
ଧର୍ମ ପରାୟଣ ବ୍ୟକ୍ତି ବେଣୁଧର ମିଶ୍ରଙ୍କ ବିୟୋଗରେ ଶୋକ
ବ୍ୟାସନଗର,୧୦/୦୨(ଉ. ନ୍ୟୁଜ୍ ବ୍ୟୁରୋ): କୋରେଇ ବ୍ଲକ ଅନ୍ତର୍ଗତ ଜଇଁତଳ ଗ୍ରାମର ଧର୍ମ ପରାୟଣ ବ୍ୟକ୍ତି ବେଣୁଧର ମିଶ୍ର ଗତ ୫ ତାରିଖ ସେମାବାରରେ ଇହଲୀଳା ସମ୍ବରଣ କରିଛନ୍ତି । ସେ ଆଖପାଖ ଅଂଚଳର ଜଣେ ଜ୍ଞାନୀ ଓ ବିବେକସମ୍ପନ୍ନ ବ୍ୟକ୍ତି ଭାବେ ଖୁବ୍ ଜଣାଶୁଣା । ତାଙ୍କ ପୈତୃକ ବାସଭବନରେ ତାଙ୍କର ଦେହାନ୍ତ ହୋଇଯାଇଛି । ନାତି ରୋହନ ତାଙ୍କୁ ମୁଖାଗ୍ନି ଦେଇଥିଲେ । ତାଙ୍କର ଶେଷକୃତ୍ୟ ଯାଜପୁର ଜିଲ୍ଲାର ଦଶାଶ୍ୱନି ଘାଟରେ ସମ୍ପନ୍ନ କରାଯାଇଛି । ମୃତ୍ୟୁ ବେଳକୁ ତାଙ୍କ ନିକଟରେ ତାଙ୍କର ପୁତ୍ର ଆଶୁତୋଷ ମିଶ୍ର, ପୁତ୍ରବଧୁ, କନ୍ୟା, ଜ୍ୱାଇଁ ଏବଂ ସମସ୍ତ ନାତିନାତୁଣୀମାନେ ଉପସ୍ଥିତ ଥିଲେ । ତାଙ୍କର ମୃତ୍ୟୁରେ ‘ଉଦୟବଟ’ର ସମ୍ପାଦକ ଦୁଷ୍ମନ୍ତ କୁମାର ରାଉତ ଓ ‘ଉଦୟବଟ’ ପରିବାରର ସମସ୍ତ ସଦସ୍ୟ ଶୋକ ପ୍ରକାଶ କରିଛନ୍ତି ।
Live Share Market