୍ତ କରିଥିଲେ l ଏଭଳି ଏକ ଜିଲ୍ଲାସ୍ତରୀୟ ପାଲା ବୈଠକରେ ଆୟୋଜନ କରିଥିବାରୁ ମଂଚାସୀନ ସମସ୍ତେ ଅତିଥି ଓ କର୍ମକର୍ତା ମାନେ ବଡ଼ବିରୁଆଁ ପାଲା କମିଟିକୁ ପ୍ରଶଂସା କରିଥିଲେ l ଏହି ଅବସରରେ ଗ୍ରାମର ସମିତି ସଭ୍ୟା ଚିନ୍ମୟୀ ମାଝୀଙ୍କ ସମେତ ସଂଗଠନର କର୍ମକର୍ତା ଓ ଅତିଥି ମାନେ ବୃକ୍ଷରୋପଣ ଓ ସ୍ୱଛତା କାର୍ଯ୍ୟକ୍ରମରେ ସାମିଲ ହେଇଥିଲେ l ବଡ଼ବିରୁଆଁ ବାଦିପାଲା ମଞ୍ଚକୁ ବେଶ ଶରସ ସୁନ୍ଦର ଓ ଜୀବନ୍ତ କରିବା ପାଇଁ ଆପ୍ରାଣ ଉଦ୍ୟମ କରି ନିଜ ଗ୍ରାମ ପାଇଁ ଗର୍ବ ଗୌରବ ଆଣି ଦେଇଥିବା ଚିତ୍ତରଞ୍ଜନ ସାହୁଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା l
Live Share Market